ରାତିରେ ଭୋଜି, ସକାଳେ ମିଳିଲା ମୃତଦେହ

ଭୁବନେଶ୍ୱର,୨୬ା୮(ବ୍ୟୁରୋ):ରାତିରେ ପଡୋଶୀଙ୍କ ଘରେ ହୋଇଥିଲା ଭୋଜି। ସ୍ବାମୀ, ସ୍ତ୍ରୀ ଓ ଛୋଟ ପୁଅ ଭୋଜି ଖାଇବା ସହ ସେହିଠାରେ ଶୋଇପଡିଥିଲେ। ଗୁରୁବାର ଭୋର୍‌ ସମୟରେ ଘରକୁ ଆସିଥିଲେ ସ୍ତ୍ରୀ। ଆଉ ତା’ପରେ ମିଳିଲା ତାଙ୍କର ଝୁଲନ୍ତା ମୃତଦେହ। ପୋଲିସ ପହଞ୍ଚତ୍ବାବେଳକୁ କବାଟ ଭଙ୍ଗା ହୋଇସାରିଥିଲା। ପଡ଼ି ରହିଥିଲା ମୃତଦେହ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ଘଟିଥିବା ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଚାଲିଛି। ମୃତ ମହିଳା ଜଣକ ହେଲେ ପ୍ରଜ୍ଞା ପାରମିତା ଧଳ। ଏହା ଆତ୍ମହତ୍ୟା ନା ହତ୍ୟା, ପୋଲିସ ତାହାର ଖୋଳତାଡ଼ କରୁଛି। ଯଦି ଆତ୍ମହତ୍ୟା, ତେବେ ଏହା ପଛରେ ପାରିବାରିକ ଅଶାନ୍ତି ନା ଆଉ କିଛି? ଭୋଜି ରାତିରେ ହସଖୁସି ଭିତରେ କ’ଣ ଘଟିଲା ଯେ, ପ୍ରଜ୍ଞା ଏଭଳି ଚରମ ନିଷ୍ପତ୍ତି ନେଲେ? ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୮୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପ୍ରଜ୍ଞାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛି।
ପ୍ରଜ୍ଞାଙ୍କ ଘର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳରେ। ସେ ଭୁବନେଶ୍ୱରରେ ରହି ଏମ୍‌ବିଏ ପଢ଼ୁଥିଲେ। ୭ବର୍ଷ ତଳେ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବେଲଗାଡ଼ିଆ ଅଞ୍ଚଳର ସତ୍ୟନାରାୟଣ କରଙ୍କୁ ବିବାହ କରିଥିଲେ। ସତ୍ୟନାରାୟଣ ପଟିଆସ୍ଥିତ ଏକ କାର୍‌ ଶୋ’ରୁମ୍‌ରେ ଚାକିରି କରନ୍ତି। ସ୍ବାମୀ ଓ ଶିଶୁପୁତ୍ର ସହ ପ୍ରଜ୍ଞା ଭାଗବତ ସନ୍ଧାନ କଲୋନୀରେ ରହୁଥିଲେ। ଉକ୍ତ କୋଠାର ଉପରମହଲାରେ ପ୍ରଜ୍ଞାଙ୍କ ଭାଇ ରହୁଥିଲେ। ବୁଧବାର ଉଭୟ ସ୍ବାମୀ, ସ୍ତ୍ରୀ ପୁଅକୁ ଧରି ସାମ୍ନା ପଡୋଶୀଙ୍କ ଘରେ ଭୋଜି କରି ଖାଇପିଇ ରାତିରେ ଶୋଇଥିଲେ। ସତ୍ୟନାରାୟଣଙ୍କ କହିବାନୁସାରେ, ଭୋର୍‌ ସମୟରେ ପ୍ରଜ୍ଞା ଫ୍ରେସ୍‌ ହୋଇ ଆସିବାକୁ କହି ଘରକୁ ଯାଇଥିଲେ। ଆସିବା ବିଳମ୍ବ ହେବାରୁ ପଡୋଶୀ ଘରର ମହିଳା ଜଣକ ତାଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ କବାଟ ବନ୍ଦ ଥିବାରୁ ଡାକିଥିଲେ ମଧ୍ୟ କିଛି ଜବାବ ଆସି ନ ଥିଲା। ତେଣୁ ସେ ଝରକା ପଟେ ଡାକିବାକୁ ଯିବାବେଳେ ପ୍ରଜ୍ଞା ଲୁଗା ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖି ଚିତ୍କାର କରିଥିଲେ। ପରେ ପ୍ରଜ୍ଞାଙ୍କ ସ୍ବାମୀ ପହଞ୍ଚତ୍ କବାଟ ଭାଙ୍ଗି ତାଙ୍କୁ ତଳକୁ ଓହ୍ଲାଇବା ସହ ପୋଲିସକୁ ଖବର ଦେଇଥିଲେ। ହେଲେ ପୋଲିସ ପହଞ୍ଚତ୍ବାବେଳକୁ ତାଙ୍କର ମୃତ ହୋଇସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri