Posted inଜାତୀୟ

ଲୋକାଲ ଟ୍ରେନ୍‌ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…

ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ରେଳବାଇ ଏବଂ ସୁଗାରବକ୍ସ ନେଟୱାର୍କ ସ୍ଥାନୀୟ ଟ୍ରେନରେ ‘କଣ୍ଟେଣ୍ଟ ଅନ ଡିମାଣ୍ଡ’ ସେବା ଆରମ୍ଭ କରିଛି। ଏହା ଯାତ୍ରୀମାନଙ୍କୁ ଫିଲ୍ମ, ଟିଭି ଶୋ ଏବଂ ନ୍ୟୁଜ୍‌ ସେବା ମାଗଣାରେ ଯୋଗାଇ ଦେବ। ମୁମ୍ବାଇର ଲୋକାଲ୍‌ ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି।

କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଅନୀଲ କୁମାର ଲାହୋଟି କହିଛନ୍ତି ଯେ କେନ୍ଦ୍ରୀୟ ରେଳବାଇ ହେଉଛି ମୁମ୍ବାଇର ଜନସାଧାରଣଙ୍କର ପରିବହନର ମେରୁଦଣ୍ଡ। ସେ କହିଛନ୍ତି, କରୋନା ପୂର୍ବରୁ ଉପନଗର ନେଟୱାର୍କରେ ପ୍ରତିଦିନ ୪୫ ଲକ୍ଷ ଯାତ୍ରୀ ଯିବା ଆସିବା କରୁଥିବାର ରେକର୍ଡ ରହିଛି।

ସୁଗାରବକ୍ସ ନେଟୱାର୍କର ସହ-ପ୍ରତିଷ୍ଠାତା ତଥା ସିଇଓ ରୋହିତ ପରଞ୍ଜପେ କହିଛନ୍ତି ଯେ ଏନେଇ ଯାତ୍ରୀମାନଙ୍କୁ ‘ସୁଗାରବକ୍ସ ଆପ’ ଡାଉନଲୋଡ କରିବାକୁ ପଡିବ। ଏହି ସେବା ସମ୍ପୂର୍ଣ୍ଣ ମାଗଣା, ଯାତ୍ରୀମାନଙ୍କୁ ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ।

ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ରେଳବାଇ ଏବଂ ସୁଗାରବକ୍ସ ନେଟୱାର୍କର ସହାୟତାରେ କେନ୍ଦ୍ରୀୟ ରେଳବାଇର କେବଳ ୧୦ଟି ଲୋକାଲ ଟ୍ରେନରେ ଏହି ସେବା ଆରମ୍ଭ ହୋଇଛି। ଏହି ସେବା ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ ଟ୍ରେନରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରୀ ପଣ୍ଡିିତଙ୍କ ଉପରେ ଆକ୍ରମଣ କଶ୍ମୀରର ଆତ୍ମା ଉପରେ ଆକ୍ରମଣ ସଦୃଶ, କହିଲେ ଫାରୁକ୍‌…

ଶ୍ରୀନଗର, ୧୫।୫ : ନ୍ୟାଶନାଲ କନଫରେନ୍ସ୍‌ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ...

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ...

ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ହଟାଇଲା ଏହି ରାଜ୍ୟ

ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ...

ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ

ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍‌ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍‌ ଜରିଆରେ ଲୁଟ୍‌...

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ...

ଟିଏମସିରେ ଯୋଗ ଦେଲେ ଅଭିନେତ୍ରୀ ନଫିସା ଅଲ୍ଲୀ

ପାଣାଜୀ,୨୯।୧୦:ଅଭିନେତ୍ରୀ ନଫିସା ଅଲ୍ଲୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ...

ବନ୍ଦୀ ତାଲିକା ଘୋଷଣା କଲେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ନିଜ ନିଜ ଜେଲରେ ରହୁଥିବା ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର...

ଚିରାଗ-ପାରସଙ୍କ ଲଢେଇ ଭିତରେ ଫ୍ରିଜ ହେଲା ଏଲ୍‌ଜେପିର ନିର୍ବାଚନ ଚିହ୍ନ

ପାଟନା,୨ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଚାଚା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢେଇର ପ୍ରଭାବ ଦଳ ଉପରେ ପଡୁଛି । ନିର୍ବାଚନ କମିଶନ ଚିରାଗ ପାଶୱାନ ଓ...

Advertisement
Archives

Model This Week