Posted inଜାତୀୟ

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଭେମିରେଡ୍ଡି ପ୍ରଭାକର ରେଡ୍ଡିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି।
ରେଡ୍ଡି ପଚାରିଥିଲେ ଯେ ବିମାନବନ୍ଦରରେ ଥିବା ନିୟମ ଭଳି ଟ୍ରେନ ଯାତ୍ରୀମାନଙ୍କ ପାଇଁ ସାମଗ୍ରୀ ନିୟମ ଲାଗୁ କରାଯିବ କି ନାହିଁ। ଏହାର ଉତ୍ତରରେ ବୈଷ୍ଣବ କହିଛନ୍ତି, ‘ବର୍ତ୍ତମାନ ଯାତ୍ରୀମାନେ ବଗି ଭିତରେ ସାମଗ୍ରୀ ନେବାର ଶ୍ରେଣୀଭିତ୍ତିକ ଅଧିକତମ ସୀମା ନିର୍ଦ୍ଧାରିତ ହୋଇଛି।“ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ୩୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ନିଃଶୁଳ୍କ ନେଇପାରିବେ ଏବଂ ଶୁଳ୍କ ଦେଇ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ନେଇପାରିବେ।
ଯାତ୍ରୀମାନେ କେତେ ସାମଗ୍ରୀ ନେଇପାରିବେ
ସ୍ଲିପର ଶ୍ରେଣୀ: ୪୦ କିଗ୍ରା ନିଃଶୁଳ୍କ, ଅଧିକତମ ସୀମା ୮୦ କିଗ୍ରା।
ଏସି ଥ୍ରୀ ଟିୟର: ୪୦ କିଗ୍ରା ନିଃଶୁଳ୍କ ଏବଂ ଏହା ହିଁ ଅଧିକତମ ସୀମା।
ପ୍ରଥମ ଶ୍ରେଣୀ ଏବଂ ଏସି ଟୁ ଟିୟର: ୫୦ କିଗ୍ରା ନିଃଶୁଳ୍କ, ଅଧିକତମ ସୀମା ୧୦୦ କିଗ୍ରା।
ଏସି ପ୍ରଥମ ଶ୍ରେଣୀ: ୭୦ କିଗ୍ରା ନିଃଶୁଳ୍କ, ଶୁଳ୍କ ଦେଇ ୧୫୦ କିଗ୍ରା ପର୍ଯ୍ୟନ୍ତ।

ମନ୍ତ୍ରୀଙ୍କ ଅନୁଯାୟୀ, ୧୦୦ ସେଣ୍ଟିମିଟର ଲମ୍ବ, ୬୦ ସେମି ଚଉଡ଼ା ଏବଂ ୨୫ ସେମି ଉଚ୍ଚତା ପର୍ଯ୍ୟନ୍ତର ଟ୍ରଙ୍କ, ସୁଟକେସ ବା ବାକ୍ସକୁ ବ୍ୟକ୍ତିଗତ ସାମଗ୍ରୀ ଭାବେ ଯାତ୍ରୀ ବଗିରେ ନେଇପାରିବେ। ଯଦି ଏହାର ବାହ୍ୟ ମାପ କୌଣସି ଭାବେ ଅଧିକ ହୋଇଥାଏ, ତେବେ ସେହି ସାମଗ୍ରୀକୁ ଯାତ୍ରୀ ବଗିରେ ନୁହେଁ, ବ୍ରେକଭ୍ୟାନ (ଏସ୍‌ଏଲ୍‌ଆର୍‌)/ପାର୍ସଲ ଭ୍ୟାନରେ ବୁକ କରି ନେବାକୁ ପଡ଼ିବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ୟକ୍ତିଗତ ସାମଗ୍ରୀ ଭାବେ ବାଣିଜ୍ୟିକ ସାମଗ୍ରୀର ବୁକିଂ ଏବଂ ପରିବହନକୁ ଅନୁମତି ନାହିଁ।ଏହି ନିୟମ ପୂର୍ବରୁ ଥିବା ହେଲେ ମଧ୍ୟ ସଂସଦରେ ଏହାର ସ୍ପଷ୍ଟୀକରଣ ପରେ ଯାତ୍ରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri