ଆର୍ଥିକ ସଙ୍କଟରେ ପରମହଂସନାଥ ମନ୍ଦିର ପ୍ରଶାସନ

କଟକ ସଦର,୩୧ା୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳର ପ୍ରାଚୀନ ଶୈବପୀଠ ପରମହଂସନାଥ ଦେବଙ୍କ ମନ୍ଦିର ପରିଚାଳନା କମିଟି(ଟ୍ରଷ୍ଟ ବୋର୍ଡ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଫଳରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିରେ ସମସ୍ୟା ଉପୁଜିଛି। ଠାକୁରଙ୍କ ଭୂରାଜସ୍ବ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ବୋଲି ପରମହଂସ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିରୁଦ୍ଧ ରାଉଳ କଟକ ଜିଲାପାଳଙ୍କ ନିକଟରେ ଶନିବାର ଅଭିଯୋଗ କରି ପ୍ରଶାସନିକ ନିୟନ୍ତ୍ରଣକୁ ସୁସଂଗଠିତ କରିବାକୁ ଦାବି କରିଛନ୍ତି। ଦରକାର ପଡିଲେ ମନ୍ଦିରର ବାସ୍ତବ ଚିତ୍ରକୁ ଜନସ୍ବାର୍ଥ ମାମଲା ଭାବେ ଓଡ଼ିଶା ହାଇକୋର୍ଟରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ରାଉଳଙ୍କ କହିବାନୁଯାୟୀ, ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ମନ୍ଦିର ପରିସରକୁ ନ ଆସି ସବୁକିଛି ଟେଲିଫୋନ ଦ୍ୱାରା ନିୟନ୍ତ୍ରଣ କରିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। କେବଳ ଭୋଗ ଓ ଦୀପ ଦୋକାନ, ସାଇକେଲ ଷ୍ଟାଣ୍ଡ ନିଲାମ ଅର୍ଥରୁ ମନ୍ଦିରର ବାର୍ଷିକ ଖର୍ଚ୍ଚ ଭରଣା କରିବା ସମ୍ଭବ ହେଉନାହିଁ। ଠାକୁରଙ୍କ ବିଭିନ୍ନ ସେବା ପାଇଁ ନିୟୋଜିତ ସେବକମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। କିନ୍ତୁ ସେବା ବଦଳରେ ଦଖଲ କରିଥିବା ଠାକୁର ଜମି ଛାଡୁନାହାନ୍ତି। ସେବାୟତମାନେ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଅନେକ ଲୋକ ଠାକୁରଙ୍କ ଜମି ଜବରଦଖଲରେ ରଖିଥିଲେ ମଧ୍ୟ ରାଜନୈତିକ କାରଣ ଯୋଗୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ପ୍ରାୟ ୫୦ ବର୍ଷ ହେବ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ଆୟୁକ୍ତ ନେବା ପରେ ପ୍ରଶାସନିକ କ୍ଷମତା ସରକାରୀ ଅଧିକାରୀଙ୍କ ହାତକୁ ଚାଲିଯାଇଛି। ସମ୍ପୃକ୍ତ ଅଧିକାରୀ ନିଜର ମୂଳ ଦାୟିତ୍ୱ ତୁଲାଇବା ସହ ମନ୍ଦିରର ଭଲମନ୍ଦ ବୁଝିବା ପାଇଁ ସମୟ ଦେଇପାରୁନାହାନ୍ତି। ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୮ରେ ଠାକୁରଙ୍କ ନୀତିକାନ୍ତି ପାଇଁ ୨୦ ହଜାର ଟଙ୍କା, ୨୦୧୪ରେ ଶୀତଳଷଷ୍ଠୀ ପାଇଁ ୩୦ ହଜାର ଟଙ୍କା ସରକାରୀ ସହାୟତା ଦିଆଯାଇଥିଲା।
ଅପରପକ୍ଷେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ୧୯୯୮ରୁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପରେ ମୋଟ ୩୧ ଲକ୍ଷ ୫୦ ହଜାର ଟଙ୍କା ଉନ୍ନତି ପାଇଁ ଖର୍ଚ୍ଚ କରିଛି। ଏହାଛଡା ମୁଖ୍ୟ ମନ୍ଦିରର ପ୍ରାଚୀରଠାରୁ ୧୦୦ ମିଟର ବ୍ୟବଧାନରେ କୌଣସି ନିର୍ମାଣ କାମ କରାଯାଇପାରିବ ନାହିଁ ବୋଲି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପତ୍ରସଂଖ୍ୟା ୩୩୭୬/୧ା୧୧ା୨୦୨୧ରେ ବିଜ୍ଞପ୍ତି ଜାରି କରିଥିଲା। ସମସ୍ୟା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲଙ୍କୁ ପଚାରିବାରୁ କରୋନା ପାଇଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ସ୍ବୀକାର କରିଥିଲେ। ତେଣୁ ମନ୍ଦିରର କିଛି ଜମିଜମା ଓ ନିଲାମ ଅର୍ଥରୁ ବିଭିନ୍ନ ଖର୍ଚ୍ଚ ଭରଣା କରାଯାଉଛି। ପ୍ରତ୍ନତତ୍ତ୍ୱ ବିଭାଗର ନିୟମ ସମ୍ପର୍କିତ ବିଜ୍ଞପ୍ତି ଜାଣିନି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri