Posted inଜାତୀୟ

ବିରୋଧୀ ଏମ୍‌ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ

ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ ପେଗାସସ୍‌ ଗୁପ୍ତଚର ବିବାଦ ତ କେବେ କୃଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତେବେ ଲଗାତର ସଂସଦରେ ଉତ୍ତେଜନା ଯୋଗୁ ଗୃହ ଠିକ୍‌ରେ ଚାଲିପାରୁନି। ଇତିମଧ୍ୟରେ ଖବର ଆସୁଛି କି ଯେ, ବିରୋଧୀ ଏମ୍‌ପିମାନେ ସଂସଦ ବାହାରେ ସମାନ୍ତରାଳ ସଂସଦ ଅଧିବେଶନ ଚଳାଇବାକୁ ଚିନ୍ତା କରୁଛନ୍ତି। ବିରୋଧୀଙ୍କ ସହ ଜଡ଼ିତ ଏକ ସୂତ୍ରରୁ ଏନେଇ ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକ କରାଯାଇ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତାଙ୍କୁ ମଙ୍ଗଳବାର ସକାଳ ୯ଟା ୩୦ରେ ଦିଲ୍ଲୀ ସ୍ଥିତ କନ୍‌ଷ୍ଟିଟ୍ୟୁସନ୍‌ କ୍ଲବରେ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। ସମସ୍ତ ବିରୋଧୀ ନେତାଙ୍କୁ ଏକତ୍ରିତ କରି ସଂସଦର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ପାଇଁ ରାହୁଲ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ରାହୁଲ ସମସ୍ତ ଦଳର ନେତାଙ୍କୁ ସକାଳ ଜଳଖିଆ ପାଇଁ ଡାକିଛନ୍ତି। ତେବେ ତୃଣମୂଳ କଂଗ୍ରେସକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଟିଏମ୍‌ସି ମଧ୍ୟ ଏହି ଆଲୋଚନାରେ ସାମିଲ ହେବ। ଏହା ପୂର୍ବରୁ ରାହୁଲ ମଧ୍ୟ ବିରୋଧୀ ଦଳର ବୈଠକରେ ୨ଥର ସାମିଲ ହୋଇସାରିଛନ୍ତି। ହେଲେ ଏବେ କନ୍‌ଷ୍ଟିଟ୍ୟୁସନ୍‌ କ୍ଲବରେ ରାହୁଲ ବିରୋଧୀ ଦଳର ନେତାଙ୍କ ସହ ଜଳଖିଆରେ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...

କ୍ଷମତାରେ ମୋଦି-ବିପକ୍ଷରେ ମୋଦି-ମଧ୍ୟସ୍ଥତାରେ ବି ମୋଦି: ଦେଶ ରାଜନୀତିରେ ନାହିଁ ବିକଳ୍ପ !

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ନୂଆ ଆକଳନ କରାଯାଉଛି। ଭୂମି ପୂଜନରେ ମୋଦି...

ମୋଦିଙ୍କ ରାଲିରେ ବିସ୍ଫୋରଣ ଘଟଣା: ୪ ଜଣଙ୍କୁ ଫାଶୀ ଦଣ୍ଡ

ପାଟନା,୧।୧୧: ୨୦୧୩ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି। ୯ ଜଣ ଦୋଷୀଙ୍କ ମଧ୍ୟରୁ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

କରୋନା ସ୍ଥିତି ଗମ୍ଭୀର: ଦିନକରେ ୩.୩୨ ଲକ୍ଷ ସଂକ୍ରମିତ, ୨୨୫୬ ମୃତ

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ...

ମଦ୍ରାସାରେ ଗୋମାତାଙ୍କ ସେବା କରନ୍ତି ଶିକ୍ଷାର୍ଥୀ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢି ଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ...

ପିଇବା ପାଣି ପାଇଁ ହିଂସାକାଣ୍ଡ: ୧୨ ରାଜ୍ୟରେ ଗଡ଼ିଛି ୫୦ ମୁଣ୍ଡ; ମଧ୍ୟପ୍ରଦେଶ-ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ,୨୩।୧୦: ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ନେଇ ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୫୦ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ...

Advertisement
Archives

Model This Week