ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍‌ ସିଂହଙ୍କ ଯୋଡ଼ି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ରିମେକ୍‌ କ୍ୱିନ୍‌ଙ୍କ ନାମରେ ଜଣାଶୁଣା ନେହା ରୋହନପ୍ରୀତଙ୍କୁ ବିବାହ କରି ପ୍ରଶଂସକମାନଙ୍କୁ ଚକିତ କରିଦେଇଥିଲେ। ନେହା ଏବଂ ରୋହନଙ୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ବେଶ୍‌ ଉତ୍ସୁକ ଥାନ୍ତି। ନେହା ତାଙ୍କ ଜୀବନ କେମିତି ବିତାଉଛନ୍ତି, ରୋହନଙ୍କ ସହ କେମିତି ମଜା କରୁଛନ୍ତି ଏହାର ଝଲକ ବି ସୋସିଆଲ ମିଡିଆରେ ବେବେବେଳେ ଦେଖିବାକୁ ମିଳେ। ଏବେ ଦୁଇଜଣ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ଖୁବ୍‌ ପସନ୍ଦ କରାଯାଉଛି।

ନେହା ମୁମ୍ବାଇରେ ରହୁଛନ୍ତି। କରୋନା ମହମାରୀ ଯୋଗୁ ବର୍ତ୍ତମାନ ସେ ଘରେ ସମୟ କାଟୁଛନ୍ତି। ଏହି ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ କିଛିକିଛି ଫଟୋ ଶେୟାର କରୁଛନ୍ତି। ଏବେ ଯେଉଁ ଫଟୋ ଶେୟାର କରିଛନ୍ତି, ଏଥିରେ ନେହା ଏବଂ ରୋହନ ଘରେ ବସି ଗୀଟାର ବଜାଉଥିବା ନଜର ଆସିଛନ୍ତି। ନେହାଙ୍କ ଘର ବହୁତ ସିମ୍ପଲ ଆଉ ସୁନ୍ଦର ଡିଜାଇନ୍‌ ହୋଇଛି। ମାର୍ବଲ ଫ୍ଲୋର,ଫ୍ରେଞ୍ଚ୍‌ ଓ୍ବିଣ୍ଡୋଜ୍‌, ହ୍ୟାଙ୍ଗିଙ୍ଗ୍‌ ପ୍ଲାଣ୍ଟ୍‌ ଏବଂ ମୁମ୍ବାଇ ସ୍କାଇଲାଇନ୍‌ ସହିତ ଏହି ଘର ବହୁତ ସୁନ୍ଦର। ଘରେ ବ୍ରାଉନ କଲରର ସୋଫା ଏବଂ କୁଶନ୍‌ସ ବି ଖୁବ୍‌ ସୁନ୍ଦର ଦେଖାଯାଉଛି।

ଏହା ସହ ନେହା ତାଙ୍କ ପିଲାଦିନେ ରହୁଥିବା ଘରର ଫଟୋ ବି ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଏହି ଘରେ ଜନ୍ମ ହୋଇଥିଲି। ଏହି ଘରେ ଆମେ ସମସ୍ତେ ରହୁଥିଲୁ। ଏହି ଘରେ ମୋ’ ମା ରୋଷେଇ କରୁଥିଲେ। ଛୋଟ ଏକ ଟେବୁଲ ବି ଥିଲା। ଏହି ଫଟୋ ଶେୟାର କରି ନେହା ତାଙ୍କ ସଂଘର୍ଷ ଜୀବନ ବିଷୟରେ ଜଣାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ଶୈଫିନାଙ୍କ ସହ ନଜର ଆସିଲେ ଜାହାଙ୍ଗିର

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିମାସ ପୂର୍ବେ ଏହି ଦମ୍ପତି...

ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…

ମୁମ୍ବାଇ,୨୨।୬: ବଲିଉଡ୍‌ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ...

ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍‌; ଦୂରରେ ଥାଇ ବି…

ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି।...

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

ଦୀପାବଳିରେ ସିନେପ୍ରେମୀଙ୍କୁ ବଡ଼ ଉପହାର: ହଲ୍‌ରେ ଦେଖିପାରିବେ ଏହିସବୁ ସୁପରହିଟ୍‌ ଫିଲ୍ମ

ଦେଶରେ କରୋନାର ସବୁଠାରୁ ବଡ଼ ପ୍ରଭାବ ସିନେମା ଉପରେ ପଡ଼ିଛି। ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରାୟତଃ ଫିଲ୍ମ ରିଲିଜ ପାଇଁ ନିର୍ମାତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ।...

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି।...

ରୋଜ୍‌ ଡେ’ରେ ଏହି ଅଭିନେତାଙ୍କୁ ମିଳିଲା ଗୋଲାପ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମହିଳା ପ୍ରଶଂସକଙ୍କ ତାଲିକା କ୍ରମାଗତ ବଢ଼ିବାରେ ଲାଗିଛି। ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ରୋଜ୍‌ ଡେ’ରେ ଜଣେ ଝିଅ...

Advertisement
Seven Jackpot


Archives

Model This Week