ବ୍ରିଟେନ ଫେରନ୍ତା ଭାରତୀୟ କରୋନା ପଜିଟିଭ: ନୂଆ ରୂପକୁ ନେଇ ସରକାର ସତର୍କ

ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ରୂପକୁ ନେଇ ଏବେ ବିଶ୍ୱବାସୀ ଡରି ଯାଇଛନ୍ତି । ଭାଇରସର ନୂଆ ରୂପକୁ ନେଇ ଭାରତ ସମେତ ପାଖାପାଖି ୫୦ଟି ଦେଶ ବ୍ରିଟେନକୁ ଯାତାୟତ ଉପରେ କଟକଣା ଜାରି କରି ଦେଇଛନ୍ତି । ହେଲେ ବ୍ରିଟେନକୁ ବିମାନ ସେବା ବନ୍ଦ କରିବା ପୂର୍ବରୁ କିନ୍ତୁ ଶହ ଶହ ଯାତ୍ରୀ ଭାରତ ପହଞ୍ଚି ସାରିଛନ୍ତି । ଯାହାକୁ ନେଇ ଏବେ ସରକାର ଓ ସାଧାରଣ ଜନତା ଚିନ୍ତାରେ ପଡିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ କରୋନାରେ ସଂକ୍ରମିତ ବି ହୋଇଛନ୍ତି । ସୂଚନା ମୁତାବକ ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେ୍‌ନ୍ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ହେଲେ ସରକାର କହୁଛନ୍ତି ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଏବେସୁଦ୍ଧା ବ୍ରିଟେନରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିବା ପ୍ରାୟ ୯୮୪ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଯେଉଁମାନେ ସଂକ୍ରମିତ ଯାତ୍ରୀଙ୍କ ପାଖରେ ବସିଥିଲେ ସେମାନଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ସେମିତି ବ୍ରିଟେନରୁ ଅମୃତସର ଆସିଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ କରୋନାରେ ପୀଡିତ ହୋଇଛନ୍ତି । ଏମାନଙ୍କର ଜେନୋମ ଟେଷ୍ଟ କରାଯିବ । ସେହିପରି ବ୍ରିଟେନରୁ ପ୍ରାୟ ୪୦୫ ଜଣ ଯାତ୍ରୀ ମଧ୍ୟପ୍ରଦେଶ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ନୂଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଯାତ୍ରୀ ଥିବା ଆଶଙ୍କା କରି ଅଧିକାଂଶଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । କେବଳ ଭାରତ ନୁହେଁ କରୋନାର ନୂଆ ରୂପକୁ ନେଇ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ତୁର୍କୀ, କାନାଡା, ନେଦରଲ୍ୟାଣ୍ଡସ୍‌, ବେଲଜିୟମ, ଅଷ୍ଟ୍ରିୟା ଓ ଇସ୍ରାଏଲରେ ବ୍ରିଟେନ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri