କଟକରୁ ବାବାଙ୍କୁ ଧରିଲା କର୍ନାଟକ ପୋଲିସ

କଟକ ଅଫିସ୍‌,୨୦।୯(କାର୍ତ୍ତିକ ସାହୁ): କର୍ନାଟକର ଜଣେ ଶିଳ୍ପପତିଙ୍କୁ ଭାଜପା ବିଧାୟକ ଟିକେଟ ପ୍ରଦାନ କରିବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ କର୍ନାଟକ ପୋଲିସ ସୋମବାର ରାତିରେ କଟକରୁ ଜଣେ ଫେରାର ବାବାଙ୍କୁ ଗିରଫ କରିଛି। ଗିରଫ ବାବା ଅଭିନବ ହାଲ୍‌ଶ୍ରୀ ଭୁବନେଶ୍ୱରରୁ ଟ୍ରେନ୍‌ରେ ବୋଧଗୟା ଯାଉଥିବା ସମୟରେ କର୍ନାଟକର ସିଟି ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ଗିରଫ କରିଛି। ଅଭିଯୁକ୍ତଙ୍କୁ ମଙ୍ଗଳବାର ବେଙ୍ଗାଲୁରୁ କୋର୍ଟରେ ହାଜର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କର୍ନାଟକର ବାଇନ୍ଦୁରୁ ବିଧାନସଭା ଆସନ ପାଇଁ ଗତ ନିର୍ବାଚନରେ ଭାଜପା ଟିକେଟ କରାଇଦେବାକୁ କହି ଜଣେ ଶିଳ୍ପପତିଙ୍କ ଠାରୁ ଅଭିଯୁକ୍ତ ବାବା ହାଲ୍‌ଶ୍ରୀ ଦେଢ଼ କୋଟି ନେଇଥିଲେ। ଏହି ଠକେଇରେ ହାଲ୍‌ଶ୍ରୀଙ୍କୁ ଏକ ର଼୍ୟାକେଟ ସହଯୋଗ କରିଥିଲା। ର଼୍ୟାକେଟର ମୁଖ୍ୟ ଚୈତ୍ର କୁନ୍ଦାପୁରା ଥିଲେ। ଟିକେଟ ନ ମିଳିବାରୁ ଠକାମିର ଶିକାର ହୋଇଥିବା ଜାଣି ଶିଳ୍ପପତି ଜଣକ ଗତ ୮ତାରିଖରେ ଉଦୁପି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଗତ ୧୨ତାରିଖରେ ଉଦୁପିରୁ କୁନ୍ଦାପୁରାଙ୍କୁ ଗିରଫ କରିଥିବାବେଳେ ହାଲ୍‌ଶ୍ରୀ ଫେରାର ହୋଇଯାଇଥିଲେ। ସେ ସେଠାରୁ ପ୍ରଥମେ ହାଇଦ୍ରାବାଦ୍‌ ପରେ ଫାରୁକାବାଦ୍‌, ପୁରୀ, କୋଣାର୍କ ଏବଂ ଶେଷରେ କାଶୀ ଚାଲିଯିବାକୁ ଯୋଜନା କରିଥିଲେ। ହାଲ୍‌ଶ୍ରୀ ଗିରଫ ହେବା ପରେ ଏହି ର଼୍ୟାକେଟରେ ସମ୍ପୃକ୍ତ ଭାଜପାର ଆଉ କିଛି ବଡ଼ବଡ଼ିଆ ନେତାଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି କୁନ୍ଦାପୁରା ଗିରଫ ହେବା ପରେ ପୋଲିସ ନିକଟରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

ମୁଁ ମେଲୋନିଙ୍କୁ ପସନ୍ଦ କରେ: କହୁ କହୁ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପ୍ରଶଂସା କରିଛନ୍ତି। ଆଙ୍କାରା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଇଟାଲୀ ନେତାଙ୍କୁ ଜଣେ ‘ଭଲ…

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri