କୋରଡ଼ରୁ ଶୁଆଧରା ଭିଡିିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲା ବନ ବିଭାଗ

ଭୁବନେଶ୍ୱର,୪।୩(ବ୍ୟୁରୋ): କନ୍ଧମାଳ ଜିଲାରେ ଗଛ କୋରଡରୁ ଶୁଆ ଶାବକଙ୍କୁ ଅତି ଅମାନୁଷିକ ଭାବେ ଉଠାଇ ନିଆଯାଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ। ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାୟଳର ୱାଇଲ୍ଡଲାଇଫ୍‌ କଞ୍ଜରଭେଶନ ଅଫିସରଙ୍କ ପକ୍ଷରୁ ଗୁରୁବାର କନ୍ଧମାଳର ଫୁଲବାଣୀ ବନଖଣ୍ଡ ଓ ବାଲିଗୁଡା ବନଖଣ୍ଡ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବା ପାଇଁ ଦୁଇ ଡିଏଫ୍‌ଓଙ୍କୁ ଚିଠି ଦିଆଯାଇଛି।
ସୂଚନାଯୋଗ୍ୟ, ଉକ୍ତ ଭିଡିଓ ବିଷୟରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ବୁଧବାର ଓଡ଼ିଶାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଅଭିଯୋଗ କରିଥିଲେ। ଶୁଭେନ୍ଦୁ ପ୍ରମାଣ ସ୍ବରୂପ ଶୁଆ ଶାବକଙ୍କ ଉପରେ ହୋଇଥିବା ନିଷ୍ଠୁରତାର ଏକାଧିକ ଭିଡିଓ ତାଙ୍କୁ ପ୍ରଦାନ କରିଥିଲେ। ଏ ସଂକ୍ରାନ୍ତରେ ଗୁରୁବାର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ୟୁଟ୍ୟୁବ୍‌ରୁ ଉକ୍ତ ଦୁଇ ଭିଡିଓକୁ ଡିଲିଟ୍‌ କରିଦିଆଯାଇଛି। ଖାଲି ସେତିକି ନୁହେଁ, କନ୍ଧମାଳ ଏଲ୍‌.କେ. ଚ୍ୟାନେଲ ନାମକୁ ମଧ୍ୟ ବଦଳାଇ ଦିଆଯାଇଛି। ତେବେ ଚ୍ୟାନେଲ ନାଁ ବଦଳାଇ ଭିଡିଓ ଡିଲିଟ୍‌ କରିଦେଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଇପାରିବ। କାରଣ ସେଇ ଦୁଇଟି ଭିଡିଓର ୟୁଆର୍‌ଏଲ୍‌ ଥାଇ ସ୍କ୍ରିନଶଟ୍‌ ମଧ୍ୟ ପ୍ରମାଣ ସ୍ବରୂପ ଶୁଭେନ୍ଦୁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଦେଇଥିଲେ। ସେହି ୟୁଆରଏଲ୍‌ରୁ ସାଇବର ଏକ୍ସପର୍ଟମାନେ କିଏ ସେଇ ଚ୍ୟାନେଲ ଖୋଲିଥିଲେ, କିଏ ଅପରେଟ କରୁଥିଲେ, ର଼୍ୟାକେଟ ସହ ତାଙ୍କ ସମ୍ପର୍କ ଆଦି ତଥ୍ୟ ସହଜରେ ମିଳିପାରିବ। ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ। ତେବେ ଏସବୁ ପଛରେ ବନ ବିଭାଗର ନିଷ୍କ୍ରିୟତା ମୂଳ କାରଣ। ଶୁଆ ଭଳି ସଂରକ୍ଷିତ ପ୍ରାଣୀ ପ୍ରତି ବନ ବିଭାଗର କେତେଜଣ ଅଧିକାରୀ କୋହଳ ମନୋଭାବ ପୋଷଣ କରିଥାନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଜି ପୁଣି ୬୧୬ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଲା

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭ରେ ପହଞ୍ଚିଥିବା ରାଜ୍ୟ...

ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ସପ୍ତଶଯ୍ୟା ଫାଉଣ୍ଡେଶନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲାର...

୧୨ ବର୍ଷର ପୁଅକୁ ଧରି ପ୍ରେମିକ ସହ ଫେରାର

ରାଜନଗର,୨୦ା୯(ଡି.ଏନ.ଏ.): ୧୨ ବର୍ଷର ପୁଅକୁ ଧରି ଜଣେ ମହିଳା ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ବାମୀ ଦାଦନ...

ରାଜଧାନୀରେ ଶତାଧିକ ଗାଡ଼ି ଧରାପଡ଼ିଲା

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଲକ୍‌ଡାଉନ୍‌କୁ ନ ମାନି ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିଛି କମିଶନରେଟ ପୋଲିସ। ଶତାଧିକ ଗାଡ଼ି ଧରାଯାଇଥିବାବେଳେ କେତେକ ମାଲିକ ଓ...

ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି

କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ...

ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼,୧୯।୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼...

ପୁଣି ରାଜ୍ୟରେ ୫୧ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ରବିବାର ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ ଏବଂ ଓ୍ବାନ ଜିବି ଡାଟା ମିଳିବ ବୋଲି ସମୀକ୍ଷା ବୈଠକ...

Advertisement
Archives

Model This Week