ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ ପ୍ରତି ମିନିଟ୍‌ରେ ୭୦୦-୮୦୦ ମିଲିଲିଟର ରକ୍ତ ପ୍ରବାହିତ ହୋଇଥାଏ। ମସ୍ତିଷ୍କର ଏହି ରକ୍ତ ପ୍ରବାହରେ ବାଧା ଉପୁଜିଲେ ସେଠାରେ ଅମ୍ଳଜାନ ଓ ଗ୍ଲୁକୋଚ୍‌ ଇତ୍ୟାଦି ପହଞ୍ଚତ୍ ନ ପାରିବା କାରଣରୁ ସ୍ନାୟୁତନ୍ତ୍ରିକାଗୁଡ଼ିକର କାର୍ଯ୍ୟକ୍ଷମତା ନଷ୍ଟ ହୋଇଯାଏ। ଫଳରେ ସମ୍ବେଦନ ଶୂନ୍ୟତା, କଥା କହିବାରେ କଷ୍ଟ ହେବା ସହ ମଳମୂତ୍ର ତ୍ୟାଗରେ ନିୟନ୍ତ୍ରଣ ରହେ ନାହିଁ। ବୁଦ୍ଧି ଓ ମାନସିକ କ୍ଷମତାରେ ପରିବର୍ତ୍ତନ ଦେଖାଯାଇପାରେ ଏବଂ ଏହି କାରଣରୁ ରୋଗୀ ଚିର ଅସହାୟ, ପଙ୍ଗୁ ହୋଇ ରହେ। ଏପରି କି ଏହା ମୃତ୍ୟୁର କାରଣ ସାଜିପାରେ।
ବିଶ୍ୱରେ ହୃଦ୍‌ଘାତ, କ୍ୟାନ୍‌ସର ପରେ ପକ୍ଷାଘାତ (ପାରାଲିସିସ୍‌) ମୃତ୍ୟୁର ତୃତୀୟ ମହତ୍ତ୍ୱପୂର୍ଣ୍ଣ କାରଣ ଅଟେ। ଆମ ଦେଶରେ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ବ୍ୟକ୍ତି ପକ୍ଷାଘାତ ରୋଗର ଶିକାର ହୋଇଥାଆନ୍ତି। ଯେତେବେଳେ ରୋଗୀ ଶରୀରର ଏକ ପାର୍ଶ୍ୱ, ଦୁଇ ପାର୍ଶ୍ୱ ବା ସମଗ୍ର ମସ୍ତିଷ୍କର କାର୍ଯ୍ୟକାରୀ କ୍ଷମତାର ପରିବର୍ତ୍ତନ ଲକ୍ଷଣ ମିଳିଥାଏ ଏବଂ ଏହି ଲକ୍ଷଣ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ, ତତ୍‌ସଙ୍ଗେ ସଙ୍ଗେ ରୋଗୀର ଏକ ପାର୍ଶ୍ୱ, ଦୁଇ ପାର୍ଶ୍ୱ ବା ସର୍ବାଙ୍ଗ ଅକର୍ମଣ୍ୟ ହୋଇପଡେ। ତାହାକୁ ପକ୍ଷାଘାତ କୁହାଯାଏ।
ଏହି ରୋଗ ଅନେକ ପ୍ରକାର କାରଣରୁ ହୋଇଥାଇ ପାରେ। ସେଥିମଧ୍ୟରୁ ଗୋଟିଏ ହେଲା ‘ବ୍ରେନ୍‌ ଏନ୍‌ଜାଇନା’। ଏଥିରେ ମସ୍ତିଷ୍କର ରକ୍ତ ପ୍ରବାହରେ ବାଧା ଉତ୍ପନ ହୋଇଥାଏ, ଯାହାଫଳରେ ଶାରୀରିକ ଅଙ୍ଗର ଦୁର୍ବଳତା, ସମ୍ବେଦନଶୀଳ ନୂ୍ୟନତା ଦେଖାଯାଇଥାଏ। ଏହା କିଛି ସମୟ ପାଇଁ ଏକ ଦିନ ହୋଇ ପରେ ସୁସ୍ଥ ହୋଇଯାଏ। ପରେ ଭବିଷ୍ୟତରେ ଚିରଦିନ ପାଇଁ ପକ୍ଷାଘାତ ହୋଇଯାଇଥାଏ। ଏହି ‘ବ୍ରେନ୍‌ ଏନ୍‌ଜାଇନା’ ଭୟ, ଉଚ୍ଚ ରକ୍ତଚାପ, ମଧୁମେହ (ଡାଇବେଟିସ୍‌) ଓ ହୃଦ୍‌ଘାତ ରୋଗୀଙ୍କଠାରେ ଅଧିକାଂଶ ପରିମାଣରେ ଦେଖାଯାଏ। ତେଣୁ ଏହି ସମୟରେ ଭୋଜନରେ ନିୟନ୍ତ୍ରଣ, ବ୍ୟାୟାମ ଓ ଔଷଧ ସେବନ ଦ୍ୱାରା ଏଥିରୁ ରକ୍ଷା ମିଳିପାରିବ।
ଯଦି ଧମନୀରେ କୋଲେଷ୍ଟରଲ, ଟ୍ରାଇଗ୍ଲିସାରଏଡ୍‌, ଚର୍ବି ଜମା ହେବା କାରଣରୁ ଧମନୀ ସଙ୍କୁଚିତ ହୋଇଯାଏ ଏବଂ ଏହାର ଭିତର ପାର୍ଶ୍ୱ ଅସମତଳ ହେବା କାରଣରୁ ରକ୍ତ ପ୍ରବାହରେ ବାଧା ଉତ୍ପନ୍ନ ହୋଇଥାଏ, ଯାହାର ପରିମାଣ ସ୍ବରୂପ ମସ୍ତିଷ୍କର କୌଣସି ଏକ ପାର୍ଶ୍ୱରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ, ଫଳରେ ତନ୍ତ୍ରିକାଗୁଡିକ ନିଷ୍କ୍ରିୟ ହେବାରେ ଲାଗେ। ଏହାକୁ ‘ସେରିବ୍ରାଲ ଥ୍ରୋମ୍ବୋସିସ୍‌’ କୁହାଯାଏ। ଏହା ସ୍ଥୂଳକାୟ ବ୍ୟକ୍ତି, ମଧୁମେହ ରୋଗୀ, ସିଗାରେଟ୍‌ ଏବଂ ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାର ଦେଖାଯାଏ।
ଯଦି ଶରୀରର ଅନ୍ୟ ଅଙ୍ଗ ଯେପରି ହୃତ୍‌ପିଣ୍ଡ, ପାଦ, ଅନ୍ତ୍ରର ଧମନୀରେ ହୋଇଥିବା ରକ୍ତଜମାଟ ସେଠାରୁ ବିଚ୍ୟୁତ ହୋଇ ତାହା ମସ୍ତିଷ୍କ ଧମନୀର ପ୍ରବାଦ ଦ୍ୱାରା ପହଞ୍ଚତ୍ ରକ୍ତ ପ୍ରବାହକୁ ବନ୍ଦ କରିଦିଏ, ତାହାକୁ ‘ସେରିବ୍ରାଲ ଏମ୍‌ବୋଲିଜିମ୍‌’ କୁହାଯାଏ। ଏଥିରେ ହୃଦ୍‌ରୋଗୀ, ହୃତପିଣ୍ଡ ମାଂସପେଶୀରେ ସଂକ୍ରମଣ, ବହୁଦିନ ବିଛଣାରେ ପଡିରହିଥିବା ରୋଗୀ, ରକ୍ତ ଜମାଟ ବାନ୍ଧିଥିବା ରୋଗୀଙ୍କଠାରେ ଦେଖିବାକୁ ମିଳେ। ଏହାବ୍ୟତୀତ ଗର୍ଭନିରୋଧକ ବଟିକା ସେବନ କରୁଥିବା ମହିଳାଙ୍କଠାରେ ଏପରି ସମସ୍ୟା ହେବାର ଭୟ ଅଧିକ ରହିଥାଏ।
ଯଦି ମସ୍ତିଷ୍କ ଧମନୀରେ ହଠାତ୍‌ ଫାଟି ରକ୍ତସ୍ରାବ ହୁଏ ତେବେ ପକ୍ଷାଘାତ ହୋଇଥାଏ। ଏଥିରେ ରୋଗୀର ସଂଜ୍ଞାନାଶ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଧମନୀରେ ‘ଏରୋଥ୍ରୋସ୍କୋଲୋରସିସ୍‌’ ରୋଗ ହୋଇଥାଏ ତେବେ ଏହାର ଭୟ ଅଧିକ ଥାଏ। ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀର ମସ୍ତିଷ୍କର ରକ୍ତସ୍ରାବ ହେବାର ଭୟ ବେଶି ଥାଏ। ଅନ୍ୟପକ୍ଷରେ ମସ୍ତିଷ୍କ କ୍ୟାନ୍‌ସର, ସଂକ୍ରମଣ, ଝିଲ୍ଲୀରେ ସଂକ୍ରମଣ ଇତ୍ୟାଦି କାରଣରୁ ପକ୍ଷାଘାତ ହୋଇଥାଏ। ଏହା ବାର୍ଦ୍ଧକ୍ୟ ଅବସ୍ଥାରେ ଏବଂ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ହେବାର ବେଶି ଆଶଙ୍କା ଥାଏ।
ତେଣୁ ଏପରି ରୋଗୀକୁ ଅବହେଳା ନ କର ତୁରନ୍ତ ଆଶୁ ଚିକିତ୍ସା କରାଯିବା ଉଚିତ। ଏହାର ଆୟୁର୍ବେଦୀୟ ଚିକିତ୍ସା ମଧ୍ୟ ରହିଛି। ଆୟୁର୍ବେଦରେ ତାପ୍ୟାଦି-ଲୌହ, ବୃହତ ବାତ ଚିନ୍ତାମଣି ବଟି ଓ ଇଞ୍ଜେକ୍‌ସନ ଦିଆଯାଇପାରେ। ସ୍ନାୟୁକୋଷିକାଗୁଡ଼ିକର ନଷ୍ଟ ହୋଇଯାଇଥିବା ଅଂଶଗୁଡିକୁ ଠିକ୍‌ କରିବା ପାଇଁ ଔଷଧ ଦିଆଯାଇଥାଏ। ଏହାବ୍ୟତୀତ ସ୍ନେହପଟ (ତୈଳ ଦ୍ୱାରା ମାଲିସ କରିବା), ସ୍ବେଦନ (ବାଷ୍ପ ପ୍ରୟୋଗ କରିବା) ଏବଂ ପଞ୍ଚକର୍ମ ଚିକିତ୍ସା କରାଯାଏ। ଅଭଙ୍ଗ୍ୟ (ମାଲିସ) ପାଇଁ ମହାମାଷ ତୈଳ, ମହାନାରାୟଣ ତୈଳ, ବିଷ୍ଣୁ ତୈଳ ଇତ୍ୟାଦି ଦିଆଯାଇଥାଏ। ଏହି ରୋଗରେ ଛାଗଳାଦି ଘୃତ, ରସରାଜ ରସ, ଯୋଗେନ୍ଦ୍ର ରସ, ଏକାଙ୍ଗବୀର ରସ ପ୍ରୟୋଗରେ ଉତ୍ତମ ଫଳ ମିଳେ।
ଖାଦ୍ୟ ଓ ଜୀବନଶୈଳୀ ସହ ପକ୍ଷାଘାତର ଘନିଷ୍ଟ ସମ୍ବନ୍ଧ ରହିଛି। ତେଣୁ ସ୍ଥୂଳକାୟ ବ୍ୟକ୍ତି ଖାଦ୍ୟରେ ନିୟନ୍ତ୍ରଣ ଓ ବ୍ୟାୟାମ ଦ୍ୱାରା ନିଜର ଉଚ୍ଚତା ଅନୁଯାୟୀ ଓଜନକୁ ଠିକ୍‌ ରଖିବା ଉଚିତ। ରକ୍ତରେ କୋଲେଷ୍ଟରଲ ମାତ୍ରା ଲିପିଡ୍‌ ପ୍ର୍ରଫାଇଲ୍‌ ଟେଷ୍ଟ କରି ଜାଣିବା ଉଚିତ। ବିଶେଷଭାବରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀ ଏଥିରେ ଅବହେଳା ନ କରି ପରୀକ୍ଷା କରାଇ ଏହା ବୃଦ୍ଧି ଘଟିଥିଲେ ଚିକିତ୍ସା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ।
ଏହାସହ ନିଶାଦ୍ରବ୍ୟ ସେବନ ଅଭ୍ୟାସ ତୁରନ୍ତ ଛାଡିବା ଦରକାର। ତେବେ ସର୍ବଦା ସତର୍କ ରହିବା ସହ ମନକୁ ପ୍ରଫୁଲ୍ଲ ରଖିରେ ପକ୍ଷାଘାତ ଭୟକୁ ଏଡାଯାଇପାରେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri