ପାର୍ଲାମେଣ୍ଟ ଧାମ

ବହୁ ପ୍ରତୀକ୍ଷିତ ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଛି। ପୁରୁଣା ସଂସଦ ଭବନରେ ଅଧିବେଶନର ପ୍ରଥମ ଦିନ ଶେଷ ହେବା ପରେ ସେପ୍ଟେମ୍ବର ୧୯ରେ ନୂଆ ବିଲ୍ଡିଂରେ ଏହା ଜାରି ରହିଛି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପୁରୁଣା ଭବନକୁ ବିଦାୟ ଦିଆଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତୀତର ସ୍ମୃତି ବଖାଣିଥିଲେ। ସେ କହିଥିଲେ ଯେ, ପୁରୁଣା ସଂସଦ ଭବନ ଭବିଷ୍ୟତରେ ଏକ ପ୍ରେରଣାର ଉତ୍ସ ଓ ତୀର୍ଥସ୍ଥଳୀ ହୋଇ ରହିବ। ଏଭଳି କହିବା ସ୍ବାଭାବିକ, କିନ୍ତୁ ନୂଆ ସଂସଦ ଭବନରେ ପୁରୁଣା ଅଭ୍ୟାସ ଛାଡ଼ିବାରେ ରାଜନୈତିକ ଦଳଗୁଡ଼ିକ କେତେ ସକ୍ଷମ ତାହା ହିଁ ଏକ ମୁଖ୍ୟ ପ୍ରଶ୍ନ। ଗଣେଶ ପୂଜାଦିନ ନୂଆ ସଂସଦ ଭବନରେ ପ୍ରବେଶ କରିବା ପରେ ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଛି। ଅଧିବେଶନ କେବଳ ଆଇନ ଗଢ଼ିବାରେ ଶେଷ ହେବ ବୋଲି ଆରମ୍ଭରୁ ଯାହା ଅନୁମାନ କରାଯାଉଥିଲା ତାହାର ସୂଚନା ଏହି ବିଲ୍‌ରୁ ମିଳିଛି। ଏହା ଏକ ଫମ୍ପା ରାଜନୈତିକ ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ବିଲ୍‌ ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ୨୦୧୧ ମସିହାର ଜନଗଣନାକୁ ନେଇ ଆଜି ୨୦୨୩ରେ କୌଣସି ସରକାରୀ ବିକାଶ କାର୍ଯ୍ୟ କିମ୍ବା ବିଧାନସଭା ଏବଂ ସଂସଦର ଆସନ ପୁନର୍ଗଠନ ବା ସୀମା ନିର୍ଦ୍ଧାରଣ ମଧ୍ୟ ସମ୍ଭବପର ହେବ ନାହିଁ। ଅର୍ଥାତ୍‌ ଏହି ମହିଳା ସଂରକ୍ଷଣ ଆଇନ ଗୃହୀତ ହେଲେ ଯାହା ନ ହେଲେ ତାହା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସ୍ବତନ୍ତ୍ର ଅଧିବେଶନରେ କୌଣସି ପ୍ରଶ୍ନକାଳ ନାହିଁ। ଅତୀତକୁ ଦେଖିଲେ ପୁରୁଣା ସଂସଦ ଭବନରେ ସରକାରଙ୍କ ଏକଚାଟିଆ ମନୋଭାବ ଯୋଗୁ ସେଠାରେ ସାଂସଦମାନଙ୍କ କୌଣସି ପ୍ରଶ୍ନର ଉତ୍ତର ଦିଆଯିବା ଦେଖାଯାଇନାହିଁ। ସେଥିପାଇଁ ହୁଏତ ନିଜର ପରିସ୍ଥିତିକୁ ବୁଝି ସରକାର ଏହି ପ୍ରଶ୍ନକାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଯଦି ଜଣେ ସାଂସଦ କୌଣସି ପ୍ରଶ୍ନ ପଚାରିପାରିିବେ ନାହିଁ, ତେବେ ସଂସଦ କିମ୍ବା ଗଣତନ୍ତ୍ର ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଗଲାଣି ବୁଝିବାକୁ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ପୂର୍ବ ଏକଚାଟିଆ ମନୋଭାବର ପୁନରାବୃତ୍ତି ବୋଲି କୁହାଯାଇପାରେ। ମହିଳା ସଂରକ୍ଷଣ ବିଲ୍‌ ପରେ ଅନ୍ୟସବୁ କ’ଣ ଆସିବ ଏବେ କାହାରିକୁ ଜଣା ନାହିଁ। ସବୁକିଛି ଗୋପନୀୟ ଭାବେ ହଠାତ୍‌ କରାଯାଇଥିବାରୁ ସଂସଦର ମୂଲ୍ୟହୀନତା ସ୍ପଷ୍ଟ ବୁଝାପଡ଼ୁଛି। ଏହା ସହ ଜମ୍ମୁ -କଶ୍ମୀର କିମ୍ବା ମଣିପୁର ଘଟଣା ବହୁ ଦୂରରେ ରହବା ଭଳି ମନେହେଉଛି। ମହିଳା ସଂରକ୍ଷଣ ବିଲ୍‌ରୁ ଖିଅ ଟାଣିଲେ ବୁଝାପଡ଼ୁଛି ଯେ, ନୂଆ ସଂସଦ ଭବନ ତିଆରି ହୋଇଥିବା ସତ୍ତ୍ୱେ କାହାରି ମାନସିକତାରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଇତିହାସକୁ ମିଥ୍ୟା ବୋଲି କହି ଭାଙ୍ଗିବାର ପ୍ରୟୋଜନ ନାହିଁ। ଯେମିତି ଇଣ୍ଡିଆ ଏବଂ ଭାରତବର୍ଷ ଉଭୟେ ଏହି ଦେଶର ନାମ ରହିଆସୁଥିବା ସତ୍ତ୍ୱେ ଏବେ ଏକ ବିକୃତ ପରିବର୍ତ୍ତନ କରିବାର ଚେଷ୍ଟା ହେଉଛି। ଇତିହାସରୁ ସକାରାମତ୍କ ଶିକ୍ଷା ନିଆଯିବା ଉଚିତ। ମୁହଁରେ ଗଣତନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟରେ ଅଗଣତାନ୍ତ୍ରିକ ହେବାର ପ୍ରୟୋଜନ ନାହିଁ। ସେଥିପାଇଁ ପୁରୁଣା ପାର୍ଲାମେଣ୍ଟ କୋଠରିକୁ ଅକାମୀ କରି ତୀର୍ଥସ୍ଥାନ ବୋଲି ଆଖ୍ୟାଦେଲେ ତାହା ଜଗନ୍ନାଥ ପୁରୀ କିମ୍ବା ଦ୍ୱାରିକା ଧାମ ହୋଇଯିବ ନାହିଁ। ଭାରତୀୟ ପାର୍ଲାମେଣ୍ଟ କୋଠରିର ଇତିହାସ ଏହି ଦେଶର ୧୫୦ କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ରାଜନେତା ଏବଂ ରାଜନୈତିକ ଦଳ ଓ ଚିନ୍ତାଧାରା ଆସିବେ ଯିବେ। ସମସ୍ତେ ଗୋଟିଏ ଦିନ ଇତିହାସ ହୋଇଯିବେ। ଏହି ଚିରନ୍ତନ ସତ୍ୟକୁ ସ୍ବୀକାର କରି ନମ୍ର ହେଲେ ଇତିହାସରେ ସୁନାମ ରହିବ।

ଇତିହାସରୁ ସକାରାମତ୍କ ଶିକ୍ଷା ନିଆଯିବା ଉଚିତ। ମୁହଁରେ ଗଣତନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟରେ ଅଗଣତାନ୍ତ୍ରିକ ହେବାର ପ୍ରୟୋଜନ ନାହିଁ। ସେଥିପାଇଁ ପୁରୁଣା ପାର୍ଲାମେଣ୍ଟ କୋଠରିକୁ ଅକାମୀ କରି ତୀର୍ଥସ୍ଥାନ ବୋଲି ଆଖ୍ୟାଦେଲେ ତାହା ଜଗନ୍ନାଥ ପୁରୀ କିମ୍ବା ଦ୍ୱାରିକା ଧାମ ହୋଇଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri