ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ଓହରିଲେ ୨ ୟୁନିୟନ, ୧ ନାକଚ

ପାରାଦୀପ, ୨୦ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ-ବୋର୍ଡ ଅଫ ମେମ୍ବର) ନିର୍ବାଚନରେ ଚଳିତଥର କେତେକ ଚର୍ଚ୍ଚିତ ଘଟଣା ଘଟିଛି। ଅର୍ଥାତ ପ୍ରମୁଖ ଦାବିଦାର ଦୌଡରେ ଥିବା ଭାଜପା ସମର୍ଥିତ ୟୁନିୟନ ପାରାଦୀପ ପୋର୍ଟ ମଜଦୁର ସଂଘ ପ୍ରାର୍ଥତ୍ପତ୍ର ଯାଞ୍ଚ ସମୟରେ ନିର୍ବାଚନରୁ ବାଦ ପଡିଛନ୍ତି। ୟୁନିୟନର ଅରିଜିନାଲ ଡକ୍ୟୁମେଣ୍ଟ ଠିକ୍‌ ନ ଥିବା ଦର୍ଶାଇ ମଙ୍ଗଳବାର କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ତାହାକୁ ବାତିଲ କରିଦିଆଯାଇଛି। ନାମାଙ୍କନପତ୍ର ଯାଞ୍ଚ ପରେ ୧୦ ୟୁନିୟନ ଯୋଗ୍ୟତା ପର୍ଯ୍ୟାୟରେ ଥିଲେ। ବୁଧବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଦିବସରେ ଦୁଇଟି ୟୁନିୟନ ନିର୍ବାଚନରୁ ଓହରି ଯାଇଛନ୍ତି। ସେମାନେ ହେଲେ ପାରାଦୀପ ଡକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ଓ ପାରାଦୀପ ପୋର୍ଟ ଡକ୍‌ ଲେବର ୟୁନିୟନ। ଏହି ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକାରେ ୮ଟି ୟୁନିୟନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଏକ ପ୍ରକାର ସ୍ଥିର ହୋଇଛି। ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଶ୍ରମ ପ୍ରବର୍ତ୍ତନ ଅଧିକାରୀ ରଶ୍ମିତା ସାହୁ କହିଛନ୍ତି। ଆସନ୍ତା ୨୮ରେ ପାରାଦୀପ ପୋର୍ଟର ୩୯୨ ଜଣ କର୍ମଚାରୀ ଗୁପ୍ତ ବାଲଟ ଯୋଗେ ଭୋଟ ଦେବେ। ସେଥିରୁ ସର୍ବାଧିକ ଦୁଇଟି ଭୋଟ ପାଇଥିବା ୟୁନିୟନ ତାର ସଦସ୍ୟ ଟ୍ରଷ୍ଟ ବୋର୍ଡକୁ ପଠାଇବ। ସମୁଦାୟ ୧୩ ପଞ୍ଜିକୃତ ୟୁନିୟନ ମଧ୍ୟରୁ ୧୧ ୟୁନିୟନ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେଥିରୁ ଗୋଟିଏ ନାକଚ ଓ ଦୁଇଟି ପ୍ରତ୍ୟାହାର ହୋଇଯାଇଛି। ପ୍ରାର୍ଥତ୍ପତ୍ର ଯାଞ୍ଚ ସମୟରେ ଯେଉଁ ପ୍ରମୁଖ ଦାବିଦାର ୟୁନିୟନ କଟିଯାଇଛି, ତାକୁ ନେଇ ଚର୍ଚ୍ଚା ହେଉଛି। କାରଣ ଉକ୍ତ ୟୁନିୟନକୁ ଭାଜପା ସମର୍ଥନ କରୁଥିଲା। ଏହାର ଟ୍ରଷ୍ଟି ଦାବିଦାର ଭାବେ ପରେଶ ମୁର୍ମୁ ଥିଲେ। ପରେଶ ପୂର୍ବରୁ ଥରେ ଟ୍ରଷ୍ଟି ଭାବେ ନିିର୍ବାଚିତ ହୋଇ ଦୁଇବର୍ଷ କାର୍ଯ୍ୟ କରିଥିଲେ। ତେବେ ଯେଉଁ କାରଣ ଦର୍ଶାଇ ପ୍ରାର୍ଥିପତ୍ର ନାକଚ ହୋଇଥିବା ଦର୍ଶାଯାଇଛି, ବାସ୍ତବରେ ଦଳୀୟ କନ୍ଦଳ ଯୋଗୁ ଏପରି ହୋଇଥିବା ଜଣାପଡ଼ିଛି। କାରଣ ଏହି ୟୁନିୟନ ସଭାପତି ଭାବେ ଥିବା ଜଣେ ଶ୍ରମିକନେତାଙ୍କୁ ଗତ ମାର୍ଚ୍ଚରେ ଏକ ଆପରାଧିକ ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେତେବେଳେ ୟୁନିୟନ କର୍ମକର୍ତ୍ତା ବଦଳାଇ ଥିଲା। ଏହି ଅଦଳବଦଳ ସମୟରେ ୟୁନିୟନ ଡକ୍ୟୁମେଣ୍ଟ ପୂର୍ବତନ ସମ୍ପାଦକଙ୍କ ପାଖରେ ରହିଥିଲା। ସମ୍ପୃକ୍ତ ନେତା ଜୁନ୍‌ରେ ଜେଲରୁ ଫେରିବା ପରେ ସେହି ୟୁନିୟନ କାଗଜପତ୍ର ପୁଣି ଥରେ ନବୀକରଣ କରି ଶ୍ରମ ବିଭାଗ ପାଖରେ ଦେଇଥିଲେ। ଏହା ଯାଞ୍ଚ ବେଳେ ଅସ୍ପଷ୍ଟ ରହିଗଲା ବୋଲି ପୂର୍ବତନ ସମ୍ପାଦକ ଅରୁଣ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri