ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ ହୋଇଛି। ପ୍ରଥମେ ଗାଁରୁ ବିଭିନ୍ନ ପ୍ରକାର ଶସ୍ୟ ସଂଗ୍ରହ କରି ନୂଆଁ ବାଉଁଶରେ ୭ଟି ଚାଙ୍ଗୁଡ଼ିରେ ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ଗାଁରୁ ସଂଗୃହିତ ବିହନକୁ ଗଜା ହେବାପାଇଁ ବାଲି ଚାଙ୍ଗୁଡ଼ିରେ ପକାଯାଇଥିଲା। ସେହି ବାଲି ଗଜାକୁ ସାତଦିନ ପର୍ଯ୍ୟନ୍ତ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିଥିଲେ ଓ ନିକଟସ୍ଥ ତାଦିଶୋରୁ ଜଙ୍ଗଲକୁ ଯାଇ ବେଲକଣ୍ଟା ଆଣି ପୂଜକମାନେ ଝାମେର ଦୋଳି ପ୍ରସ୍ତୁତ କରିଥିଲେ। ଯାତ୍ରା ଦିନ ବେଲକଣ୍ଟା ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ପାଟଖଣ୍ଡା ବୁଢାରଜା କାଳେସୀ ରଡ ନିଆଁ ଉପରେ ଚାଲିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ସମୟରେ ବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦ ଗୁଞ୍ଜରି ଉଠୁଥିଲା। ଯାତ୍ରା ସରିଲା ପରେ ମାନସିକ କରିଥିବା ଲୋକଙ୍କ ଦ୍ୱାରା କୁକୁଡା, ପାରା, ବତକ, ଛେଳି ଆଦି ବଳି ଦିଆଯାଇଥିଲା। ମୁଖ୍ୟ ପୂଜକ ବାନ ମାଝୀ, ଉଆଁସୁ ହରିଜନ, ବାହୁକ ବିଟୁ ମାଝୀ, ବୁଡାରଜା ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ରାମଚନ୍ଦ୍ର ମାଝୀ, ବିଜୟ ମାଝୀ, ପ୍ରଦୀପ ମାଝୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଡ଼କରଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ଆହ୍ବାନ

ଡୁଙ୍ଗୁରିପାଲି ,୨୯ା୪(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏସ୍‌ସି, ଏସ୍‌ଟି ଷ୍ଟଲ ପରିସରରେ ରବିବାର ରାତି ୮ଟା ୩୦ରେ ସମ୍ବିଧାନ...

ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି, ୨୯ା୪(ଦୀନବନ୍ଧୁ ସୁନା) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ପଞ୍ଚାୟତର...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତ୍ୟୁ, ମୃତଦେହ ଜବତ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍‌.ସୁଷମା ରେଡ୍ଡୀ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ଏତଲା...

ଚଳନ୍ତା ବସ୍‌ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ

ବରଗଡ଼, ୨୯।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ସୋହେଲା ଥାନା ଲେଖାପଖର ନିକଟରେ ମଙ୍ଗଳବାର ଏକ ଚଳନ୍ତା ବସରୁ ସୁନାହାର ଲୁଟ ଘଟଣା ଚର୍ଚ୍ଚାର ବିଷୟ...

‘ଆଦିବାସୀଙ୍କ ଦାବି ପୂରଣ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ’

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ)- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁଇ କୁଳ ସମିତିର ସାଂସ୍କୃତିକ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ...

ନୂଆଗଡ ଡେଙ୍ଗାପଦର ରାସ୍ତା କାମ ନିମ୍ନମାନର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମିତିସଭ୍ୟ

ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ନୂଆଗଡ ଭାୟା ବିରିପୁର ଡେଙ୍ଗାପଦର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ...

କାଳବୈଶାଖୀ ପ୍ରଭାବ: ବରଗଡ଼ରେ ଝଡବତାସ ସହିତ ପ୍ରବଳ ବର୍ଷା

ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ମଙ୍ଗଳବାର ରାତି ୮ଟାରୁ କାଳବୈଶାଖୀ ପ୍ରଭାବରେ ଝଡବତାସ ସହିତ ପ୍ରବଳ ବର୍ଷା ହୋଇଛି। ସେହିପରି ବଜ୍ରପାତ ମଧ୍ୟ ହୋଇଛି। ଏହାଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri