Posted inଜାତୀୟ

ଶିଶୁଙ୍କ କଷ୍ଟଡି ମାମଲାର ବିଚାରରେ ମାତା-ପିତାଙ୍କ ଅଧିକାର ଅପ୍ରାସଙ୍ଗିକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୩।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଶିଶୁର ରକ୍ଷଣାବେକ୍ଷଣ ବା କଷ୍ଟଡି ପ୍ରସଙ୍ଗରେ ବିଚାର କରାଯାଇଥାଏ ସେତେବେଳେ ମାତା-ପିତାଙ୍କ ଅଧିକାର ସମ୍ପର୍କରେ କହିବା ଅପ୍ରାସଙ୍ଗିକ। ବିଚାରପତି ଅଜୟ ରସ୍ତୋଗି ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି କହିଛନ୍ତି ଯେ ଶିଶୁଙ୍କ ହେପାଜତ କର୍ପସ ମାଗିଥିବା ଆବେଦନର ନିଷ୍ପତ୍ତି ନାବାଳିକ କଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଆବଶ୍ୟକ। କାରଣ ଶିଶୁର କଲ୍ୟାଣ ସର୍ବୋପରି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ନାବାଳକ ଶିଶୁଙ୍କର ସୁରକ୍ଷା ପାଇଁ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ହାବିଅସ କର୍ପସ ଆବେଦନକୁ ଅନୁମତି ଦେଇଥିବା ବେଳେ କେତେକ ନିର୍ଦ୍ଦେଶ ଜାରି କରିଥିଲେ। ୩୦ ସେପ୍ଟେମ୍ବର ୨୦୨୧ କିମ୍ବା ତା’ପୂର୍ବରୁ ନାବାଳକ ଶିଶୁଙ୍କ ସହ ଆମେରିକାକୁ ଫେରିବା ପାଇଁ ମାତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମା’ଙ୍କ ତରଫରୁ ଏହା ଯୁକ୍ତି କରାଯାଇଥିଲା ଯେ କଲ୍ୟାଣ ନୀତିର ଅର୍ଥ ହେଉଛି ଶିଶୁର ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାର୍ଥକୁ ସନ୍ତୁଳିତ କରିବା । ଏଥିରେ ଯୁକ୍ତି କରାଯାଇଥିଲା ଯେ ମାତାଙ୍କୁ ପ୍ରାଥମିକ ଯତ୍ନ ନେଉଥିବା ବ୍ୟକ୍ତି ଭାବରେ ବିଚାର ପରିସର ଭୁକ୍ତ କରାଯିବା ଉଚିତ। ମାତାଙ୍କର ଏନେଇ ଆଇନଗତ ଅଧିକାର ଅଛି। ଏହାକୁ ସମ୍ମାନ ଏବଂ ସୁରକ୍ଷା ଦିଆଯିବା ଉଚିତ। ଖଣ୍ଡପୀଠ କହିଛନ୍ତି ଯେ, କଷ୍ଟଡି କ୍ଷେତ୍ରରେ ଶିଶୁଙ୍କ କଲ୍ୟାଣ ହେଉଛି ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ହେପାଜତ ବିବାଦର ପକ୍ଷକାରମାନଙ୍କର ଅଧିକାର ଅପ୍ରାସଙ୍ଗିକ। ଏହି ନୀତି କ୍ରମାଗତ ଭାବରେ କୋର୍ଟ ଅନୁସରଣ କରିଆସୁଛନ୍ତି ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି , ହିନ୍ଦୁ ସଂଖ୍ୟାଲଘୁ ଏବଂ ଅଭିଭାବକ ଅଧିନିୟମ, ୧୯୫୬ ର ଧାରା ୧୩ର ଉପ-ଧାରା (୧) ରେ ନାବାଳିକଙ୍କ ଅଭିଭାବକଙ୍କ ନିଯୁକ୍ତି କିମ୍ବା ଘୋଷଣାରେ ଏହା ଉଲ୍ଲେଖ କରାଯାଇଛି ଯେ. ସମ୍ପୃକ୍ତ ଶିଶୁଙ୍କ କଲ୍ୟାଣ ହିଁ ସର୍ବୋପରି। ଶିଶୁର ସୁସ୍ଥତା ଏବଂ କଲ୍ୟାଣକୁ ବିଚାର ଆଧାରରେ ମାତାପିତାଙ୍କ ସାଧାରଣ କିମ୍ବା ବ୍ୟକ୍ତିଗତ ଅଧିକାରରେ ପ୍ରାଧାନ୍ୟ ପ୍ରଦାନ କରାଯିବା ଆବଶ୍ୟକ।

୧୯୫୬ ଅଧିନିୟମର ଧାରା ୬ ର ଉପ ଧାରା (କ) ଅନୁଯାୟୀ, ନାବାଳକ ବା ନାବାଳିକାଙ୍କ କ୍ଷେତ୍ରରେ, ପ୍ରାକୃତିକ ଅଭିଭାବକ ହେଉଛନ୍ତି ପିତା। କିନ୍ତୁ ସାଧାରଣତଃ ୫ ବର୍ଷ ବୟସ ପୂରଣ କରି ନ ଥିବା ଶିଶୁଙ୍କ କ୍ଷେତ୍ରରେ ଲାଳନପାଳନ ଦାୟିତ୍ୱ ମାତାଙ୍କୁ ପ୍ରଦାନ କରିବାକୁ କୋର୍ଟ ବାଧ୍ୟ।

ସେହିଭଳି, ଯଦି ନାବାଳିକଙ୍କର କଲ୍ୟାଣ ଉପେକ୍ଷିତ ହେଉଥାଏ ଏବଂ ଶିଶୁଙ୍କ ବୟସ ୫ ବର୍ଷରୁ କମ୍‌ ହୋଇଥାଏ। ତେବେ ସେଭଳି କ୍ଷେତ୍ରରେ ମଧ୍ୟ ମା’ଙ୍କ କଷ୍ଟଡିରେ କୋର୍ଟଙ୍କ ପକ୍ଷରୁ ବାଧା ପ୍ରଦାନ କରିବା ମଧ୍ୟ ଯଥାର୍ଥ ହୋଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri