ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ। ସେଭଳି ଗୋଟିଏ ହେଲା ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ କାହାଣୀ। ୨୦୧୯ରେ ତାଙ୍କ ନାମ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ା ଯାଇଥିଲା। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ କିଛି ଦିନ ପରେ ପୁନଃ ସେମାନେ ଅଲଗା ହୋଇ ଯାଇଥିବା କୁହାଯାଇଥିଲା। ଏହା କେତେ ସତ କେତେ ମିଛ, ତାହା ଏଯାବତ୍‌ ଜଣାପଡ଼ି ନ ଥିଲେ ହେଁ ସେତେବେଳେ ଅନେକଙ୍କୁ ଚକିତ କରିଦେଇଥିଲା।

ନିକଟରେ ଉର୍ବଶୀଙ୍କୁ ଜଣେ ପ୍ରଶଂସକ କେଉଁ କ୍ରିକେଟରଙ୍କୁ ପସନ୍ଦ କରନ୍ତି ବୋଲି ପଚାରିଥିଲେ। ଅଭିନେତ୍ରୀ ଜଣକ କ୍ରିକେଟ ଦେଖନ୍ତି ନାହିଁ ବୋଲି ପ୍ରତ୍ୟୁତ୍ତ କରିଥିଲେ। ଏପରିକି ସେ ହୃଦୟରୁ କେବଳ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ସମ୍ମାନ କରନ୍ତି ବୋଲି ରୋକଠୋକ୍‌ କହିଥିଲେ। ଏହା ଶୁଣି ପ୍ରଶଂସକ ଜଣଙ୍କ ନିରାଶ ହୋଇଥିଲେ।

ଯେତେବେଳେ ଉର୍ବଶୀଙ୍କ ସହ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା, ଖରାପ ସମୟ ଦେଇ ଗତି କରୁଥିଲେ ପନ୍ତ। ଏଥିରେ ସେ ବହୁତ ବିରକ୍ତି ଅନୁଭବ କରିଥିଲେ। ବାଧ୍ୟ ହୋଇ ସେ ଉର୍ବଶୀଙ୍କୁ ହ୍ବାଟ୍ସଆପ୍‌ରୁ ବ୍ଲକ୍‌ କରିବାକୁ ପଛାଇ ନ ଥିଲେ। ପରେ ସେ ନିଜର ପ୍ରେମିକାଙ୍କୁ ସର୍ବସମ୍ମୁଖକୁ ଆଣିଥିଲେ। ଶେଷରେ ପନ୍ତ ଉର୍ବଶୀ ନୁହେଁ, ବରଂ ଈଶା ନେଗିଙ୍କ ପ୍ରେମରେ ପଡ଼ିଥିବା ଜଣାପଡ଼ିଥିଲା।

ଏବେ ପନ୍ତ ଈଶାଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି। ଦୁଇ ବର୍ଷ ପୂର୍ବେ ସେ ପ୍ରେମିକାଙ୍କ ସହ ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri