Posted inଜାତୀୟ

ସୋମବାର ପର୍ଯ୍ୟନ୍ତ ଲୋକ ସଭା-ରାଜ୍ୟ ସଭା ମୁଲତବୀ

ନୂଆଦିଲ୍ଲୀ,୨୩।୭: ଶୁକ୍ରବାର ସଂସଦର ମୌସୁମୀ ଅଧିବେଶନର ୪ର୍ଥ ଦିନ। ପୋଗାସସ୍‌ ମାମଲାକୁ ନେଇ ଗତ ୩ଦିନରୁ ଗୃହରେ ତାତି ଦେଖାଦେଇଛି। ଗୁରୁବାର ସଂସଦର ଦୁଇ ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ। ଏହାପରେ ରାଜ୍ୟ ସଭା ଓ ଲୋକ ସଭା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ଦୁଇ ସଦନରେ ବିରୋଧୀ ଦଳ ଜୋରଦାର ହଟ୍ଟଗୋଳ କରିଥିଲେ। ଅଶୋଭନୀୟ ଆଚରଣ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଶାନ୍ତନୁ ସେନଙ୍କୁ ପୂରା ଅଧିବେଶନ ପାଇଁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁ ନିଲମ୍ବିତ କରିଛନ୍ତି। ଟିଏମ୍‌ସି ଏମ୍‌ପିଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନିଲମ୍ବନକୁ ନେଇ ଟିଏମ୍‌ସି ଓ ଅନ୍ୟ ବିରୋଧୀ ଦଳ ଉଭୟ ଗୃହରେ ହୋହାଲ୍ଲା କରିଥିଲେ। ଲଗାତର ହୋହାଲ୍ଲା ଯୋଗୁ ଜୁଲାଇ ୨୬ ଅର୍ଥାତ୍‌ ସୋମବାର ଯାଏ ଲୋକ ସଭା ଓ ରାଜ୍ୟ ସଭାକୁ ମୁଲତବୀ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ଲୋକ ସଭା, ୫ ବିଧାନସଭାରେ କଣ୍ଟ୍ରୋଲ ରୁମ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏମ୍‌ପି, ବିଧାୟକ ଓ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା ଲାଗି ଲୋକ ସଭା ଏବଂ ୫ ରାଜ୍ୟ ବିଧାନସଭାରେ କଣ୍ଟ୍ରୋଲ...

ବଢ଼ିବାକୁ ଯାଉଛି କାଜୁ, କିସ୍‌ମିସ୍‌ ମୂଲ୍ୟ

ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ...

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗ ପ୍ରଯୁଜ୍ୟ ନୁହେଁ

ନୂଆଦିଲ୍ଲୀ,୩ା୧୨: ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍‌ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ...

ବଢିଲା ମିକା ସିଂଙ୍କ ସୁରକ୍ଷା

ମୁମ୍ବାଇ,୩୧ ।୫: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ତେବେ ସିଦ୍ଧୁଙ୍କୁ ହତ୍ୟା କରାଯିବା...

କରୋନାରେ ମୃତକଙ୍କ ପରିବାରକୁ ପଞ୍ଜାବ ସରକାର ଦେବେ ଆର୍ଥିକ ସହାୟତା

ଚଣ୍ଡିଗଡ଼,୧୩ ।୧୦ : ପଞ୍ଜାବ ସରକାର କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ୫୦ ହଜାର ଟଙ୍କା...

ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି।...

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି...

Advertisement
Archives

Model This Week