ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭୋଟଗ୍ରହଣ ତାରିଖ ଘୋଷଣା ପୂର୍ବରୁ ଶନିବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ସୋମବାର ବିଭିନ୍ନ ରାଜନୈତିକ ଦଳର ମତାମତ ଲୋଡ଼ିଛନ୍ତି। କେବଳ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ଗୋଟିଏ ପଟେ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାର ନିର୍ବାଚନ ମୁଡ୍‌ରେ ଥିବା ବେଳେ ବିରୋଧୀ ଦଳ ଅମଙ୍ଗ ହେଉଛନ୍ତି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହଁା ହୋଇଥିବାରୁ ନିର୍ବାଚନକୁ କିଛିମାସ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଭାଜପା, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏକ ସ୍ବରରେ ଦାବି କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ ବର୍ତ୍ତମାନ ବର୍ଦ୍ଧିତ କରୋନା ସଂକ୍ରମଣ ପରିସ୍ଥିତିରେ ନିର୍ବାଚନ ନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅତି କମ୍‌ରେ ଏହାକୁ ଆସନ୍ତା ୩ ମାସ ଯାଏ ଘୁଞ୍ଚାଯାଉ।
ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ ମାମଲା ନ ତୁଟିବା ଯାଏ ନିର୍ବାଚନ ସ୍ଥଗିତ ରହୁ ବୋଲି ଦାବି କରିଛନ୍ତି। ଏଥିସହିତ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା, ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହିଥିବା ଅଧିକାରୀମାନଙ୍କୁ ବଦଳି କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେଡି କିନ୍ତୁ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ନାହିଁ। ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଶେଷ ହେବା ଆବଶ୍ୟକ ବୋଲି ପ୍ରସ୍ତାବ ଦେଇଛି। କୋଭିଡ୍‌ ନିୟମ ଆଧାରରେ ମତଦାନ ବ୍ୟବସ୍ଥା କରି ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କମିଶନଙ୍କ ନିକଟରେ ଦାବି ଜଣାଇଛି। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି, କୋଭିଡ୍‌ ସ୍ଥିତିରେ ପଞ୍ଚାୟତ ନିର୍ବାଚନ କରାଯିବ କି ନାହିଁ ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି। ନିର୍ବାଚନ ନେଇ ଭାରତର ନିର୍ବାଚନ କମିଶନ (ସିଇସି) ଗାଇଡ୍‌ଲାଇନ କରିଛନ୍ତି। ସେହି ଆଧାରରେ ଆମେ ଗାଇଡ୍‌ଲାଇନ କରୁଛୁ। ଖୁବ୍‌ଶୀଘ୍ର ଏହା ଜାରି କରିବୁ। କୋଭିଡ୍‌ ନିୟମ ଆଧାରରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ବୈଠକରେ ଓବିସି ସଂରକ୍ଷଣ ସମେତ ୯ଟି ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଥିବାରୁ ଆସନ୍ତା ୩ ମାସ ଯାଏ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ଆଦିବାସୀ ଏବଂ ପଛୁଆ ବର୍ଗଙ୍କ ଲାଗି ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ହୋଇ ନ ଥିବାରୁ ରାଜ୍ୟର ବିଭିନ୍ନ ଜିଲାରେ ବିରୋଧ ହେଉଛି। ସେମାନଙ୍କୁ ନ୍ୟାୟ ନ ଦେଇ ନିର୍ବାଚନ କରିବା ଉଚିତ ନୁହେଁ। କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଉ ୩ ମାସ ନିର୍ବାଚନ ଘୁଞ୍ଚାଇ ଦେବାକୁ କଂଗ୍ରେସ ଦାବି କରିଛି। ହେଲେ ଏହାକୁ କମିଶନର ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି। ବିଜେଡି ବରିଷ୍ଠ ନେତା ଅମର ପଟ୍ଟନାୟକ କହିଛନ୍ତି, ଲୋକମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ। କୋଭିଡ୍‌ ନିୟମ ଅନୁସାରେ ନିର୍ବାଚନ କରିବାକୁ କମିଶନଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି।
ବୈଠକରେ କଂଗ୍ରେସରୁ ଗଣେଶ୍ୱର ବେହେରା ଓ ଶିବାନନ୍ଦ ରାୟ ଯୋଗ ଦେଇଥିବା ବେଳେ ଭାଜପାରୁ ମୋହନ ଚରଣ ମାଝି, ବିଜେଡିରୁ ଅମର ପଟ୍ଟନାୟକ, ସିପିଆଇରୁ ରମେଶ ଚନ୍ଦ୍ର ପାଢ଼ୀ, ସିପିଆଇଏମ୍‌ରୁ ଦୁଷ୍ମନ୍ତ କୁମାର ପାଢ଼ୀ, ସମତା କ୍ରାନ୍ତି ଦଳରୁ ପ୍ରଭାସ ସାମନ୍ତରାୟ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ରାମଚନ୍ଦ୍ର ହଁାସଦା, ଏନ୍‌ବିଏନ୍‌ଏସ୍‌ପିରୁ ଜଳଧର ନାୟକ, କଳିଙ୍ଗ ସେନାରୁ ହେମନ୍ତ ରଥ, ଆମ୍‌ ଆଦ୍‌ମୀ ପାର୍ଟିରୁ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?