Posted inଜାତୀୟ

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀଙ୍କ ସ୍ଲୋଗାନ, ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଏହାକୁ ଧ୍ୱନିମତରେ ଗୃହୀତ କରାଯାଇଛି।
ତାଲିକାରୁ ଜାଲ୍‌ ମତଦାତାଙ୍କୁ ହଟାଇବା ପାଇଁ ଉଦ୍ଦିଷ୍ଟ ନିର୍ବାଚନ ଆଇନ (ସଂଶୋଧନ) ବିଲ୍‌, ୨୦୨୧ ସୋମବାର ନିମ୍ନ ସଦନରେ ଗୃହୀତ ହୋଇଥିଲା। ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟ ସଭାରେ ବିଲ୍‌ ଆଗତ ବେଳେ ବିରୋଧୀ ଦଳଗୁଡ଼ିକ ବିଧେୟକକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ପ୍ରସ୍ତାବ ଆଣି ମତ ବିଭାଜନ ଦାବି କରିଥିଲେ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ମତ ବିଭାଜନ କଥା ଉଠାଇଥିଲେ। ତେବେ ଗୃହର ଉପାଧ୍ୟକ୍ଷ ହରିବଂଶ ସେମାନଙ୍କ ଦାବି ଅଗ୍ରାହ୍ୟ କରିବା ସହ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ। ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଉଥିବାବେଳେ ଓ’ ବ୍ରାଏନ୍‌ ଅଧ୍ୟକ୍ଷଙ୍କ ଆସନ ଆଡ଼କୁ ରୁଲ୍‌ ବୁକ୍‌ ଫିଙ୍ଗି କକ୍ଷତ୍ୟାଗ କରିଥିଲେ। ଏହାକୁ ନେଇ ଓ’ ବ୍ରାଏନ୍‌ଙ୍କୁ ରାଜ୍ୟ ସଭାରୁ ଶୀତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। କଂଗ୍ରେସ, ଟିଏମ୍‌ସି, ବାମଦଳ, ଡିଏମ୍‌କେ ଏବଂ ଏନ୍‌ସିପି ସଦସ୍ୟମାନେ ମଧ୍ୟ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଏଥିଯୋଗୁ ଭୋଟର ଜାଲିଆତି ବନ୍ଦ ହେବା ଦର୍ଶାଇ ଭାଜପା, ଜେଡିୟୁ, ଓ୍ବାଇଏସ୍‌ଆର୍‌ସିପି, ବିଜେଡି, ଏବଂ ଟିଏମ୍‌ସି-ଏମ୍‌ ବିଲ୍‌କୁ ସମର୍ଥନ କରିଥିଲେ। ପରେ ଗୃହରେ ଅଧ୍ୟକ୍ଷତା କରି ବିଜେଡି ଏମ୍‌ପି ସସ୍ମିତ ପାତ୍ର କହିଥିଲେ, ଓ’ବ୍ରାଏନ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଥିଲେ, ଯାହାର ଉତ୍ତର ଗୃହର ଉପାଧ୍ୟକ୍ଷ ଦେଇଥିଲେ। ଏହାର କିଛି ସମୟ ପରେ ଓ’ବ୍ରାଏନ୍‌ ଉତ୍ତ୍ୟକ୍ତ ହୋଇ ରୁଲ୍‌ ବୁକ୍‌କୁ ଚେୟାର ଆଡ଼କୁ ଫିଙ୍ଗିଥିଲେ। ଏହା ଅଧ୍ୟକ୍ଷ କିମ୍ବା ସେକ୍ରେଟାରି ଜେନେରାଲ କିମ୍ବା ଆଉ କୌଣସି ଅଧିକାରୀଙ୍କ ଦେହରେ ବି ବାଜିଥାଆନ୍ତା। ଇତିମଧ୍ୟରେ ଟିଏମ୍‌ସି ଏମ୍‌ପିଙ୍କୁ ଅଧିବେଶନ ଶେଷ (ଡିସେମ୍ବର ୨୩) ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରିବା ପାଇଁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏକ ପ୍ରସ୍ତାବ ଆଣିଥିଲେ, ଯାହାକୁ ଗୃହ ପାରିତ କରିଥିଲା।

ବିଜେଡିର ସମର୍ଥନ, କିନ୍ତୁ ଆଶଙ୍କା

ରାଜନୈତିକ ସଂସ୍କାର ବିଲ୍‌କୁ ରାଜ୍ୟ ସଭାରେ ବିଜେଡି ସମର୍ଥନ କରିଥିଲେ ହେଁ ଏହାର ଦୁରୁପଯୋଗ ଆଶଙ୍କା କରିଛି। ବିଜେଡି ସଦସ୍ୟ ସୁଜିତ କୁମାର କହିଥିଲେ, ସରକାରଙ୍କ ଉଦ୍ଦେଶ୍ୟକୁ ଆମେ ସମର୍ଥନ କରୁଛୁ। କିନ୍ତୁ ଏହାର ଦୁରୁପଯୋଗ ହେବାର ଆଶଙ୍କା ରହିଛି। ଯଦି ଜଣେ ଭୋଟରଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଛି ତେବେ ଆଧାର ନମ୍ବର ପର୍ଯ୍ୟାପ୍ତ। କିନ୍ତୁ ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କ’ଣ ପାଇଁ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ସଂଶୋଧନ ପରେ କେତେଜଣ ଲୋକ ଭୋଟର ତାଲିକାରୁ ବାଦ୍‌ ପଡ଼ିପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ସେହିପରି ପିଡିଏସ୍‌ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦେୟ ପାଇଁ ଆଧାରର ବ୍ୟବହାର ହେଉଥିବାରୁ ଅନେକ ହିତାଧିକାରୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେଉଥିବା ସେ କହିଥିଲେ। ଏହାବାଦ୍‌ ଏହି ପ୍ରସ୍ତାବିତ ସଂଯୋଗୀକରଣ ପରେ ନିର୍ବାଚନ କମିଶନ ସବୁ ତଥ୍ୟ ପାଇପାରିବେ, ଯାହାକୁ ନିର୍ଦ୍ଦିଷ୍ଟ ରାଜନୈତିକ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରେ। ଡାଟା ସୁରକ୍ଷାର ଅଭାବ ହେତୁ ଏହି ତଥ୍ୟ କୌଣସି ରାଜନୈତିକ ଦଳର ହାତକୁ ଗଲେ ତାହା ସବୁ ଦଳ ପାଇଁ ଉପଲବ୍ଧ କରାଯିବା ଉଚିତ।

 

ରାଜ୍ୟ ସଭାରୁ ଓ’ ବ୍ରାଏନ୍‌ ନିଲମ୍ବିତ

ଗତ ଥର କୃଷି ଆଇନକୁ ବିରୋଧ କରି ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିଲି। ଏଥର ଭାଜପା ପାର୍ଲାମେଣ୍ଟକୁ ଉପହାସ କରି ନିର୍ବାଚନ ଆଇନ ବିଲ୍‌ ଉପରେ ବୁଲ୍ଡୋଜର ଚଳାଉଥିବାବେଳେ ତାକୁ ବିରୋଧ କରି ନିଲମ୍ବିତ ହୋଇଛି। ଆଶା ଏହି ବିଲ୍‌ ମଧ୍ୟ ଶୀଘ୍ର ଉଚ୍ଛେଦ ହୋଇଯିବ।
-ଡେରେକ୍‌ ଓ’ବ୍ରାଏନ୍‌, ଟିଏମ୍‌ସି ଏମ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?