Posted inଜାତୀୟ

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀଙ୍କ ସ୍ଲୋଗାନ, ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଏହାକୁ ଧ୍ୱନିମତରେ ଗୃହୀତ କରାଯାଇଛି।
ତାଲିକାରୁ ଜାଲ୍‌ ମତଦାତାଙ୍କୁ ହଟାଇବା ପାଇଁ ଉଦ୍ଦିଷ୍ଟ ନିର୍ବାଚନ ଆଇନ (ସଂଶୋଧନ) ବିଲ୍‌, ୨୦୨୧ ସୋମବାର ନିମ୍ନ ସଦନରେ ଗୃହୀତ ହୋଇଥିଲା। ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟ ସଭାରେ ବିଲ୍‌ ଆଗତ ବେଳେ ବିରୋଧୀ ଦଳଗୁଡ଼ିକ ବିଧେୟକକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ପ୍ରସ୍ତାବ ଆଣି ମତ ବିଭାଜନ ଦାବି କରିଥିଲେ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ମତ ବିଭାଜନ କଥା ଉଠାଇଥିଲେ। ତେବେ ଗୃହର ଉପାଧ୍ୟକ୍ଷ ହରିବଂଶ ସେମାନଙ୍କ ଦାବି ଅଗ୍ରାହ୍ୟ କରିବା ସହ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ। ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଉଥିବାବେଳେ ଓ’ ବ୍ରାଏନ୍‌ ଅଧ୍ୟକ୍ଷଙ୍କ ଆସନ ଆଡ଼କୁ ରୁଲ୍‌ ବୁକ୍‌ ଫିଙ୍ଗି କକ୍ଷତ୍ୟାଗ କରିଥିଲେ। ଏହାକୁ ନେଇ ଓ’ ବ୍ରାଏନ୍‌ଙ୍କୁ ରାଜ୍ୟ ସଭାରୁ ଶୀତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। କଂଗ୍ରେସ, ଟିଏମ୍‌ସି, ବାମଦଳ, ଡିଏମ୍‌କେ ଏବଂ ଏନ୍‌ସିପି ସଦସ୍ୟମାନେ ମଧ୍ୟ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଏଥିଯୋଗୁ ଭୋଟର ଜାଲିଆତି ବନ୍ଦ ହେବା ଦର୍ଶାଇ ଭାଜପା, ଜେଡିୟୁ, ଓ୍ବାଇଏସ୍‌ଆର୍‌ସିପି, ବିଜେଡି, ଏବଂ ଟିଏମ୍‌ସି-ଏମ୍‌ ବିଲ୍‌କୁ ସମର୍ଥନ କରିଥିଲେ। ପରେ ଗୃହରେ ଅଧ୍ୟକ୍ଷତା କରି ବିଜେଡି ଏମ୍‌ପି ସସ୍ମିତ ପାତ୍ର କହିଥିଲେ, ଓ’ବ୍ରାଏନ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଥିଲେ, ଯାହାର ଉତ୍ତର ଗୃହର ଉପାଧ୍ୟକ୍ଷ ଦେଇଥିଲେ। ଏହାର କିଛି ସମୟ ପରେ ଓ’ବ୍ରାଏନ୍‌ ଉତ୍ତ୍ୟକ୍ତ ହୋଇ ରୁଲ୍‌ ବୁକ୍‌କୁ ଚେୟାର ଆଡ଼କୁ ଫିଙ୍ଗିଥିଲେ। ଏହା ଅଧ୍ୟକ୍ଷ କିମ୍ବା ସେକ୍ରେଟାରି ଜେନେରାଲ କିମ୍ବା ଆଉ କୌଣସି ଅଧିକାରୀଙ୍କ ଦେହରେ ବି ବାଜିଥାଆନ୍ତା। ଇତିମଧ୍ୟରେ ଟିଏମ୍‌ସି ଏମ୍‌ପିଙ୍କୁ ଅଧିବେଶନ ଶେଷ (ଡିସେମ୍ବର ୨୩) ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରିବା ପାଇଁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏକ ପ୍ରସ୍ତାବ ଆଣିଥିଲେ, ଯାହାକୁ ଗୃହ ପାରିତ କରିଥିଲା।

ବିଜେଡିର ସମର୍ଥନ, କିନ୍ତୁ ଆଶଙ୍କା

ରାଜନୈତିକ ସଂସ୍କାର ବିଲ୍‌କୁ ରାଜ୍ୟ ସଭାରେ ବିଜେଡି ସମର୍ଥନ କରିଥିଲେ ହେଁ ଏହାର ଦୁରୁପଯୋଗ ଆଶଙ୍କା କରିଛି। ବିଜେଡି ସଦସ୍ୟ ସୁଜିତ କୁମାର କହିଥିଲେ, ସରକାରଙ୍କ ଉଦ୍ଦେଶ୍ୟକୁ ଆମେ ସମର୍ଥନ କରୁଛୁ। କିନ୍ତୁ ଏହାର ଦୁରୁପଯୋଗ ହେବାର ଆଶଙ୍କା ରହିଛି। ଯଦି ଜଣେ ଭୋଟରଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଛି ତେବେ ଆଧାର ନମ୍ବର ପର୍ଯ୍ୟାପ୍ତ। କିନ୍ତୁ ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କ’ଣ ପାଇଁ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ସଂଶୋଧନ ପରେ କେତେଜଣ ଲୋକ ଭୋଟର ତାଲିକାରୁ ବାଦ୍‌ ପଡ଼ିପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ସେହିପରି ପିଡିଏସ୍‌ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦେୟ ପାଇଁ ଆଧାରର ବ୍ୟବହାର ହେଉଥିବାରୁ ଅନେକ ହିତାଧିକାରୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେଉଥିବା ସେ କହିଥିଲେ। ଏହାବାଦ୍‌ ଏହି ପ୍ରସ୍ତାବିତ ସଂଯୋଗୀକରଣ ପରେ ନିର୍ବାଚନ କମିଶନ ସବୁ ତଥ୍ୟ ପାଇପାରିବେ, ଯାହାକୁ ନିର୍ଦ୍ଦିଷ୍ଟ ରାଜନୈତିକ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରେ। ଡାଟା ସୁରକ୍ଷାର ଅଭାବ ହେତୁ ଏହି ତଥ୍ୟ କୌଣସି ରାଜନୈତିକ ଦଳର ହାତକୁ ଗଲେ ତାହା ସବୁ ଦଳ ପାଇଁ ଉପଲବ୍ଧ କରାଯିବା ଉଚିତ।

 

ରାଜ୍ୟ ସଭାରୁ ଓ’ ବ୍ରାଏନ୍‌ ନିଲମ୍ବିତ

ଗତ ଥର କୃଷି ଆଇନକୁ ବିରୋଧ କରି ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିଲି। ଏଥର ଭାଜପା ପାର୍ଲାମେଣ୍ଟକୁ ଉପହାସ କରି ନିର୍ବାଚନ ଆଇନ ବିଲ୍‌ ଉପରେ ବୁଲ୍ଡୋଜର ଚଳାଉଥିବାବେଳେ ତାକୁ ବିରୋଧ କରି ନିଲମ୍ବିତ ହୋଇଛି। ଆଶା ଏହି ବିଲ୍‌ ମଧ୍ୟ ଶୀଘ୍ର ଉଚ୍ଛେଦ ହୋଇଯିବ।
-ଡେରେକ୍‌ ଓ’ବ୍ରାଏନ୍‌, ଟିଏମ୍‌ସି ଏମ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri