ପୌର ନିର୍ବାଚନରେ ପଡ଼ିପାରେ ପଞ୍ଚାୟତର ପ୍ରଭାବ

ଭୁବନେଶ୍ୱର, ୧।୩ (ବ୍ୟୁରୋ):ରାତି ପାହିଲେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି। ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡିର ସଂଖ୍ୟା ଗରିଷ୍ଠତା ବିଜୟ ଭାଜପା ଓ କଂଗ୍ରେସ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ସେ ଶାସକ ଦଳ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇପାରିବେ ତାହାକୁ ନେଇ ନେତାମାନେ ଚିନ୍ତିତ ରହିଛନ୍ତି। ଏଥର ବିଏମ୍‌ସି ନିର୍ବାଚନରେ ବିଜେଡିି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ମହାନଗରର ୬୭ ଓ୍ବାର୍ଡରେ ଏକାଧିକ ପ୍ରାର୍ଥୀ ବିଜେଡିିରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ତେଣୁ ଭାଜପାକୁ ସାମ୍ନା କରିପାରୁଥିବା ଦମ୍‌ଦାର ପ୍ରାର୍ଥୀଙ୍କୁ ଚୟନ କରିବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ମାତ୍ର ପଞ୍ଚାୟତ ନିର୍ବାଚନ ଫଳାଫଳରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ଗୋଟେ ପଟେ ଶାସକ ଦଳ ବିଜେଡି ପାଇଁ ଆଶ୍ୱସ୍ତି ଆଣିଥିବାବେଳେ, ଅନ୍ୟପଟେ ଭାଜପାର ମନୋବଳ ଭାଙ୍ଗିଦେଇଛି। ସେହିପରି ମହାନଗରରେ ବିଜେଡିର ମୂଳଦୁଆକୁ ଦୋହଲାଇବା କଂଗ୍ରେସ ପାଇଁ ଏକ ପ୍ରକାର କାଠିକାର ପାଠ ହେବ।
ପୌର ନିର୍ବାଚନ ପାଇଁ ବିଜେଡିରେ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରତି ଓ୍ବାର୍ଡରୁ ୩ଜଣ ଆଶାୟୀଙ୍କ ନାମ ୨୭ତାରିଖ ସୁଦ୍ଧା ଦେବା ପାଇଁ ୩ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ବିଧାୟକମାନେ ନିଜ ଅଞ୍ଚଳର ଆଶାୟୀଙ୍କ ତାଲିକା ଦାଖଲ କରିଛନ୍ତି। ତେବେ ୬୭ଟି ଓ୍ବାର୍ଡରୁ ଏକାଧିକ ଓ୍ବ୍ବାର୍ଡରେ ପୂର୍ବତନ କର୍ପୋରେଟରଙ୍କୁ ଟିକେଟ ମିଳିବା ନେଇ ସବୁଜ ସଂକେତ ମିଳିିଛି। ସୂଚନା ଅନୁଯାୟୀ, ଏଥର ୩ଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ତାଲିକା ମଙ୍ଗଳବାର ପ୍ରକାଶ ପାଇବ। ଏ ସମ୍ପର୍କରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପ୍ରାର୍ଥୀଙ୍କ ଚୟନ ତାଲିକା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ସେଠାରୁ ତାଲିକା ଆସିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହାପରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ପ୍ରଚାର କରାଯିବ। ବହୁ ଆଶାୟୀ ଦଳରୁ ଟିକେଟ ପାଇବା ପାଇଁ ଚାହୁଁଥିଲେ। ତେବେ ଯେଉଁମାନଙ୍କର ସାଧାରଣ ଲୋକଙ୍କ ସହିତ ସମ୍ପର୍କ ଥିବ, ସେମାନଙ୍କ ସୁଖଦୁଃଖରେ ସାମିଲ ହେଉଥିବେ ସେହିମାନଙ୍କୁ ହିଁ ଦଳ ପ୍ରାଧାନ୍ୟ ଦେଇଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ବିଜେଡି ବାଜିମାତ୍‌ କରିବ। ଅନ୍ୟପକ୍ଷରେ ଭାଜପା ଜିଲା ସଭାପତି ବାବୁ ସିଂ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଆମେ ସିଟ୍‌ରେ କମିଯାଇଛୁ। ମାତ୍ର ଭୋଟ୍‌ ଦୃଷ୍ଟିରେ ଦେଖିଲେ ଭଲ ପାଇଛୁ। ସବୁଠାରେ ଆମେ ଦ୍ୱିତୀୟ ସ୍ଥାନରେ ରହିବା ସହ କଂଗ୍ରେସଠାରୁ ବହୁ ଆଗରେ ଅଛୁ। ପଞ୍ଚାୟତ ଓ ପୌର ନିର୍ବାଚନ କଥା ଅଲଗା ଅଲଗା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ମହାନଗର ନିଗମରେ ଭଲ ପ୍ରଦର୍ଶନ କରିଥିଲା। ତେଣୁ ପୌର ନିର୍ବାଚନରେ ଭଲ କରିବ ବୋଲି ବିଶ୍ୱାସ ରହିଛି। ଦୀର୍ଘ ୨୨ବର୍ଷ ହେବ ବିଜେଡି ଲୋକଙ୍କୁ ଠକି ଆସିଛି। ତେଣୁ ଭୁବନେଶ୍ୱରବାସୀ ନିଶ୍ଚିତ ଏଥର ଭାଜପାକୁ ସମର୍ଥନ କରିବେ। ନିର୍ବାଚନ ପାଇଁ ମଣ୍ଡଳ ସ୍ତରରେ ପ୍ରାର୍ଥୀ ଚୟନ ହେଉଛି। ମୁଁ ଏକାମ୍ର ନିର୍ବାଚନ ମଣ୍ଡଳୀରୁ, ଜଗନ୍ନାଥ ପ୍ରଧାନ ମଧ୍ୟମରୁ ଏବଂ ଦିଲ୍ଲୀପ ମହାନ୍ତି ଉତ୍ତରରୁ ପ୍ରାର୍ଥୀ ଚୟନ କରିଛନ୍ତି। ଯାହାକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତଦାରଖ କରୁଛନ୍ତି। ଏବେ ସୁଦ୍ଧା ୩୦ ପ୍ରତିଶତ ପ୍ରାର୍ଥୀ ଚୟନ ସରିଯାଇଛି। ଖୁବ୍‌ଶୀଘ୍ର ସମସ୍ତ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ସିଂ କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ମଙ୍ଗଳବାର ସୁଦ୍ଧା ସମସ୍ତ ଚୟନ ପ୍ରକ୍ରିୟା ସରିଯିବ। ପଞ୍ଚାୟତ ନିର୍ବାଚନରେ ବିଜେଡି ଏକପାଖିଆ ଜିତୁଛି। ସରକାର, ଅଫିସର, ପୋଲିସ, ଟଙ୍କା ସବୁ ବିଜେଡି ହାତରେ। ତେଣୁ ବାଜିମାତ୍‌ କରୁଛି। ତଥାପି ଆମେ କାମକୁ ନେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିବୁ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri