ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ

ଖୋର୍ଦ୍ଧା,୧୦।୧(ପ୍ରଭାତ ପାଣିଗ୍ରାହୀ): ସଫଳତାର ମୂଳମନ୍ତ୍ର ହେଉଛି କଠିନ ପରିଶ୍ରମ।  ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ।  ସୋସିଆଲ ମିଡିଆ ଅପେକ୍ଷା ପାଠପଢା ଉପରେ ଗୁରୁତ୍ୱ ଦିଅ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ହାବେଳି ପଡିଆରେ  ବୁଧବାର ଜିଲା ସ୍ତରୀୟ ଯୁବ ମହୋତ୍ସବରେ ଯୋଗଦେଇ ସେ ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଇଛନ୍ତି।
ପାଣ୍ଡିଆନ୍‌ କହିଛନ୍ତି, ଶତ ପ୍ରତିଶତ ସଫଳତା ପାଇଁ ଛାତ୍ରୀଛାତ୍ରମାନେ ଦକ୍ଷତା ବିକାଶ, ୩୦ମିନିଟ ଶାରୀରିକ ପରିଶ୍ରମ, ୧୫ ମିନିଟ ଧ୍ୟାନ, ଉଜ୍ଜ୍ବଳ ଭବିଷ୍ୟତ ଲାଗି ୧୪ ଘଣ୍ଟା ପାଠପଢା, ଅତିରିକ୍ତ କାର୍ଯ୍ୟ(ଏକ୍‌ଷ୍ଟ୍ରା କରିକୁଲାର) ଏବଂ ଶେଷରେ ପିତାମାତା, ଗୁରୁଜନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ଏହି ଛ’ସୂତ୍ର ଉପରେ ୫ବର୍ଷ ପରିଶ୍ରମ କଲେ ୫୦ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟତରେ  ଉନ୍ନତି ସହ ଓଡ଼ିଶା ପାଇଁ ସୁନାମ ଆଣି ପାରିବ ବୋଲି ସେ କହିଛନ୍ତି।
ସେହିଭଳି ନିଜ ଅଭିଜ୍ଞତା ଏବଂ ଅନୁଭୂତି ସମ୍ପର୍କରେ କହିବାକୁ ଯାଇ ପାଣ୍ଡିଆନ୍‌ ନିଜ ସଫଳତାର କାହାଣୀ କହିଛନ୍ତି। ସେ ଗାଁ ସ୍କୁଲରେ ଗଛତଳେ ବସି ପାଠପଢା ସହ ଉଚ୍ଚ ଶିକ୍ଷା ପାଇଁ ଦୈନିକ ୨୦କିମି ସାଇକେଲ ଯାତ୍ରା କରୁଥିଲେ। ଭୁବନେଶ୍ବରରେ ହକି ୱାଲ୍ଡ କପ ଆୟୋଜନ ସମୟରେ ସଚିନ ତେନ୍ଦୁଲକର ଏବଂ କିଙ୍ଗ ଖାନ ଶାହାରୁଖଙ୍କ  ସଫଳତା ପଛରେ ମଧ୍ୟ କଠିନ ପରିଶ୍ରମ ଥିବା ସେ କହିଥିଲେ। ଏପରିକି ଆଇଏଏସ୍‌ ବ୍ୟାଚ୍‌ମେଣ୍ଟ ରାଜସ୍ଥାନ ଜଣେ ମହିଳାଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଦଶମରୁ  ଦ୍ବାଦଶ ଓ ଯୁକ୍ତ ତିନି ରେ ରାଜ୍ୟରେ ଗୋଲ୍ଡ ମେଡାଲ ସହ ବାହାର ଦୁନିଆ ଦେଖି ନ ଥିବା ଝିଅ ଶେଷରେ ନିଜ ପରିଶ୍ରମ ବଳରେ ଆଇଏଏସ୍‌ରେ ଟପ୍ପର ହୋଇଥିଲେ। ଏଣୁ ନିଜ  ସଫଳତା ନିଜ ହାତରେ ରହିଛି। ଏଣୁ ନିଜ  ଭବିଷ୍ୟତ ନିଜେ ଗଢିପାରିବ ବୋଲି ସେ କହିଥିଲେ। ଛାତ୍ରୀଛାତ୍ରଙ୍କୁ ସେ ପାଠପଢା ସହ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ କହିଥିଲେ। ଏଥିରୁ ଅନେକ ଜ୍ଞାନ ହାସଲ କରିପାରିବ ବୋଲି କହିଥିଲେ।
ଏହି ମହୋତ୍ସବରେ ଖୋର୍ଦ୍ଧା ଜିଲାର ଶହେରୁ ଉଦ୍ଧର୍‌ବ କଲେଜର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ୫ଟି ଅଧ୍ୟକ୍ଷ ପିଲାଙ୍କ ସହ ହାତ ମିଳାଇଥିଲେ। ସେଲ୍ଫି ନେଇଥିଲେ। ପିଲାଙ୍କ ମଧ୍ୟରେ ଏକ ଉତ୍ସାହ ରହିଥିଲା। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର ବାଳକ୍ରିଷ୍ଣନ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ସିଦ୍ଧାର୍ଥ କାଟାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri