ଦୁର୍ନୀତି ଅଭିଯୋଗ ପରେ ପଞ୍ଚାୟତକୁ ଦିଆଗଲା ପିଡିଏସ୍‌ ବଣ୍ଟନ ଦାୟିତ୍ୱ

କେସିଙ୍ଗା,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ଦୁର୍ନୀତି ଓ ଅନିୟମିତତାକୁ ନେଇ କେସିଙ୍ଗା ବିଡିଓଙ୍କ ନିକଟରେ ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ଶୁକ୍ରବାର ବଣ୍ଟନ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ସରପଞ୍ଚ ଅଞ୍ଜୁ କୁମାର, ପିଇଓ ଲମ୍ବୋଦର ଶିଖା ଶୁକ୍ରବାର ଏହାର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିଛନ୍ତି।

ପଞ୍ଚାୟତର ମା’ଜଗଦମ୍ବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଚାଉଳ ବଣ୍ଟନରେ ମନମୁଖି ଓ ଦୁର୍ନୀତି କରୁଥିବା ଅଭିଯୋଗ କରି ସରପଞ୍ଚ ଅଞ୍ଜୁ କୁମାରଙ୍କ ସମେତ ପଞ୍ଚାୟତର ହିତାଧିକାରୀମାନେ ଅକ୍ଟୋବର ୧୮ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ।

ଏପରିକି ଘଟଣାର ତଦନ୍ତ କରି ପଞ୍ଚାୟତକୁ ବଣ୍ଟନ ଦାୟିତ୍ୱ ଦେବା ପାଇଁ ସରପଞ୍ଚ ଅଞ୍ଜୁ କୁମାର ଲିଖିତ ଭାବେ ଦାବି କରିଥିଲେ। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ବିଡିଓ ଉପଜିଲାପାଳଙ୍କ ସହିତ ଆଲୋଚନା କରି ଚାଞ୍ଚେର ପଞ୍ଚାୟତ ଚାଉଳ ବଣ୍ଟନ ଦାୟିତ୍ୱ ପଞ୍ଚାୟତକୁ ଦିଆଯାଇଛି। ଏନେଇ ପଞ୍ଚାୟତର ସମସ୍ତ ହିତାଧିକାରୀ ବିଡିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ପିଇଓ ଲମ୍ବୋଦର ଶିଖାଙ୍କୁ ପଚାରିବାରୁ, ଏଣିକି ଠିକ ଭାବେ ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri