Posted inଜାତୀୟ

ଶିଶୁଙ୍କ କଷ୍ଟଡି ମାମଲାର ବିଚାରରେ ମାତା-ପିତାଙ୍କ ଅଧିକାର ଅପ୍ରାସଙ୍ଗିକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୩।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଶିଶୁର ରକ୍ଷଣାବେକ୍ଷଣ ବା କଷ୍ଟଡି ପ୍ରସଙ୍ଗରେ ବିଚାର କରାଯାଇଥାଏ ସେତେବେଳେ ମାତା-ପିତାଙ୍କ ଅଧିକାର ସମ୍ପର୍କରେ କହିବା ଅପ୍ରାସଙ୍ଗିକ। ବିଚାରପତି ଅଜୟ ରସ୍ତୋଗି ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି କହିଛନ୍ତି ଯେ ଶିଶୁଙ୍କ ହେପାଜତ କର୍ପସ ମାଗିଥିବା ଆବେଦନର ନିଷ୍ପତ୍ତି ନାବାଳିକ କଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଆବଶ୍ୟକ। କାରଣ ଶିଶୁର କଲ୍ୟାଣ ସର୍ବୋପରି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ନାବାଳକ ଶିଶୁଙ୍କର ସୁରକ୍ଷା ପାଇଁ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ହାବିଅସ କର୍ପସ ଆବେଦନକୁ ଅନୁମତି ଦେଇଥିବା ବେଳେ କେତେକ ନିର୍ଦ୍ଦେଶ ଜାରି କରିଥିଲେ। ୩୦ ସେପ୍ଟେମ୍ବର ୨୦୨୧ କିମ୍ବା ତା’ପୂର୍ବରୁ ନାବାଳକ ଶିଶୁଙ୍କ ସହ ଆମେରିକାକୁ ଫେରିବା ପାଇଁ ମାତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମା’ଙ୍କ ତରଫରୁ ଏହା ଯୁକ୍ତି କରାଯାଇଥିଲା ଯେ କଲ୍ୟାଣ ନୀତିର ଅର୍ଥ ହେଉଛି ଶିଶୁର ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାର୍ଥକୁ ସନ୍ତୁଳିତ କରିବା । ଏଥିରେ ଯୁକ୍ତି କରାଯାଇଥିଲା ଯେ ମାତାଙ୍କୁ ପ୍ରାଥମିକ ଯତ୍ନ ନେଉଥିବା ବ୍ୟକ୍ତି ଭାବରେ ବିଚାର ପରିସର ଭୁକ୍ତ କରାଯିବା ଉଚିତ। ମାତାଙ୍କର ଏନେଇ ଆଇନଗତ ଅଧିକାର ଅଛି। ଏହାକୁ ସମ୍ମାନ ଏବଂ ସୁରକ୍ଷା ଦିଆଯିବା ଉଚିତ। ଖଣ୍ଡପୀଠ କହିଛନ୍ତି ଯେ, କଷ୍ଟଡି କ୍ଷେତ୍ରରେ ଶିଶୁଙ୍କ କଲ୍ୟାଣ ହେଉଛି ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ହେପାଜତ ବିବାଦର ପକ୍ଷକାରମାନଙ୍କର ଅଧିକାର ଅପ୍ରାସଙ୍ଗିକ। ଏହି ନୀତି କ୍ରମାଗତ ଭାବରେ କୋର୍ଟ ଅନୁସରଣ କରିଆସୁଛନ୍ତି ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି , ହିନ୍ଦୁ ସଂଖ୍ୟାଲଘୁ ଏବଂ ଅଭିଭାବକ ଅଧିନିୟମ, ୧୯୫୬ ର ଧାରା ୧୩ର ଉପ-ଧାରା (୧) ରେ ନାବାଳିକଙ୍କ ଅଭିଭାବକଙ୍କ ନିଯୁକ୍ତି କିମ୍ବା ଘୋଷଣାରେ ଏହା ଉଲ୍ଲେଖ କରାଯାଇଛି ଯେ. ସମ୍ପୃକ୍ତ ଶିଶୁଙ୍କ କଲ୍ୟାଣ ହିଁ ସର୍ବୋପରି। ଶିଶୁର ସୁସ୍ଥତା ଏବଂ କଲ୍ୟାଣକୁ ବିଚାର ଆଧାରରେ ମାତାପିତାଙ୍କ ସାଧାରଣ କିମ୍ବା ବ୍ୟକ୍ତିଗତ ଅଧିକାରରେ ପ୍ରାଧାନ୍ୟ ପ୍ରଦାନ କରାଯିବା ଆବଶ୍ୟକ।

୧୯୫୬ ଅଧିନିୟମର ଧାରା ୬ ର ଉପ ଧାରା (କ) ଅନୁଯାୟୀ, ନାବାଳକ ବା ନାବାଳିକାଙ୍କ କ୍ଷେତ୍ରରେ, ପ୍ରାକୃତିକ ଅଭିଭାବକ ହେଉଛନ୍ତି ପିତା। କିନ୍ତୁ ସାଧାରଣତଃ ୫ ବର୍ଷ ବୟସ ପୂରଣ କରି ନ ଥିବା ଶିଶୁଙ୍କ କ୍ଷେତ୍ରରେ ଲାଳନପାଳନ ଦାୟିତ୍ୱ ମାତାଙ୍କୁ ପ୍ରଦାନ କରିବାକୁ କୋର୍ଟ ବାଧ୍ୟ।

ସେହିଭଳି, ଯଦି ନାବାଳିକଙ୍କର କଲ୍ୟାଣ ଉପେକ୍ଷିତ ହେଉଥାଏ ଏବଂ ଶିଶୁଙ୍କ ବୟସ ୫ ବର୍ଷରୁ କମ୍‌ ହୋଇଥାଏ। ତେବେ ସେଭଳି କ୍ଷେତ୍ରରେ ମଧ୍ୟ ମା’ଙ୍କ କଷ୍ଟଡିରେ କୋର୍ଟଙ୍କ ପକ୍ଷରୁ ବାଧା ପ୍ରଦାନ କରିବା ମଧ୍ୟ ଯଥାର୍ଥ ହୋଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri