ନାହିଁ ନାହିଁରେ ଚାଲିଛି ସଂସ୍କୃତ ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ୧୩ା୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିଠାରେ ୧୯୧୫ରେ ଓଡ଼ିଶା ପ୍ରାଚୀନତମ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ସଂସ୍କୃତ ମହାବିଦ୍ୟାଳୟ ଭାବେ ବେଶ୍‌ ଜଣାଶୁଣା। ଶିକ୍ଷା ଓ ସଂସ୍କୃତ ଭାଷାର ଉନ୍ନତି କ୍ଷେତ୍ରରେ ଏହି ମହାବିଦ୍ୟାଳୟ ବହୁ କାର୍ଯ୍ୟ କରିଆସୁଛି। ବର୍ତ୍ତମାନ ଏହି ମହାବିଦ୍ୟାଳୟର ଅଧ୍ୟାପକଙ୍କ ଅଭାବ ରହିଛି। ଜଣେ ଅଧ୍ୟାପକ ହିଁ ଅଧ୍ୟାପନା ସହ ଅଧ୍ୟକ୍ଷ କାର୍ଯ୍ୟ ତୁଲାଉଛନ୍ତି। ଏଠାରେ ଯେତିକି ଅଧ୍ୟାପକଙ୍କର ଆବଶ୍ୟକତା ରହିଛି ସେହି ପରିମାଣର ଅଧ୍ୟାପକ ନାହାନ୍ତି। ସମସ୍ତ କାର୍ଯ୍ୟ ୨ଜଣ ଚପରାସୀ ତୁଲାଉଛନ୍ତି। ଅଧ୍ୟାପକ ଅଭାବରୁ ଛାତ୍ରୀଛାତ୍ରମାନେ ସଂସ୍କୃତ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ଏଠାରେ ନାମ ଲେଖାଇବାକୁ ପଛଘୁଞ୍ଚା ହେଉଛନ୍ତି। କଲେଜରେ ବହୁ ମୂଲ୍ୟବାନ୍‌ ସଂସ୍କୃତ ଗ୍ରନ୍ଥ ଏବଂ ବହି ରହିଥିଲେ ମଧ୍ୟ ଏଠାରେ ରହିଥିବା ଗନ୍ଥାଗାରର ରକ୍ଷଣାବେକ୍ଷଣ ଅବସ୍ଥା କହିଲେ ନ ସରେ। ଏହି ଗନ୍ତାଘରରେ ପୁରାତନ ଗ୍ରନ୍ଥଗୁଡ଼ିକ ବହୁ ମୂଲ୍ୟବାନ୍‌ ବୋଲି ଜଣାପଡୁଛି। ତେଣୁ ନୂତନ ଶୈଳୀରେ ଗନ୍ଥାଗାର ଆବଶ୍ୟକ ରହିଛି। ଏଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଥିଲେ ମଧ୍ୟ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏଠାରେ ରହୁଥିବା ଛାତ୍ରମାନେ ରାତି ହେଲେ ଅନ୍ୟତ୍ର ଶୋଇବାକୁ ଯାଉଛନ୍ତି। ଅଳ୍ପଦିନ ତଳେ ଏହି ମହାବିଦ୍ୟାଳୟର କୋଠାଗୃହ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟରେ ପଠନ କରିବାକୁ ଜିଲାର ମୋହନା, ଅଡବା, କାଶୀନଗର, ଗୋଷାଣୀ, ଗଞ୍ଜାମ ଆଦି ବିଭିନ୍ନ ଅଞ୍ଚଳର ଛାତ୍ରମାନେ ନିର୍ଭର କରିଥାନ୍ତି। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏକା ତୁଲାଉଛି ଏବଂ ଏହାର ତୁରନ୍ତ ସମାଧାନ ହେଲେ ବହୁ ଆଦିବାସୀ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ ବୋଲି କଲେଜ ଅଧ୍ୟକ୍ଷ ଡ. ସୁଦର୍ଶନ ତ୍ରିପାଠୀ କହିଛନ୍ତି। ଏହି ମହାବିଦ୍ୟାଳୟରୁ ଶିକ୍ଷାଲାଭ କରି ଡ. ବେଣୁ ମାଧବ ପାଢ଼ୀ, ଗୋପୀନାଥ ପାଣିଗ୍ରାହୀ, ଭାସ୍କର ରଥ ପ୍ରମୁଖ ବହୁ ବିଦ୍ୱାନ ବ୍ୟକ୍ତି ସୃଷ୍ଟି ହୋଇଛନ୍ତି। ଏମାନେ କେବଳ ପାରଳାଖେମୁଣ୍ଡି ନୁହେଁ, ଗଜପତି ଜିଲା ନାମର ସାରା ରାଜ୍ୟରେ ଗୌରବ ଆଣିଛି। ହେଲେ ଆଜି ଏହି ପ୍ରାଚୀନ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁ ଉକ୍ତ ମହାବିଦ୍ୟାଳୟଟି ରସାତଳକୁ ଖସିପଡ଼ିଛି। ମହାବିଦ୍ୟାଳୟର ଅବସ୍ଥା ଏତେ ଶୋଚନୀୟ ଯେ, ଏଠାରେ ଯେଉଁ ଛାତ୍ରାବାସ ରହିଛି ସେଠାରେ ବିଦ୍ୟୁତ୍‌ ଆଲୋକ ସଙ୍କଟ ଦେଖାଯାଉଛି। ରାତି ହେଲେ ସେଠାରେ ସରୀସୃପମାନେ ବୁଲୁଥିବାର ଲକ୍ଷ୍ୟ କରାଯାଉଛି। ଜିଲା ପ୍ରଶାସନ ଏହି ମହାବିଦ୍ୟାଳୟକୁ କୋଭିଡ୍‌ ସମୟରେ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ମାତ୍ର ଏହି ମହାବିଦ୍ୟାଳୟର ରକ୍ଷଣାବେକ୍ଷଣ ସହ ଏହାର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରିଲେ ଆହୁରି ଅଧିକ ଛାତ୍ର ନାମ ଲେଖାନ୍ତେ। ଏହାର ଉନ୍ନତି ସାଧନ ଦିଗରେ ଜିଲା ପ୍ରଶାସନ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ପାରଳାବାସୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri