ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭୋଟଗ୍ରହଣ ତାରିଖ ଘୋଷଣା ପୂର୍ବରୁ ଶନିବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ସୋମବାର ବିଭିନ୍ନ ରାଜନୈତିକ ଦଳର ମତାମତ ଲୋଡ଼ିଛନ୍ତି। କେବଳ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ଗୋଟିଏ ପଟେ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାର ନିର୍ବାଚନ ମୁଡ୍‌ରେ ଥିବା ବେଳେ ବିରୋଧୀ ଦଳ ଅମଙ୍ଗ ହେଉଛନ୍ତି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହଁା ହୋଇଥିବାରୁ ନିର୍ବାଚନକୁ କିଛିମାସ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଭାଜପା, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏକ ସ୍ବରରେ ଦାବି କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ ବର୍ତ୍ତମାନ ବର୍ଦ୍ଧିତ କରୋନା ସଂକ୍ରମଣ ପରିସ୍ଥିତିରେ ନିର୍ବାଚନ ନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅତି କମ୍‌ରେ ଏହାକୁ ଆସନ୍ତା ୩ ମାସ ଯାଏ ଘୁଞ୍ଚାଯାଉ।
ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ ମାମଲା ନ ତୁଟିବା ଯାଏ ନିର୍ବାଚନ ସ୍ଥଗିତ ରହୁ ବୋଲି ଦାବି କରିଛନ୍ତି। ଏଥିସହିତ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା, ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହିଥିବା ଅଧିକାରୀମାନଙ୍କୁ ବଦଳି କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେଡି କିନ୍ତୁ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ନାହିଁ। ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଶେଷ ହେବା ଆବଶ୍ୟକ ବୋଲି ପ୍ରସ୍ତାବ ଦେଇଛି। କୋଭିଡ୍‌ ନିୟମ ଆଧାରରେ ମତଦାନ ବ୍ୟବସ୍ଥା କରି ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କମିଶନଙ୍କ ନିକଟରେ ଦାବି ଜଣାଇଛି। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି, କୋଭିଡ୍‌ ସ୍ଥିତିରେ ପଞ୍ଚାୟତ ନିର୍ବାଚନ କରାଯିବ କି ନାହିଁ ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି। ନିର୍ବାଚନ ନେଇ ଭାରତର ନିର୍ବାଚନ କମିଶନ (ସିଇସି) ଗାଇଡ୍‌ଲାଇନ କରିଛନ୍ତି। ସେହି ଆଧାରରେ ଆମେ ଗାଇଡ୍‌ଲାଇନ କରୁଛୁ। ଖୁବ୍‌ଶୀଘ୍ର ଏହା ଜାରି କରିବୁ। କୋଭିଡ୍‌ ନିୟମ ଆଧାରରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ବୈଠକରେ ଓବିସି ସଂରକ୍ଷଣ ସମେତ ୯ଟି ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଥିବାରୁ ଆସନ୍ତା ୩ ମାସ ଯାଏ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ଆଦିବାସୀ ଏବଂ ପଛୁଆ ବର୍ଗଙ୍କ ଲାଗି ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ହୋଇ ନ ଥିବାରୁ ରାଜ୍ୟର ବିଭିନ୍ନ ଜିଲାରେ ବିରୋଧ ହେଉଛି। ସେମାନଙ୍କୁ ନ୍ୟାୟ ନ ଦେଇ ନିର୍ବାଚନ କରିବା ଉଚିତ ନୁହେଁ। କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଉ ୩ ମାସ ନିର୍ବାଚନ ଘୁଞ୍ଚାଇ ଦେବାକୁ କଂଗ୍ରେସ ଦାବି କରିଛି। ହେଲେ ଏହାକୁ କମିଶନର ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି। ବିଜେଡି ବରିଷ୍ଠ ନେତା ଅମର ପଟ୍ଟନାୟକ କହିଛନ୍ତି, ଲୋକମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ। କୋଭିଡ୍‌ ନିୟମ ଅନୁସାରେ ନିର୍ବାଚନ କରିବାକୁ କମିଶନଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି।
ବୈଠକରେ କଂଗ୍ରେସରୁ ଗଣେଶ୍ୱର ବେହେରା ଓ ଶିବାନନ୍ଦ ରାୟ ଯୋଗ ଦେଇଥିବା ବେଳେ ଭାଜପାରୁ ମୋହନ ଚରଣ ମାଝି, ବିଜେଡିରୁ ଅମର ପଟ୍ଟନାୟକ, ସିପିଆଇରୁ ରମେଶ ଚନ୍ଦ୍ର ପାଢ଼ୀ, ସିପିଆଇଏମ୍‌ରୁ ଦୁଷ୍ମନ୍ତ କୁମାର ପାଢ଼ୀ, ସମତା କ୍ରାନ୍ତି ଦଳରୁ ପ୍ରଭାସ ସାମନ୍ତରାୟ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ରାମଚନ୍ଦ୍ର ହଁାସଦା, ଏନ୍‌ବିଏନ୍‌ଏସ୍‌ପିରୁ ଜଳଧର ନାୟକ, କଳିଙ୍ଗ ସେନାରୁ ହେମନ୍ତ ରଥ, ଆମ୍‌ ଆଦ୍‌ମୀ ପାର୍ଟିରୁ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri