କଲାମଙ୍କ ନାମରେ ହେବ ପାର୍କ

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ନିର୍ମାଣ ହେଉଥିବା ପାର୍କକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ନାମରେ ନାମିତ କରାଯିବ। ଏନେଇ ବିଡିଏ ପକ୍ଷରୁ ଟୁଇଟ୍‌ କରି ଜଣାଯାଇଛି। କଳିଙ୍ଗ ନଗରଠାରେ ୧୨ ଏକର ପରିମିତ ଅଞ୍ଚଳରେ ତିଆରି ହେଉଥିବା ପାର୍କର ନିର୍ମାଣ କାର୍ଯ୍ୟ ଆସନ୍ତା ମାସକ ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି। ଭାରତର ମିଶାଇଲ ମ୍ୟାନ ବୋଲି କୁହାଯାଉଥିବା କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାମରେ ପାର୍କର ନାମକରଣ କରାଯିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପାର୍କ କେବଳ ସହରର ସାୈନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେବ ତାହା ନୁହେଁ ବରଂ କଲାମଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବିଷୟରେ ଯୁବଗୋଷ୍ଠୀ ଅଧିକରୁ ଅଧିକ ଜାଣିବାକୁ ଉତ୍ସାହିତ ହେବେ। ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ପାର୍କ, ଯାହାକି କଲାମଙ୍କ ନାମରେ ନାମିତ ହେବାକୁ ଯାଉଛି ବୋଲି ବିଡିଏର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ଜୁନ୍‌ରେ ବିଡିଏ ପକ୍ଷରୁ ସହରରେ ୩ଟି ପାର୍କ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ସେଥିମଧ୍ୟରେ ଗୋଟିଏ କଳିଙ୍ଗନଗରରେ ନିର୍ମାଣ ହେଉଥିବାବେଳେ ଅନ୍ୟ ୨ଟି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ ଓ ଲକ୍ଷ୍ମୀସାଗର ଅଞ୍ଚଳରେ ନିର୍ମାଣ ହେଉଛି। କଳିଙ୍ଗନଗର ପାର୍କ ପାଇଁ ୧୫.୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଡୁମୁଡୁମା ଏବଂ ଲକ୍ଷ୍ମୀସାଗର ପାର୍କ ପାଇଁ ଯଥାକ୍ରମେ ୨୯.୨୭ ଏବଂ ୪୨.୭୧ଲକ୍ଷ ଟଙ୍କା ଅଟକଳ କରାଯାଇଛି। ଉକ୍ତ ପାର୍କଗୁଡ଼ିକରେ ଶାରୀରିକ ଅଭ୍ୟାସ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିବ। ଏପରି କି ଖୋଲା ଜିମ୍ନାସିୟମ, ଜଗିଂ ଟ୍ରାକ୍‌ ଏବଂ ବର୍ଷାଜଳ ଅମଳ ବ୍ୟବସ୍ଥା ଆଦି ରହିବ।
ବର୍ତ୍ତମାନ ରାଜଧାନୀରେ ୧୨୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପାର୍କ ରହିଛି। ସେଥିମଧ୍ୟରୁ ୫୭ଟି ବିଡିଏ ଏବଂ ୬୩ଟି ବିଏମ୍‌ସି ଦ୍ୱାରା ପରିଚାଳିତ ହେଉଛି। ବିଜୁ ପଟ୍ଟନାୟକ ପାର୍କ, ଇନ୍ଦିରା ଗାନ୍ଧୀ ଏବଂ ମଧୁସୂଦନ ଦାସ ଭଳି ୧୦ଟି ବଡ଼ ପାର୍କ ବିଡିଏ ଦ୍ୱାରା ସିଧାସଳଖ ପରିଚାଳିତ ହେଉଥିବାବେଳେ ବିଏମ୍‌ସି ଛୋଟ ଛୋଟ ପାର୍କର ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୨୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୨୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୯୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ...

ଅମିତ ଶାହାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ)-କରୋନାରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସ୍ବରାଷ୍ଟ ମନ୍ତ୍ରୀ ଅମିତ...

ପାଣି ପାଇଁ ୧ କି.ମି.

ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ...

ଅମାପ ଶକ୍ତିର ଅଧିକାରୀ ଯୁବପିଢ଼ି

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨।୮: ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମାଜର ପ୍ରମୁଖ ଅଙ୍ଗ। ଯୁବସମାଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ...

କପି ଧରାପଡ଼ିବାରୁ ଜୀବନ ହାରିଲେ ଛାତ୍ର, ହଷ୍ଟେଲରୁ ମିଳିଲା ମୃତଦେହ

ଜଟଣୀ,୨୮।୪(ଡି.ଏନ୍‌.ଏ.): ରାଜ୍ୟରେ ଗତ କିଛିମାସ ମଧ୍ୟରେ କେତେକ କଲେଜ ପରିସରରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ନଜରକୁ ଆସିଛି। ଏହା ଉଭୟ କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ...

୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା...

ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ...

Advertisement
Archives

Model This Week