Posted inଖେଳ

ପନ୍ତ ଏବେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର

ଦୁବାଇ, ୨୧।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍‌ବେନ୍‌ ଟେଷ୍ଟରେ ୮୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ପରେ ଭାରତର ରିଷଭ ପନ୍ତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। କେବଳ ସେତିକି ନୁହେଁ ବର୍ତ୍ତମାନର ଉଇକେଟ କିପରଙ୍କ ମଧ୍ୟରେ ସେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର ହେବାର ଗୌରବ ମଧ୍ୟ ପାଇଛନ୍ତି। ନିର୍ଭୀକ ଖେଳ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା ପନ୍ତ ୬୯୧ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଡି’କକ୍‌ ୬୭୭ ପଏଣ୍ଟ ସହ ୧୫ତମ ସ୍ଥାନରେ ରହିଛନ୍ତି। ବ୍ରିସ୍‌ବେନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ୮୭୮ ପଏଣ୍ଟରେ ପହଞ୍ଚତ୍ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ତୃତୀୟ ସ୍ଥାନରୁ ହଟାଇଛନ୍ତି। ପ୍ରଥମ ସନ୍ତାନର ଜନକ ହୋଇଥିବା କୋହଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ୩ଟି ଟେଷ୍ଟ ଖେଳି ନ ଥିବାରୁ ୮୬୨ ପଏଣ୍ଟ ସହିତ ୪ର୍ଥ ସ୍ଥାନକୁ ଖସିଛନ୍ତି। ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ୯୧୯ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ ୮୯୧ ପଏଣ୍ଟ ସହିତ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି।
କ୍ରମାଗତ ପ୍ରଦର୍ଶନରେ ଉନ୍ନତି ଘଟାଇ ଚାଲିଥିବା ଭାରତର ଶୁବମନ ଗିଲ୍‌ ୬୮ରୁ ୪୭ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ବ୍ରିସ୍‌ବେନ୍‌ରେ ସେ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏଥିରେ ଭାରତ ୩ ଉଇକେଟରେ ବିଜୟୀ ହୋଇଥିଲା। ଭାରତର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ପହଞ୍ଚତ୍ଥିବାବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩୨ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନ ପାଇଛନ୍ତି। ସେ ଦ୍ୱିତୀୟ ଇନିଂସରେ ୫ ଉଇକେଟ ସଫଳତା ସହ ମ୍ୟାଚରେ ୬ ଉଇକେଟ ନେଇଥିଲେ। ଟେଷ୍ଟ ପଦାର୍ପଣ କରିଥିବା ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ହୋଇଛି। ଅଲ୍‌ରାଉଣ୍ଡର ସୁନ୍ଦର ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ୮୨ ଓ ବୋଲିଂରେ ୯୭ତମ ସ୍ଥାନରେ ରହିଛନ୍ତି। ଠାକୁର ବୋଲିଂରେ ୬୫ ଓ ବ୍ୟାଟିଂରେ ୧୧୩ତମ ସ୍ଥାନ ପାଇଛନ୍ତି।
ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ୯୦୮ ପଏଣ୍ଟ ସହିତ ଶୀର୍ଷରେ ଥିବାବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ୮୪୭ ଓ ନ୍ୟୁଜିଲାଣ୍ଡର ନେଲ୍‌ ଓ୍ବାଗନର ୮୨୫ ପଏଣ୍ଟ ସହ ପରବର୍ତ୍ତୀ ୨ ସ୍ଥାନ ପାଇଛନ୍ତି। ଟପ୍‌-୧୦ରେ ଭାରତର ଦୁଇ ବୋଲର ରବିଚନ୍ଦ୍ରନ ଅଶ୍ୱିନ ୮ମ ଓ ଯଶପ୍ରୀତ ବୁମ୍‌ରା ୯ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଭାରତର ରବୀନ୍ଦ୍ର ଜାଡେଜା (୪୧୯) ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୪୩୬ ଓ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ୪୨୩ ପଏଣ୍ଟ ପାଇ ପରବର୍ତ୍ତୀ ୨ ସ୍ଥାନ ପାଇଛନ୍ତି। ଅଶ୍ୱିନ ୨୮୨ ପଏଣ୍ଟ ସହିତ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri