ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ ପ୍ରତି ମିନିଟ୍‌ରେ ୭୦୦-୮୦୦ ମିଲିଲିଟର ରକ୍ତ ପ୍ରବାହିତ ହୋଇଥାଏ। ମସ୍ତିଷ୍କର ଏହି ରକ୍ତ ପ୍ରବାହରେ ବାଧା ଉପୁଜିଲେ ସେଠାରେ ଅମ୍ଳଜାନ ଓ ଗ୍ଲୁକୋଚ୍‌ ଇତ୍ୟାଦି ପହଞ୍ଚତ୍ ନ ପାରିବା କାରଣରୁ ସ୍ନାୟୁତନ୍ତ୍ରିକାଗୁଡ଼ିକର କାର୍ଯ୍ୟକ୍ଷମତା ନଷ୍ଟ ହୋଇଯାଏ। ଫଳରେ ସମ୍ବେଦନ ଶୂନ୍ୟତା, କଥା କହିବାରେ କଷ୍ଟ ହେବା ସହ ମଳମୂତ୍ର ତ୍ୟାଗରେ ନିୟନ୍ତ୍ରଣ ରହେ ନାହିଁ। ବୁଦ୍ଧି ଓ ମାନସିକ କ୍ଷମତାରେ ପରିବର୍ତ୍ତନ ଦେଖାଯାଇପାରେ ଏବଂ ଏହି କାରଣରୁ ରୋଗୀ ଚିର ଅସହାୟ, ପଙ୍ଗୁ ହୋଇ ରହେ। ଏପରି କି ଏହା ମୃତ୍ୟୁର କାରଣ ସାଜିପାରେ।
ବିଶ୍ୱରେ ହୃଦ୍‌ଘାତ, କ୍ୟାନ୍‌ସର ପରେ ପକ୍ଷାଘାତ (ପାରାଲିସିସ୍‌) ମୃତ୍ୟୁର ତୃତୀୟ ମହତ୍ତ୍ୱପୂର୍ଣ୍ଣ କାରଣ ଅଟେ। ଆମ ଦେଶରେ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ବ୍ୟକ୍ତି ପକ୍ଷାଘାତ ରୋଗର ଶିକାର ହୋଇଥାଆନ୍ତି। ଯେତେବେଳେ ରୋଗୀ ଶରୀରର ଏକ ପାର୍ଶ୍ୱ, ଦୁଇ ପାର୍ଶ୍ୱ ବା ସମଗ୍ର ମସ୍ତିଷ୍କର କାର୍ଯ୍ୟକାରୀ କ୍ଷମତାର ପରିବର୍ତ୍ତନ ଲକ୍ଷଣ ମିଳିଥାଏ ଏବଂ ଏହି ଲକ୍ଷଣ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ, ତତ୍‌ସଙ୍ଗେ ସଙ୍ଗେ ରୋଗୀର ଏକ ପାର୍ଶ୍ୱ, ଦୁଇ ପାର୍ଶ୍ୱ ବା ସର୍ବାଙ୍ଗ ଅକର୍ମଣ୍ୟ ହୋଇପଡେ। ତାହାକୁ ପକ୍ଷାଘାତ କୁହାଯାଏ।
ଏହି ରୋଗ ଅନେକ ପ୍ରକାର କାରଣରୁ ହୋଇଥାଇ ପାରେ। ସେଥିମଧ୍ୟରୁ ଗୋଟିଏ ହେଲା ‘ବ୍ରେନ୍‌ ଏନ୍‌ଜାଇନା’। ଏଥିରେ ମସ୍ତିଷ୍କର ରକ୍ତ ପ୍ରବାହରେ ବାଧା ଉତ୍ପନ ହୋଇଥାଏ, ଯାହାଫଳରେ ଶାରୀରିକ ଅଙ୍ଗର ଦୁର୍ବଳତା, ସମ୍ବେଦନଶୀଳ ନୂ୍ୟନତା ଦେଖାଯାଇଥାଏ। ଏହା କିଛି ସମୟ ପାଇଁ ଏକ ଦିନ ହୋଇ ପରେ ସୁସ୍ଥ ହୋଇଯାଏ। ପରେ ଭବିଷ୍ୟତରେ ଚିରଦିନ ପାଇଁ ପକ୍ଷାଘାତ ହୋଇଯାଇଥାଏ। ଏହି ‘ବ୍ରେନ୍‌ ଏନ୍‌ଜାଇନା’ ଭୟ, ଉଚ୍ଚ ରକ୍ତଚାପ, ମଧୁମେହ (ଡାଇବେଟିସ୍‌) ଓ ହୃଦ୍‌ଘାତ ରୋଗୀଙ୍କଠାରେ ଅଧିକାଂଶ ପରିମାଣରେ ଦେଖାଯାଏ। ତେଣୁ ଏହି ସମୟରେ ଭୋଜନରେ ନିୟନ୍ତ୍ରଣ, ବ୍ୟାୟାମ ଓ ଔଷଧ ସେବନ ଦ୍ୱାରା ଏଥିରୁ ରକ୍ଷା ମିଳିପାରିବ।
ଯଦି ଧମନୀରେ କୋଲେଷ୍ଟରଲ, ଟ୍ରାଇଗ୍ଲିସାରଏଡ୍‌, ଚର୍ବି ଜମା ହେବା କାରଣରୁ ଧମନୀ ସଙ୍କୁଚିତ ହୋଇଯାଏ ଏବଂ ଏହାର ଭିତର ପାର୍ଶ୍ୱ ଅସମତଳ ହେବା କାରଣରୁ ରକ୍ତ ପ୍ରବାହରେ ବାଧା ଉତ୍ପନ୍ନ ହୋଇଥାଏ, ଯାହାର ପରିମାଣ ସ୍ବରୂପ ମସ୍ତିଷ୍କର କୌଣସି ଏକ ପାର୍ଶ୍ୱରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ, ଫଳରେ ତନ୍ତ୍ରିକାଗୁଡିକ ନିଷ୍କ୍ରିୟ ହେବାରେ ଲାଗେ। ଏହାକୁ ‘ସେରିବ୍ରାଲ ଥ୍ରୋମ୍ବୋସିସ୍‌’ କୁହାଯାଏ। ଏହା ସ୍ଥୂଳକାୟ ବ୍ୟକ୍ତି, ମଧୁମେହ ରୋଗୀ, ସିଗାରେଟ୍‌ ଏବଂ ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାର ଦେଖାଯାଏ।
ଯଦି ଶରୀରର ଅନ୍ୟ ଅଙ୍ଗ ଯେପରି ହୃତ୍‌ପିଣ୍ଡ, ପାଦ, ଅନ୍ତ୍ରର ଧମନୀରେ ହୋଇଥିବା ରକ୍ତଜମାଟ ସେଠାରୁ ବିଚ୍ୟୁତ ହୋଇ ତାହା ମସ୍ତିଷ୍କ ଧମନୀର ପ୍ରବାଦ ଦ୍ୱାରା ପହଞ୍ଚତ୍ ରକ୍ତ ପ୍ରବାହକୁ ବନ୍ଦ କରିଦିଏ, ତାହାକୁ ‘ସେରିବ୍ରାଲ ଏମ୍‌ବୋଲିଜିମ୍‌’ କୁହାଯାଏ। ଏଥିରେ ହୃଦ୍‌ରୋଗୀ, ହୃତପିଣ୍ଡ ମାଂସପେଶୀରେ ସଂକ୍ରମଣ, ବହୁଦିନ ବିଛଣାରେ ପଡିରହିଥିବା ରୋଗୀ, ରକ୍ତ ଜମାଟ ବାନ୍ଧିଥିବା ରୋଗୀଙ୍କଠାରେ ଦେଖିବାକୁ ମିଳେ। ଏହାବ୍ୟତୀତ ଗର୍ଭନିରୋଧକ ବଟିକା ସେବନ କରୁଥିବା ମହିଳାଙ୍କଠାରେ ଏପରି ସମସ୍ୟା ହେବାର ଭୟ ଅଧିକ ରହିଥାଏ।
ଯଦି ମସ୍ତିଷ୍କ ଧମନୀରେ ହଠାତ୍‌ ଫାଟି ରକ୍ତସ୍ରାବ ହୁଏ ତେବେ ପକ୍ଷାଘାତ ହୋଇଥାଏ। ଏଥିରେ ରୋଗୀର ସଂଜ୍ଞାନାଶ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଧମନୀରେ ‘ଏରୋଥ୍ରୋସ୍କୋଲୋରସିସ୍‌’ ରୋଗ ହୋଇଥାଏ ତେବେ ଏହାର ଭୟ ଅଧିକ ଥାଏ। ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀର ମସ୍ତିଷ୍କର ରକ୍ତସ୍ରାବ ହେବାର ଭୟ ବେଶି ଥାଏ। ଅନ୍ୟପକ୍ଷରେ ମସ୍ତିଷ୍କ କ୍ୟାନ୍‌ସର, ସଂକ୍ରମଣ, ଝିଲ୍ଲୀରେ ସଂକ୍ରମଣ ଇତ୍ୟାଦି କାରଣରୁ ପକ୍ଷାଘାତ ହୋଇଥାଏ। ଏହା ବାର୍ଦ୍ଧକ୍ୟ ଅବସ୍ଥାରେ ଏବଂ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ହେବାର ବେଶି ଆଶଙ୍କା ଥାଏ।
ତେଣୁ ଏପରି ରୋଗୀକୁ ଅବହେଳା ନ କର ତୁରନ୍ତ ଆଶୁ ଚିକିତ୍ସା କରାଯିବା ଉଚିତ। ଏହାର ଆୟୁର୍ବେଦୀୟ ଚିକିତ୍ସା ମଧ୍ୟ ରହିଛି। ଆୟୁର୍ବେଦରେ ତାପ୍ୟାଦି-ଲୌହ, ବୃହତ ବାତ ଚିନ୍ତାମଣି ବଟି ଓ ଇଞ୍ଜେକ୍‌ସନ ଦିଆଯାଇପାରେ। ସ୍ନାୟୁକୋଷିକାଗୁଡ଼ିକର ନଷ୍ଟ ହୋଇଯାଇଥିବା ଅଂଶଗୁଡିକୁ ଠିକ୍‌ କରିବା ପାଇଁ ଔଷଧ ଦିଆଯାଇଥାଏ। ଏହାବ୍ୟତୀତ ସ୍ନେହପଟ (ତୈଳ ଦ୍ୱାରା ମାଲିସ କରିବା), ସ୍ବେଦନ (ବାଷ୍ପ ପ୍ରୟୋଗ କରିବା) ଏବଂ ପଞ୍ଚକର୍ମ ଚିକିତ୍ସା କରାଯାଏ। ଅଭଙ୍ଗ୍ୟ (ମାଲିସ) ପାଇଁ ମହାମାଷ ତୈଳ, ମହାନାରାୟଣ ତୈଳ, ବିଷ୍ଣୁ ତୈଳ ଇତ୍ୟାଦି ଦିଆଯାଇଥାଏ। ଏହି ରୋଗରେ ଛାଗଳାଦି ଘୃତ, ରସରାଜ ରସ, ଯୋଗେନ୍ଦ୍ର ରସ, ଏକାଙ୍ଗବୀର ରସ ପ୍ରୟୋଗରେ ଉତ୍ତମ ଫଳ ମିଳେ।
ଖାଦ୍ୟ ଓ ଜୀବନଶୈଳୀ ସହ ପକ୍ଷାଘାତର ଘନିଷ୍ଟ ସମ୍ବନ୍ଧ ରହିଛି। ତେଣୁ ସ୍ଥୂଳକାୟ ବ୍ୟକ୍ତି ଖାଦ୍ୟରେ ନିୟନ୍ତ୍ରଣ ଓ ବ୍ୟାୟାମ ଦ୍ୱାରା ନିଜର ଉଚ୍ଚତା ଅନୁଯାୟୀ ଓଜନକୁ ଠିକ୍‌ ରଖିବା ଉଚିତ। ରକ୍ତରେ କୋଲେଷ୍ଟରଲ ମାତ୍ରା ଲିପିଡ୍‌ ପ୍ର୍ରଫାଇଲ୍‌ ଟେଷ୍ଟ କରି ଜାଣିବା ଉଚିତ। ବିଶେଷଭାବରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀ ଏଥିରେ ଅବହେଳା ନ କରି ପରୀକ୍ଷା କରାଇ ଏହା ବୃଦ୍ଧି ଘଟିଥିଲେ ଚିକିତ୍ସା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ।
ଏହାସହ ନିଶାଦ୍ରବ୍ୟ ସେବନ ଅଭ୍ୟାସ ତୁରନ୍ତ ଛାଡିବା ଦରକାର। ତେବେ ସର୍ବଦା ସତର୍କ ରହିବା ସହ ମନକୁ ପ୍ରଫୁଲ୍ଲ ରଖିରେ ପକ୍ଷାଘାତ ଭୟକୁ ଏଡାଯାଇପାରେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?