ଚଳିତ ସପ୍ତାହରେ ରିଲିଜ ହେବ ୨୩ ଫିଲ୍ମ…

ମୁମ୍ବାଇ : ଅକ୍ଟୋବରର ଶେଷ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ୍‌ କରିବାକୁ ସକ୍ଷମ ହୋଇ ନାହିଁ। ଦର୍ଶକମାନେ ଫିଲ୍ମର କାହାଣୀ ଏବଂ ଷ୍ଟାର କାଷ୍ଟଙ୍କ ଅଭିନୟକୁ ପସନ୍ଦ କରି ନହାନ୍ତି। ଗତ ସପ୍ତାହରେରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଥ୍ୟାଙ୍କ ଗଡ଼ ଏବଂ ଅକ୍ଷୟ କୁମାରଙ୍କ ରାମ ସେତୁ ବକ୍ସ ଅଫିସରେ ଏକ ସପ୍ତାହ ପୂରଣ କରିବା ସହିତ ଉଭୟ ଫ୍ଲପ ବର୍ଗରେ ଯୋଗ ଦେଇଛନ୍ତି। ନଭେମ୍ବରର ପ୍ରଥମ ସପ୍ତାହରେ ୨୩ ଫିଲ୍ମ ଏକାସାଙ୍ଗରେ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ହରର, କମେଡି,ରୋମାନ୍ସ ଏବଂ ଆକ୍ସନ ଆଦି ଫିଲ୍ମ ରହିଛି।

ନଭେମ୍ବର ୪ ରେ ଗୋଟିଏ ନୁହେଁ, ଦୁଇଟି ନୁହେଁ, ସାତୋଟି ହିନ୍ଦୀ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ସେଥିମଧ୍ୟରୁ ଦୁଇଟି ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀଙ୍କର ରହିଛି। ପ୍ରଥମଟି ହେଉଛି କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ହରର କମେଡି ଫୋନ ଭୁତ। ଦ୍ୱିତୀୟଟି ହେଉଛି ସୋନାକ୍ଷୀ ସିହ୍ନା ଏବଂ ହୁମା କୁରେଶିଙ୍କ ଫିଲ୍ମ ଡବଲ ଏକ୍ସଏଲ। ଏହା ବ୍ୟତୀତ ଜାନଭୀ କପୁରଙ୍କ ମିଲି, କୁତେ, ଧୁପ ଛାୟୋଁ ଏବଂ ରାମରାଜ୍ୟ।

ବନାରସ ସହିତ ଏହି ସପ୍ତାହରେ ଆଉ ୬ଟି ବଡ ତେଲୁଗୁ ଫିଲ୍ମ ରିଲିଜ କରୁଛି। ନଭେମ୍ବର 4 ରେ ଉର୍ବାଶିଭୋ ରାକ୍ଷଣିଭୋ’, ମିଷ୍ଟର ତାରକ, ସରାଧି, ଆକାଶମ, ଲାଇକ ଶେୟାର୍‌ ଆଣ୍ଡ ସବସ୍କ୍ରାଇବ ଏବଂ ଜେଟି ଆଦି ରିଲିଜ୍‌ ହେବ।

ତାମିଲ ଭାଷାରେ ବନାରସ ସହିତ ଆଉ ଦୁଇଟି ଫିଲ୍ମ ରିଲିଜ ହେବ। ସେଥିମଧ୍ୟରେ ନିଥମ ଓରୁ ଭାନାମି ଏବଂ ଲଭ ଟୁଡେ ରହିଛି।

ଏଥି ସହିତ କନ୍ନଡର ଦୁଇଟି ଫିଲ୍ମ ଏହି ସପ୍ତାହରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ରୋମାଣ୍ଟିକ ଚଳଚ୍ଚିତ୍ର ବନାରସ ଏବଂ କାମ୍ବଲିହୁଲା ରହିଛି।
ଏହି ସପ୍ତାହରେ ମାଲାୟାଲମର ୪ଟି ସିନେମା ରିଲିଜ୍‌ ହେବ। ସେଥିମଧ୍ୟରେ ଶଟରଡେ ନାଇଟ, ବନାରସ, କୁମୈନ ଏବଂ ଏଲମ ସେଟ୍ଟନୁ ଆଦି ଫିଲ୍ମ ରହିଛି।

ସେହିପରି ମରାଠୀ ଫିଲ୍ମ ମଧ୍ୟରେ ମଧ୍‌ନ କସ୍ତୁରୀ ରେ, ପ୍ରେମ ପ୍ରଥା ଧୁମଶାନ’, ୩୬ ଗୁଣ, ପ୍ରେମ ମହଣଜେ କାୟ ଆସନ୍ତ ଏବଂ ପଲ୍ୟାଡ ଆଦି ମୁକ୍ତିଲାଭ କରିବାକୁ ଯାଉଛି।

ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କେବଳ ଗୋଟିଏ ଫିଲ୍ମ ଏହି ସପ୍ତାହରେ ରିଲିଜ ହେବାକୁ ଯାଉଛି। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ଓଏ ମଖନା ରହିଛି। ଏହି ଚଳଚ୍ଚିତ୍ରରେ ଏମି ଭିର୍କ ମୁଖ୍ୟ ଭୂମିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri