ଅସୁସ୍ଥ ଅଛନ୍ତି ଫତିମା

ମୁମ୍ବାଇ: ବଲିଉଡ ନାୟିକା ଫାତିମା ସନା ଶେଖ ଅସୁସ୍ଥ ଥିବା ଜଣାପଡିଛି । ନିଜ ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫତିମା ଆମିର ଖାଁଙ୍କ ସହ ଫିଲ୍ମ ଦଙ୍ଗଲରେ ନଜର ଆସିଥିଲେ । ଏବେ କିନ୍ତୁ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ଅସୁସ୍ଥତାକୁ ନେଇ ଏକ ବଡ ଖବର ଦେଇଛନ୍ତି । ଯାହା ଜଣାପଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ମୋତେ ଥରେ ବିମାନ ଯାତ୍ରା ସମୟରେ ଏପିଲେପ୍ଟିକ ଫିଟ ବା ମୁର୍ଚ୍ଛା ହୋଇଥିଲା । ଅର୍ଥାତ୍ ଫତିମା ଅପସ୍ମାରରେ ପୀଡ଼ତ ଥିବା କହିଛନ୍ତି ।
ଫତିମା କହିଛନ୍ତି ମୋତେ ପ୍ରାୟ ୫ ଥର ଏପିଲେପ୍ଟିକ ଫିଟ ହୋଇ ସାରିଛି ସେତେବେଳେ ମୁଁ ଏକେଲା ଥିଲି ଓ ବହୁତ କଷ୍ଟ ହେଉଥିଲା । ଫାତିମା କହିଛନ୍ତି ଏହି ରୋଗ କାରଣରୁ ମୋ କ୍ୟାରିୟରରେ ବଡ ପ୍ରଭାବ ପଡିଥିଲା । ଏହାଦ୍ୱାରା ମୋତେ ବହୁତ ଚିନ୍ତା ଲାଗୁଥିଲା । ହେଲେ ମୁଁ ବହୁତ ଭାଗ୍ୟଶାଳୀ ଯେ ଏତେ ବଡ ବଡ ସମସ୍ୟା ପରେ ବି ମୁଁ ବଞ୍ଚି ଯାଇଛି । ହେଲେ ଏବେ ମୋତେ କେଉଁଠିକୁ ଏକେଲା ଯିବାକୁ ସାହସ ପାଉନାହିଁ । ସବୁବେଳେ ସବୁ ସ୍ଥାନକୁ କେହିଜଣେ ଯିବା ଦରକାର ବୋଲି ଫତିମା କୁହନ୍ତି । କାରଣ ମୋତେ କେଉଁଠିକୁ ଏକେଲା ଜିବାକୁ ଭୟ କରିଥାଏ । ଅଭିନେତ୍ରୀ କହିଛନ୍ତି ସେ ଏକ ଗମ୍ଭିର ରୋଗରେ ପୀଡ଼ିତ ବୋଲି ସେ କାହାକୁ କିଛ କହି ନାହାନ୍ତି । ବିଶେଷ ଭାବେ ପ୍ରଥମେ ସେ ଏହି କଥା ଫିଲ୍ମ ମେକର୍ସଙ୍କୁ କହି ନ ଥିଲେ । କାରଣ ସେ ଭାବୁଥିଲେ ଏହା ନିର୍ମାତାଙ୍କୁ ଜଣାଇଦେଲେ ହୁଏତ ତାହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ।
ସୂଚନାଯୋଗ୍ୟ, ଫତିମା ଶେଷଥର ଲାଗି ନେଟଫ୍ଲିକ୍ସ ମୁଭି ‘ଥର’ରେ ନଜର ଆସିଥିବା ବେଳେ ଏବେ ସେ ଭିକ୍କି କୌଶଲଙ୍କ ମୁଭି ‘ସୋମ ବାହାଦୂର’ରେ ଦେଖିବାକୁ ମିଳିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

ଆଲବମ୍‌ ‘ପାଣି’କୁ ପସନ୍ଦ କଲେ ଦର୍ଶକ

ଭୁବନେଶ୍ୱର: ବିଶ୍ୱରେ ପାଣି ସଞ୍ଚୟ କରିବାର ବାର୍ତ୍ତା ନେଇ ପରିଚୟ ଅନୁଷ୍ଠାନ ପକ୍ଷରୁ ଏକ ଭିନ୍ନସ୍ବାଦର ଆଲବମ୍‌ ‘ପାଣି’ ମୁକ୍ତିଲାଭ କରିଛି। ଯାହାକୁ ଦର୍ଶକେ ଖୁବ୍‌...

୬୨ ବର୍ଷୀୟ ଅନିଲଙ୍କ ୨୧ତମ ଜନ୍ମଦିନ ପାଳିଲେ ଝିଅ-ଜ୍ୱାଇଁ

ବମ୍ବେ: ବଲିଉଡ୍‌ର ଏଭରୟଙ୍ଗ୍‌ ଅଭିନେତା ଅନିଲ କପୁର ମଙ୍ଗଳବାର ୬୩ତମ ଜନ୍ମଦିନ ପାଳିଛନ୍ତି। ସ୍ତ୍ରୀ ସୁନିତାଙ୍କଠାରୁ ଆରମ୍ଭ କରି ଦୁଇ ଝିଅ, ଜ୍ୱାଇଁ ଏବଂ ପୁଅ...

ବୟଫ୍ରେଣ୍ଡଙ୍କ ସହିତ ସ୍କୁଟିରେ ବୁଲିଲେ ଶ୍ରଦ୍ଧା କପୁର: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୧୦।୬: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଶ୍ରଦ୍ଧା ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ...

ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ...

ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା

ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ...

ହଲିଉଡ୍‌ର ବରିଷ୍ଠ କଳାକାର କିର୍କ ଡୋଗଲାସଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଓ୍ବାଶିଂଟନ,୬।୨: ହଲିଉଡ୍‌ ଲିଜେଣ୍ଡ କିର୍କ ଡୋଗଲାସଙ୍କର ୧୦୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ତାଙ୍କ ପୁଅ ତଥା ହଲିଉଡ୍‌ର ନାମୀ କଳାକାର ମାଇକେଲ ଡୋଗଲାସ...

୯୮ ବର୍ଷରେ ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର

ମୁମ୍ବାଇ,୧୧।୧୨: ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ଶୁକ୍ରବାର ୯୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

Advertisement
Archives

Model This Week