ଟ୍ରେନ୍‌ ବାତିଲ୍‌ ପରେ ଯାତ୍ରୀ ହଇରାଣ

ପୁରୀ ଅଫିସ, ୪।୬: ବାଲେଶ୍ୱର ଜିଲା ବାହାନଗାଠାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ରେଳ ଚଳାଚଳ ବ୍ୟାହତ ହୋଇଛି। ପୁରୀରୁ କୋଲକାତା ଯିବାକୁ ଥିବା ଟ୍ରେନ୍‌ଗୁଡ଼ିକ ବାତିଲ କରାଯାଇଛି। ତେବେ ଟ୍ରେନ୍‌ ବାତିଲ ଯୋଗୁ ନିଜ ଗନ୍ତବ୍ୟ ପଥକୁ ଯାଇ ନ ପାରି ପୁରୀରେ ଥିବା ଯାତ୍ରୀ, ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ ଷ୍ଟେଶନରେ ଅଟକି ଥିବା ଯାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେହିପରି କେତେଜଣ ଯାତ୍ରୀ ବସ୍‌ ଯୋଗେ କୋଲକାତା ଯାଇଛନ୍ତି। ତେବେ ନିର୍ଦ୍ଧାରିତ ଭଡ଼ାଠାରୁ କେତେକ ବସ୍‌ ମାଲିକ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପୁରୀରୁ କୋଲକାତା ଯିବାକୁ ଥିବା ଅଧିକାଂଶ ଟ୍ରେନ ବାତିଲ ହେବା ପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୋଲକାତା ଯିବାକୁ ଥିବା ହଜାର ହଜାର ପର୍ଯ୍ୟଟକ ହରଡ଼ଘଣାରେ ପଡିଛନ୍ତି। ତେବେ ପୁରୀ ରେଳଷ୍ଟେଶନ ମ୍ୟାନେଜରଙ୍କ ସୂଚନା ଅନୁସାରେ ଦୁର୍ଘଟଣା ଯୋଗୁ ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀ -ପାଟନା ଏକ୍ସପ୍ରେସ, ଧଉଳି ଏକ୍ସପ୍ରେସ, ପୁରୀ -ଜଳେଶ୍ୱର ଯିବାକୁ ଥିବା ୪ଟି ଟ୍ରେନ୍‌ ବାତିଲ କରାଯାଇଛି। ଟ୍ରେନ୍‌ ବାତିଲ ଯୋଗୁ ରେଳ ଷ୍ଟେଶନରେ ଶହ ଶହ ଯାତ୍ରୀ ଅଟକି ରହିଥିବା ବେଳେ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଯିବାକୁ ଥିବା ନୀଳାଚଳ ଓ ଉକତ୍ଳ ଏକ୍ସପ୍ରେସକୁ ଯାଜପୁରର ଜଖପୁରା ରୋଡ୍‌ଠାରୁ ଡାଇଭର୍ଟ କରାଯାଇ କେନ୍ଦୁଝର ଦେଇ ଝାଡ଼ଖଣ୍ଡର ଜୁରଲି ଜଙ୍କସନ୍‌ ଦେଇ ଯିବାର ବ୍ୟବସ୍ଥା ହୋଇଛି। କୋଲକାତାକୁ ଜରୁରୀ କାର୍ଯ୍ୟରେ ଯିବାକୁ ଥିବା ଯାତ୍ରୀମାନେ ଜର୍ଲି ରୁଟ୍‌ ଦେଇ ଯାଉଥିବା ଟ୍ରେନଗୁଡିକରେ ଯିବା ପାଇଁ ସୂଚନା ଦିଆଯାଇଛି। ସେପଟେ ଟ୍ରେନ୍‌ ବାତିଲ ଯୋଗୁ ଅନେକ ଯାତ୍ରୀ ବସ୍‌ ଯୋଗେ ପୁରୀରୁ କୋଲକାତା ଯାତ୍ରା କରିଛନ୍ତି। ତେବେ ଯାତ୍ରୀଙ୍କ ଅତ୍ୟଧିକ ଭିଡ଼କୁ ଦେଖି କେତେକ ଅସାଧୁ ବସ୍‌ ମାଲିକ ଏହାର ଫାଇଦା ନେବା ସହ ଯାତ୍ରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏସି ବସ୍‌ଗୁଡ଼ିକରେ କୋଲକାତା ଯିବା ପାଇଁ ୮ଶହ ଟଙ୍କା ଭଡା ଧାର୍ଯ୍ୟ ହୋଇଥିବା ବେଳେ ଯାତ୍ରୀମାନଙ୍କ ଠାରୁ ଦୁଇ ହଜାରରୁ ଊଦ୍ଧର୍‌ବ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି ଯାତ୍ରୀ। ଏହି ଖବର ପୋଲିସ ପାଖରେ ନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଏସ୍‌ପି କେ. ବିଶାଲ ସିଂ କହିଥିଲେ, ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ପ୍ରଶାସନ ସହ ଆଲୋଚନା କରାଯାଇଛି। ଜିଲାପାଳ ଏ ଘଟଣା ଉପରେ ନଜର ଦେବା ପାଇଁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଆରିପ ଡିଏସ୍‌ପିଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ପୋଲିସ ପକ୍ଷରୁ ଫୋର୍ସ ଦିଆଯାଇଛି। ଆବଶ୍ୟକ ହେଲେ ଅଧିକ ପୋଲିସ ଫୋର୍ସ ନିୟୋଜିତ ହେବେ। ଆରଫିଏଫ୍‌ ଷ୍ଟେଶନରେ ମନିଟରିଂ କରୁଛନ୍ତି। ଆରଟିଓ ମଧ୍ୟ ସମସ୍ତ ନଜର ରଖିଛନ୍ତି। ପର୍ଯଟକଙ୍କ ଯେପରି କୌଣସି ଅସୁବିଧା ନହେବ ସେନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉଛି। ଅପରପକ୍ଷେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏବଂ ଉପଜିଲାପାଳ ଭବତାରଣ ସାହୁ ଷ୍ଟେଶନରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇବା ସହ ବ୍ୟବସ୍ଥା ସମ୍ପର୍କରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri