ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ

ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ କେହି ନିଜ ବାଡ଼ିରୁ ମଧ୍ୟ ଏହି ଗଛ କାଟି ପାରିବେ ନାହିଁ। ଏହା ବ୍ୟତୀତ ଏହି ବର୍ଷ ୭ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଇବା ପାଇଁ ଘୋଷଣା କରାଯାଇଛି। ଏହା ପୂର୍ବରୁ ୨୦୧୮ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ‘ମିଶନ ତାଳଗଛ’ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବା।
ବାସ୍ତବରେ ବଜ୍ରପାତ ହେଉଛି ଓଡ଼ିଶା ପାଇଁ ଏବଂ ବଡ଼ ପ୍ରାକୃତିକ ବିପତ୍ତି। ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏହା ଯୋଗୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଓଡ଼ିଶାରେ ବର୍ଷକୁ ହରାହାରି ୩୦୦ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟୁଛି। ୨୦୧୮-୧୯ରୁ ୨୦୨୨-୨୩ମସିହା ମଧ୍ୟରେ ରାଜ୍ୟରେ ୨୦୫୮ ଜଣ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଅଧିକାଂଶ ମୃତ୍ୟୁ ଖୋଲା ଜାଗାରେ ହୋଇଛି। ବିଶେଷଭାବେ ଗଁା ଗହଳିରେ କୃଷକମାନେ କ୍ଷେତରେ ଚାଷ କରୁଥିବା ବେଳେ, ଗାଈଆଳ ଗାଈ ଚରାଉଥିବା ବେଳେ କିମ୍ବା ଲୋକେ ମାଛ ଧରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥାଆନ୍ତି।
ତାଳଗଛ କିପରି ବଜ୍ରପାତରୁ ରକ୍ଷା କରେ ଜାଣିବା ପୂର୍ବରୁ ବଜ୍ରପାତ କିପରି ହେଉଛି ଜାଣିବା। ଭୂପୃଷ୍ଠରୁ ଉଷ୍ମବାୟୁ ବାୟୁମଣ୍ଡଳକୁ ଉଠିବା ପରେ ସେଠରେ ଘନୀଭୂତ ହୋଇ ଛୋଟ ଜଳକଣା ଗଠନ କରେ। କ୍ରମେ ଏହାର ଆକାର ବୃଦ୍ଧି ହୋଇ ବରଫ ସ୍ଫଟିକ ଗଠିତ ହୁଏ। ସ୍ଫଟିକଗୁଡ଼ିକର ଓଜନ ଅଧିକ ହେଲେ ଏହା କୁଆପଥର ଭାବରେ ତଳକୁ ଖସିଥାଏ। କୁଆପଥରଗୁଡ଼ିକ ବାଦଲରେ ଯାଉଥିବା ବେଳେ ଧନାତ୍ମକ ଚାର୍ଜ ଥିବା ବରଫ ସ୍ଫଟିକ ସହିତ ଘଷି ହୋଇ ଋଣାତ୍ମକ ଚାର୍ଜ ହୋଇଥାଏ। ଏହିପରି ବାଦଲର ନିମ୍ନ ପାର୍ଶ୍ୱରେ ଋଣାତ୍ମକ ଓ ଉପର ପାର୍ଶ୍ୱରେ ଧନାତ୍ମକ ଚାର୍ଜ ରହେ। ଋଣାତ୍ମକ ଚାର୍ଜ ଭୂପୃଷ୍ଠର ଧନାତ୍ମକ ଚାର୍ଜ ଆଡ଼କୁ ଆକର୍ଷିତ ହୁଏ। ଏହା ଭୂପୃଷ୍ଠର ନିକଟତର ହେଲେ ଭୂପୃଷ୍ଠରୁ ଧନାତ୍ମକ ଚାର୍ଜ ଉପରକୁ ଉଠି ତାହା ସହିତ ମିଳିତ ହୁଏ। ଧନାତ୍ମକ ଚାର୍ଜ ଓ ଋଣାତ୍ମକ ଚାର୍ଜ ଏକାଠି ହେବା ଫଳରେ ବିସ୍ଫୋରଣ ଘଟେ, ଯାହା ବିଜୁଳି ବା ବଜ୍ରପାତ ଆକାରରେ ଦେଖାଦିଏ। ଏଥିରେ ତାପମାତ୍ରା ୩୦,୦୦୦ ଡିଗ୍ରୀ ସେଲ୍‌ସିୟମ ପର୍ଯ୍ୟନ୍ତ ସୃଷ୍ଟି ହୋଇଥାଏ। ବିଜୁଳି ଭୂପୃଷ୍ଠ ଆଡ଼କୁ ଅତ୍ୟଧିକ ବେଗରେ ଆସିଥାଏ ଏବଂ ଗନ୍ତବ୍ୟ ପଥରେ ବାୟୁ ପ୍ରସାରିତ ହୋଇଥାଏ। କିନ୍ତୁ ବିଜୁଳି ଅତି କମ୍‌ ସମୟ ନେଇଥାଏ ଏବଂ ଏହା ପରେ ବାୟୁ ପୁନଶ୍ଚ ସଙ୍କୁଚିତ ହୁଏ। ବାୟୁର ଏହି ପ୍ରସାରଣ, ତାପନ ଓ ସଙ୍କୋଚନ ଯୋଗୁ ଘଡ଼ଘଡ଼ି ସୃଷ୍ଟି ହୋଇଥାଏ। ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି ହୋଇଥିଲେ ସୁଦ୍ଧା ଆମେ ବିଜୁଳିକୁ ପ୍ରଥମେ ଦେଖୁ ଓ କିଛି ସମୟ ପରେ ଘଡ଼ଘଡ଼ିକୁ ଶୁଣୁ। କାରଣ ବିଜୁଳି ଆଲୋକ ବେଗରେ ଗତି କରିଥାଏ ଏବଂ ଆଲୋକର ବେଗ ହେଉଛି ଶବ୍ଦର ବେଗଠାରୁ ଅନେକ ଗୁଣ ଅଧିକ। ଆକଳନ କରାଯାଉଛି ଯେ, ଭୂପୃଷ୍ଠରେ ପ୍ରତି ସେକେଣ୍ଡରେ ପ୍ରାୟ ୪୪ଥର ବଜ୍ରପାତ ହୋଇଥାଏ ଏବଂ ବର୍ଷକୁ ଏହାର ସଂଖ୍ୟା ହେଉଛି ପ୍ରାୟ ୧୪୦ କୋଟି।
ବର୍ତ୍ତମାନ ଦେଖିବା, ତାଳଗଛ କିପରି ଲୋକମାନଙ୍କୁ ବଜ୍ରପାତରୁ ରକ୍ଷା କରିଥାଏ। ବାସ୍ତବରେ ବିଜୁଳି ହେଉଛି ଆମେ ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଭଳି। ମାତ୍ର ଏହାର ଭୋଲଟେଜ ହେଉଛି ବହୁତ ବେଶି, ପ୍ରାୟ ଦଶ ଲକ୍ଷ ଭୋଲ୍‌ଟ। ଆମ ଘର ବିଦ୍ୟୁତ୍‌ ହେଉଛି ୨୩୦ ଭୋଲ୍‌ଟ। ଏଣୁ ବିଜୁଳି ଆଘାତରେ ବୃକ୍ଷ ଓ ପ୍ରାଣୀ ସଙ୍ଗେ ସଙ୍ଗେ ଜଳିଯାଆନ୍ତି। ବଡ଼ ବଡ଼ ଅଟ୍ଟାଳିକା, ମନ୍ଦିର ଆଦିରେ ତଡିତ୍‌ ରକ୍ଷକ(ଲାଇଟନିଂ ଆରେଷ୍ଟର) ଲାଗିଥାଏ। ଅଟ୍ଟାଳିକା ଅଗ୍ରଭାଗରେ ଗୋଟିଏ ମୁନିଆ ଲୁହା ଛଡ଼ ପୋତାଯାଇଥାଏ ଓ ସେଥିରେ ଗୋଟିଏ ତମ୍ବା ତାର ଲଗାଯାଇଥାଏ। ତାରକୁ ଭୂଇଁରେ ପୋତି ଦିଆଯାଏ। ବଜ୍ରପାତ ଭୂପୃଷ୍ଠ ଆଡ଼କୁ ଆସିବା ବେଳେ ପ୍ରଥମେ ତଡିତ୍‌ ରକ୍ଷକ ପାଖରେ ପହଞ୍ଚତ୍ଥାଏ ଏବଂ ତାହା ବିଦ୍ୟୁତ୍‌କୁ ଭୂପୃଷ୍ଠକୁ ନେଇଯାଏ। ଫଳରେ ଆଖପାଖରେ ଥିବା ଘର କିମ୍ବା ଲୋକମାନଙ୍କର କୌଣସି କ୍ଷତି ହୁଏ ନାହିଁ।
ତାଳଗଛ ସେହିଭଳି ଗୋଟିଏ ତଡିତ୍‌ ରକ୍ଷକର କାର୍ଯ୍ୟ କରେ। ଏହା ଆଖପାଖ ଅଞ୍ଚଳର ସବୁଠାରୁ ଉଚ୍ଚ ହୋଇଥିବାରୁ (ତାଳଗଛ ପ୍ରାୟ ୧୦୦ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ)ଏହା ପାଖରେ ବଜ୍ରପାତ ପ୍ରଥମେ ପହଞ୍ଚତ୍ ଥାଏ। ଏହି ଗଛର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ଏହାର ଗଣ୍ଡିରେ ଅଧିକ ଜଳ ଅଂଶ ଥାଏ, ଯାହା ଫଳରେ ଏହାର ବିଦ୍ୟୁତ୍‌ ପ୍ରତିରୋଧ କ୍ଷମତା କମ୍‌ ହୋଇଥାଏ ଏବଂ ଫଳରେ ବିଜୁଳି ସହଜରେ ଭୂଇଁକୁ ଚାଲିଯାଏ। ଯଦ୍ଦ୍ବାରା ଏହାର ଆଖପାଖରେ ଥିବା ପ୍ରାଣୀ ଓ ଅନ୍ୟ ଗଛଗୁଡ଼ିକ ଆଘାତ ପାଇ ନ ଥାନ୍ତି। ଏହାର ଅର୍ଥ ନୁହେଁ ଯେ, ବଜ୍ରପାତ ସମୟରେ ତାଳଗଛ ମୂଳକୁ ଚାଲିଗଲେ ସେଥିରୁ ରକ୍ଷା ମିଳିବ। ଏହା ଆଦୌ ଠିକ୍‌ ନୁହେଁ। ବରଂ ଏହା ଅଧିକ ସାଂଘାତିକ ହୋଇଥାଏ। ଅନେକ ବଜ୍ରପାତରେ ତାଳଗଛ ମଧ୍ୟ ଜଳିଯାଏ। ନିଜେ ଜଳି ଏହା ଅନ୍ୟମାନଙ୍କୁ ରକ୍ଷା କରିଥାଏ। ଏଣୁ ବଜ୍ରପାତ ସମୟରେ ତାଳଗଛ କିମ୍ବା ଅନ୍ୟ ଯେ କୌଣସି ଉଚ୍ଚ ଗଛ ମୂଳକୁ ଯିବା ଉଚିତ ନୁହେଁ।
ବଜ୍ରପାତରୁ ରକ୍ଷା କରିବା ସହିତ ତାଳଗଛର ଆହୁରି ଅନେକ ଉପାଦେୟତା ଅଛି। ଏହାର ଫଳ ହେଉଛି ସୁସ୍ବାଦୁ। ଏହାର କାଣ୍ଡ ଜାଳେଣି ଭାବେ ବ୍ୟବହୃତ ହୁଏ ଏବଂ ଏହାର ପତ୍ରରୁ ଟୋକେଇ, ଚାଙ୍ଗୁଡି, ମସିଣା ଆଦି ପ୍ରସ୍ତୁତ କରାଯାଏ। ହାତୀମାନେ ମଧ୍ୟ ଏହାର ଫଳ ଖାଇଥାଆନ୍ତି। ଏହା ମଧ୍ୟ ଉପକୂଳ ଅଞ୍ଚଳକୁ ବନ୍ୟା ଓ ବାତ୍ୟାରୁ ରକ୍ଷା କରିଥାଏ। ଏହାର ମୂଳ ମୃତ୍ତିକା କ୍ଷୟକୁ ରୋକିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ କିଛି ବର୍ଷ ଧରି ବଜ୍ରପାତ ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ବହୁଳ ପରିମାଣରେ ତାଳଗଛ ଲଗାଇବା ଜରୁରୀ ହୋଇଛି। ତାଳଗଛ ଲଗାଇବା ପରେ ଏହା ବଡ଼ ହୋଇ ବଜ୍ରପାତରୁ ରକ୍ଷା କରିବା ଅବସ୍ଥାକୁ ଆସିବା ପାଇଁ ୨୦ ବର୍ଷ ଲାଗିଥାଏ। ଏଣୁ ଗଛ ଲଗାଇବା ପରେ ଏହାକୁ ଯନତ୍ ସହକାରେ ବଢ଼ାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ।
ଲକ୍ଷ୍ମୀବିହାର ଫେଜ-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?