ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ଓହରିଲେ ୨ ୟୁନିୟନ, ୧ ନାକଚ

ପାରାଦୀପ, ୨୦ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ-ବୋର୍ଡ ଅଫ ମେମ୍ବର) ନିର୍ବାଚନରେ ଚଳିତଥର କେତେକ ଚର୍ଚ୍ଚିତ ଘଟଣା ଘଟିଛି। ଅର୍ଥାତ ପ୍ରମୁଖ ଦାବିଦାର ଦୌଡରେ ଥିବା ଭାଜପା ସମର୍ଥିତ ୟୁନିୟନ ପାରାଦୀପ ପୋର୍ଟ ମଜଦୁର ସଂଘ ପ୍ରାର୍ଥତ୍ପତ୍ର ଯାଞ୍ଚ ସମୟରେ ନିର୍ବାଚନରୁ ବାଦ ପଡିଛନ୍ତି। ୟୁନିୟନର ଅରିଜିନାଲ ଡକ୍ୟୁମେଣ୍ଟ ଠିକ୍‌ ନ ଥିବା ଦର୍ଶାଇ ମଙ୍ଗଳବାର କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ତାହାକୁ ବାତିଲ କରିଦିଆଯାଇଛି। ନାମାଙ୍କନପତ୍ର ଯାଞ୍ଚ ପରେ ୧୦ ୟୁନିୟନ ଯୋଗ୍ୟତା ପର୍ଯ୍ୟାୟରେ ଥିଲେ। ବୁଧବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଦିବସରେ ଦୁଇଟି ୟୁନିୟନ ନିର୍ବାଚନରୁ ଓହରି ଯାଇଛନ୍ତି। ସେମାନେ ହେଲେ ପାରାଦୀପ ଡକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ଓ ପାରାଦୀପ ପୋର୍ଟ ଡକ୍‌ ଲେବର ୟୁନିୟନ। ଏହି ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକାରେ ୮ଟି ୟୁନିୟନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଏକ ପ୍ରକାର ସ୍ଥିର ହୋଇଛି। ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଶ୍ରମ ପ୍ରବର୍ତ୍ତନ ଅଧିକାରୀ ରଶ୍ମିତା ସାହୁ କହିଛନ୍ତି। ଆସନ୍ତା ୨୮ରେ ପାରାଦୀପ ପୋର୍ଟର ୩୯୨ ଜଣ କର୍ମଚାରୀ ଗୁପ୍ତ ବାଲଟ ଯୋଗେ ଭୋଟ ଦେବେ। ସେଥିରୁ ସର୍ବାଧିକ ଦୁଇଟି ଭୋଟ ପାଇଥିବା ୟୁନିୟନ ତାର ସଦସ୍ୟ ଟ୍ରଷ୍ଟ ବୋର୍ଡକୁ ପଠାଇବ। ସମୁଦାୟ ୧୩ ପଞ୍ଜିକୃତ ୟୁନିୟନ ମଧ୍ୟରୁ ୧୧ ୟୁନିୟନ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେଥିରୁ ଗୋଟିଏ ନାକଚ ଓ ଦୁଇଟି ପ୍ରତ୍ୟାହାର ହୋଇଯାଇଛି। ପ୍ରାର୍ଥତ୍ପତ୍ର ଯାଞ୍ଚ ସମୟରେ ଯେଉଁ ପ୍ରମୁଖ ଦାବିଦାର ୟୁନିୟନ କଟିଯାଇଛି, ତାକୁ ନେଇ ଚର୍ଚ୍ଚା ହେଉଛି। କାରଣ ଉକ୍ତ ୟୁନିୟନକୁ ଭାଜପା ସମର୍ଥନ କରୁଥିଲା। ଏହାର ଟ୍ରଷ୍ଟି ଦାବିଦାର ଭାବେ ପରେଶ ମୁର୍ମୁ ଥିଲେ। ପରେଶ ପୂର୍ବରୁ ଥରେ ଟ୍ରଷ୍ଟି ଭାବେ ନିିର୍ବାଚିତ ହୋଇ ଦୁଇବର୍ଷ କାର୍ଯ୍ୟ କରିଥିଲେ। ତେବେ ଯେଉଁ କାରଣ ଦର୍ଶାଇ ପ୍ରାର୍ଥିପତ୍ର ନାକଚ ହୋଇଥିବା ଦର୍ଶାଯାଇଛି, ବାସ୍ତବରେ ଦଳୀୟ କନ୍ଦଳ ଯୋଗୁ ଏପରି ହୋଇଥିବା ଜଣାପଡ଼ିଛି। କାରଣ ଏହି ୟୁନିୟନ ସଭାପତି ଭାବେ ଥିବା ଜଣେ ଶ୍ରମିକନେତାଙ୍କୁ ଗତ ମାର୍ଚ୍ଚରେ ଏକ ଆପରାଧିକ ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେତେବେଳେ ୟୁନିୟନ କର୍ମକର୍ତ୍ତା ବଦଳାଇ ଥିଲା। ଏହି ଅଦଳବଦଳ ସମୟରେ ୟୁନିୟନ ଡକ୍ୟୁମେଣ୍ଟ ପୂର୍ବତନ ସମ୍ପାଦକଙ୍କ ପାଖରେ ରହିଥିଲା। ସମ୍ପୃକ୍ତ ନେତା ଜୁନ୍‌ରେ ଜେଲରୁ ଫେରିବା ପରେ ସେହି ୟୁନିୟନ କାଗଜପତ୍ର ପୁଣି ଥରେ ନବୀକରଣ କରି ଶ୍ରମ ବିଭାଗ ପାଖରେ ଦେଇଥିଲେ। ଏହା ଯାଞ୍ଚ ବେଳେ ଅସ୍ପଷ୍ଟ ରହିଗଲା ବୋଲି ପୂର୍ବତନ ସମ୍ପାଦକ ଅରୁଣ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri