ରୁଙ୍ଗ୍‌ଟା ମାଇନ୍‌ସ ପକ୍ଷରୁ ପାର୍ଟନର୍ସ ମିଟ୍‌

ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଟିଏମ୍‌ଟି ବାର୍‌ ନିର୍ମାତା ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ ପକ୍ଷରୁ ନିକଟରେ ଏକ ପାର୍ଟନର୍ସ ମିଟ୍‌ର ଆୟୋଜନ କରାଯାଇଥିଲା। ଉକ୍ତ ମିଟ୍‌ରେ କଟକ, ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୋଳ ଓ ଢେଙ୍କାନାଳର ୧୪୦ରୁ ଅଧିକ ଡିଲର ପାର୍ଟନର ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ (ବିକ୍ରି ଓ ମାର୍କେଟିଂ) ର ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି, ଏକ ଉତ୍ତମ ଭବିଷ୍ୟତ ପାଇଁ ଉଦ୍ୟମ କରିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିବା ବେଳେ ଉଲ୍ଲେଖନୀୟ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ଲାଗି ଅଭିନବ ଚିନ୍ତାଧାରା ଜରିଆରେ ସେମାନଙ୍କୁ ଉତ୍ସାହିତ କରିଛନ୍ତି।

ଏପରିକି କୁମାର କମ୍ପାନୀର ଲକ୍ଷ୍ୟ ଉପରେ ବିସ୍ତୃତ ଆଲୋକପାତ କରିଥିବା ବେଳେ ବ୍ୟବସାୟର ପ୍ରତିଟି କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଏବଂ ରୁଙ୍ଗ୍‌ଟା ଷ୍ଟିଲ୍‌ର ରହିଥିବା ପରିଚୟରୁ ଲାଭବାନ ହେବା ଲାଗି ସେ ପାର୍ଟନରମାନଙ୍କୁ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ଉକ୍ତ ସମ୍ମିଳନୀରେ ସମ୍ମାନିତ କରାଯାଇଛି। ବିଶେଷକରି ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ର ଦୀର୍ଘମିଆଦୀ ଚ୍ୟାନେଲ୍‌ ପାର୍ଟନର୍‌ ଷ୍ଟିଲ୍‌ଫୋର୍ସ ଉପରୋକ୍ତ ଅଞ୍ଚଳ ପାଇଁ କମ୍ପାନୀର ବିଶ୍ୱସନୀୟ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଅପରପକ୍ଷରେ ଷ୍ଟିଲ୍‌ଫୋର୍ସରୁ ସୁନୀଲ ପଟ୍ଟନାୟକ, ବିଜୟ ପୁହାଣଙ୍କ ସମେତ ରୁଙ୍ଗ୍‌ଟା ମାଇନ୍‌ସର ଅଧିକାରୀ ଯଥା ଅରବିନ୍ଦ କୁମାର, ସୁଭାଷ ଦଳାଇ, ଶଶାଙ୍କ ଶେଖର ଆଚାର୍ଯ୍ୟ, ପ୍ରଦୀପ ସେନାପତି, ଚଣ୍ଡି ଦାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri