Posted inଜାତୀୟ

ପରମବୀର ହ୍ବିସିଲବ୍ଲୋୟର ନୁହନ୍ତି

ନୂଆଦିଲ୍ଲୀ, ୬।୧୨(ପି.ଟି.): ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଇନ ଅନୁଯାୟୀ ହ୍ବିସିଲ୍‌ବ୍ଲୋୟର ବିବେଚନା କରାଯାଇପାରିବ ନାହିଁ। କାରଣ ତାଙ୍କର ବଦଳି ହେବା ପରେ ଯାଇ ସେ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ବୋଲି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏଥିସହିତ ସମୁଦାୟ ଘଟଣାର ସିବିଆଇ ତଦନ୍ତ ଲାଗି ପରମବୀର କରିଥିବା ଆବେଦନକୁ ଖାରଜ କରିବା ଲାଗି ସରକାର ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ପରମବୀରଙ୍କ ବିରୋଧରେ ଦାଏର ଫୌଜଦାରି ମାମଲାରେ ତାଙ୍କୁ ଗିରଫ ନ କରିବା ଲାଗି ନଭେମ୍ବର ୨୨ରେ ଜଷ୍ଟିସ୍‌ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ପୋଲିସ କମିଶନରଙ୍କ ବିରୋଧରେ ଫୌଜଦାରି ମାମଲାର ତଦନ୍ତରେ ରାଜ୍ୟ ସରକାର ହସ୍ତକ୍ଷେପ କରୁ ନ ଥିବା ଏକ ସତ୍ୟପାଠ ଜରିଆରେ ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ମହାରାଷ୍ଟ୍ର ଗୃହ ବିଭାଗ ଯୁଗ୍ମ ସଚିବ ଭେଙ୍କଟେଶ ମାଧବ କହିଥିଲେ, ଆବେଦନକାରୀ ପରମବୀରଙ୍କୁ ହ୍ବିସିଲ୍‌ବ୍ଲୋୟର କୁହାଯାଇପାରିବ ନାହିଁ। କାରଣ ପରମବୀର ଚଳିତ ବର୍ଷ ମାର୍ଚ୍ଚ ୨୦ରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। କିଛିମାସ ପୂର୍ବରୁ ଏହି ଦୁର୍ନୀତି ଘଟିଥିବା ବେଳେ ବଦଳି ହେବାର ୩ ଦିନ ପରେ ପରମବୀର ଅଭିଯୋଗ ଆଣିଥିବାରୁ ଏହା ଜନସ୍ବାର୍ଥ ପ୍ରସଙ୍ଗ ନୁହେଁ ବରଂ ନିଜ ଫାଇଦା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସତ୍ୟପାଠରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଶାରାମଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୧୩।୮ : ଆଶାରାମ ବାପୁଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆଶାରାମଙ୍କ ପକ୍ଷରୁ ତାଙ୍କ ବୟସ ୮୦ ବର୍ଷରୁ...

୮ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଭାଜପା ନୀତିକୁ ହାର୍ଦ୍ଦିକ ପଟେଲଙ୍କ ପ୍ରଶଂସା

ଅହମଦାବାଦ,୨୨।୪: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶୁକ୍ରବାର ଖୋଲାଖୋଲି ଭାବେ ଭାଜପା ନୀତିକୁ ପ୍ରଶଂସା କରିବା ସହ...

ତାଣ୍ଡବ ରଚିଲା ‘ମାଣ୍ଡୋସ୍‌’ ଆନ୍ଧ୍ର-ପ୍ରଦେଶ, ତାମିଲନାଡୁରେ ପବନ ସାଙ୍ଗକୁ ପ୍ରବଳ ବର୍ଷା, ସ୍କୁଲ କଲେଜ ବନ୍ଦ

ତାମିଲନାଡୁ/ଚେନ୍ନାଇ,୧୦ ।୧୨: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାଣ୍ଡୋସ’ ଏବେ ଦକ୍ଷିଣ ରାଜ୍ୟରେ ତା’ର ପ୍ରଭାବ ଦେଖାଇଛି । ଆନ୍ଧ୍ର ପ୍ରଦେଶ, ତାମିଲ ନାଡୁ ଓ...

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ...

କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା

ନୂଆଦିଲ୍ଲୀ, ୨୩।୬: କରୋନା ସଂକ୍ରମଣର ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ନେଇ ଚିନ୍ତା ପ୍ରକଟ କରାଯାଉଛି। ହେଲେ ମିଳିମିଳା ଟିକା ଏଥିରୁ ସୁରକ୍ଷା...

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ...

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

Advertisement
Archives

Model This Week