Posted inଖେଳ

ପନ୍ତ ଏବେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର

ଦୁବାଇ, ୨୧।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍‌ବେନ୍‌ ଟେଷ୍ଟରେ ୮୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ପରେ ଭାରତର ରିଷଭ ପନ୍ତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। କେବଳ ସେତିକି ନୁହେଁ ବର୍ତ୍ତମାନର ଉଇକେଟ କିପରଙ୍କ ମଧ୍ୟରେ ସେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର ହେବାର ଗୌରବ ମଧ୍ୟ ପାଇଛନ୍ତି। ନିର୍ଭୀକ ଖେଳ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା ପନ୍ତ ୬୯୧ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଡି’କକ୍‌ ୬୭୭ ପଏଣ୍ଟ ସହ ୧୫ତମ ସ୍ଥାନରେ ରହିଛନ୍ତି। ବ୍ରିସ୍‌ବେନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ୮୭୮ ପଏଣ୍ଟରେ ପହଞ୍ଚତ୍ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ତୃତୀୟ ସ୍ଥାନରୁ ହଟାଇଛନ୍ତି। ପ୍ରଥମ ସନ୍ତାନର ଜନକ ହୋଇଥିବା କୋହଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ୩ଟି ଟେଷ୍ଟ ଖେଳି ନ ଥିବାରୁ ୮୬୨ ପଏଣ୍ଟ ସହିତ ୪ର୍ଥ ସ୍ଥାନକୁ ଖସିଛନ୍ତି। ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ୯୧୯ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ ୮୯୧ ପଏଣ୍ଟ ସହିତ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି।
କ୍ରମାଗତ ପ୍ରଦର୍ଶନରେ ଉନ୍ନତି ଘଟାଇ ଚାଲିଥିବା ଭାରତର ଶୁବମନ ଗିଲ୍‌ ୬୮ରୁ ୪୭ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ବ୍ରିସ୍‌ବେନ୍‌ରେ ସେ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏଥିରେ ଭାରତ ୩ ଉଇକେଟରେ ବିଜୟୀ ହୋଇଥିଲା। ଭାରତର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ପହଞ୍ଚତ୍ଥିବାବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩୨ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନ ପାଇଛନ୍ତି। ସେ ଦ୍ୱିତୀୟ ଇନିଂସରେ ୫ ଉଇକେଟ ସଫଳତା ସହ ମ୍ୟାଚରେ ୬ ଉଇକେଟ ନେଇଥିଲେ। ଟେଷ୍ଟ ପଦାର୍ପଣ କରିଥିବା ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ହୋଇଛି। ଅଲ୍‌ରାଉଣ୍ଡର ସୁନ୍ଦର ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ୮୨ ଓ ବୋଲିଂରେ ୯୭ତମ ସ୍ଥାନରେ ରହିଛନ୍ତି। ଠାକୁର ବୋଲିଂରେ ୬୫ ଓ ବ୍ୟାଟିଂରେ ୧୧୩ତମ ସ୍ଥାନ ପାଇଛନ୍ତି।
ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ୯୦୮ ପଏଣ୍ଟ ସହିତ ଶୀର୍ଷରେ ଥିବାବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ୮୪୭ ଓ ନ୍ୟୁଜିଲାଣ୍ଡର ନେଲ୍‌ ଓ୍ବାଗନର ୮୨୫ ପଏଣ୍ଟ ସହ ପରବର୍ତ୍ତୀ ୨ ସ୍ଥାନ ପାଇଛନ୍ତି। ଟପ୍‌-୧୦ରେ ଭାରତର ଦୁଇ ବୋଲର ରବିଚନ୍ଦ୍ରନ ଅଶ୍ୱିନ ୮ମ ଓ ଯଶପ୍ରୀତ ବୁମ୍‌ରା ୯ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଭାରତର ରବୀନ୍ଦ୍ର ଜାଡେଜା (୪୧୯) ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୪୩୬ ଓ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ୪୨୩ ପଏଣ୍ଟ ପାଇ ପରବର୍ତ୍ତୀ ୨ ସ୍ଥାନ ପାଇଛନ୍ତି। ଅଶ୍ୱିନ ୨୮୨ ପଏଣ୍ଟ ସହିତ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା...

ପାକିସ୍ତାନ ଜିତିଲେ ଭାରତକୁ ଫାଇଦା

ଦୁବାଇ,୨୬।୧୦: କ୍ରିକେଟ୍‌ ଏକ ଅନିଶ୍ଚିତାର ଖେଳ, କେତେବେଳେ କେଉଁ ଦଳ କାହା ଉପରେ ଭାରୀ ପଡ଼ିବ ତାହା କହିବା କଷ୍ଟକର। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ...

ଆଜି ବାଂଲାଦେଶକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଆଡିଲେଡ,୨।୧୧: ଟି-୨୦ ବିଶ୍ୱକପ ସୁପର ୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ବାଂଲାଦେଶକୁ ଭେଟିବ। ଦୁଇ ଦଳ...

ସେରେନା @ ୩୮

ଲସ୍‌ ଏଞ୍ଜେଲ୍ସ,୨୬।୯: ଟେନିସ ଇତିହାସର ସବୁଠୁ ସଫଳତମ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ଗୁରୁବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଆମେରିକାନ ଆଥ୍‌ଲେଟ୍‌ ୧୭ ବର୍ଷ...

କ୍ରସ୍‌ ଓଭରରେ ଆର୍ଜେଣ୍ଟିନା, ଫ୍ରାନ୍ସ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା...

ନଂ-୪ରେ ଖେଳିବାକୁ ଆସିଲେ କାର୍ତ୍ତିକ: ନିଜ ସ୍ଥାନ ବିପଦରେ ଥିବା କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ବ୍ୟାଟିଂରେ ଅନେକ ପରିବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ...

ପରଦାରେ ‘ଦାଦା’ ହେବେ ଏହି ଅଭିନେତା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି।...

ଜାତୀୟ ସଙ୍ଗୀତ ବାଜୁଥିବାବେଳେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତୀୟ...

Advertisement
Archives

Model This Week