କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ଅକ୍ଷୟ

ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର ହିସାବ ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି କରୋନା । ଏହି ସମୟରେ କଳାକାରମାନେ ବି କିଛି କମ୍ ସମସ୍ୟାର ସମ୍ମୁଖିନ ହୋଇ ନାହାନ୍ତି । ଏମିତି ରୋଜଗାର ହରାଇଥିବା କଳାକାରଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ରୋଜଗାର ହରାଇଥିବା କଳାକାରଙ୍କ ସହାୟତା ପାଇଁ ସେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାସହ କଳା ଜଗତର ବଡ ବଡ କଳାକାରଙ୍କୁ ମଧ୍ୟ ଏ ଦିଗରେ ଆଗେଇ ଆସିବାକୁ ସେ କହିଛନ୍ତି । କଳକାରଙ୍କ ସହାୟତା ପାଇଁ ସଂସ୍କାର ଭାରତି ଦ୍ୱାରା ଆରମ୍ଭ କରାଯାଇଥିବା ‘ପିର ପରାଇ ଜାଣେ ରେ’ ଅଭିଯାନକୁ ସମର୍ଥନ କରି ସେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ସେ କହିଛନ୍ତି, କରୋନା ମହାମାରୀ କଳାକାରଙ୍କ ପାଇଁ ଆର୍ଥିକ ସମସ୍ୟା ଆଣି ଦେଇଛି । ଏଥିପାଇଁ ଗତ ଦୁଇ ବର୍ଷ ହେବ ସେମାନଙ୍କ ପାଖରେ କିଛି କାମ ନାହିଁ । କଳାକାର ସବୁବେଳେ ଦେଶ ପାଇଁ ଠିଆ ହୋଇଥାଏ ସେଥିପାଇଁ ଦେଶର ଆବଶ୍ୟକତା ବେଳେ କଳାକାର ଠିଆ ହୋଇଥାଏ । ଏହି ଭିଡିଓ ଶେଷରେ ସେ କହିଛନ୍ତି କଳାକର ଅଛି ତ କଳା ଅଛି, କଳା ଅଛି ତ ଦେଶ ଅଛି । ତେଣୁ ଏଥିପାଇଁ କେବଳ କଳାକାର ନୁହେଁ ସମାଜ ବି ଆଗେଇ ଆସିବା କଥା । ଅକ୍ଷୟଙ୍କ ବ୍ୟତିତ ମହାଭାରତର ‘ମେ ସମୟ ହୁଁ’ କଣ୍ଠ ପାଇଁ ପ୍ରସିଦ୍ଧ ହିନ୍ଦୀ ଉଦ୍‌ଘୋଷକ ହରିଶ ଭିମାନୀ ବି ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଏହାସହ କଳା ଜଗତର ଅନ୍ୟ କଳାକାରଙ୍କୁ ଆଗେଇ ଆସିବାକୁ କହିଛନ୍ତି । ଦିଲ୍ଲୀର ଏମ୍‌ପି ତଥା ଲୋକ ଗାୟକ ମନୋଜ ତିୱାରୀ ବି ୧୦ ଲକ୍ଷ ଟଙ୍କା ଦାନ କରିବେ ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?