ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ

ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ ନିଜର, କିଏ ବାହାର ବା ପର ଲୋକ ଏବଂ କିଏ ମୋର ଓ କିଏ ପର, ତାହା କିପରି ଆମେ ସ୍ଥିର କରିବା? ଜଣେ ବୀର ଭାବରେ ଅର୍ଜୁନ ଲୋକଙ୍କୁ ହତ୍ୟା କରିବାରେ କୌଣସିି ଅସୁବିଧା ନାହିଁ । କିନ୍ତୁ ପରିବାର ସଦସ୍ୟଙ୍କୁ ହତ୍ୟା କରିବାରେ ତାଙ୍କର ସମସ୍ୟା ରହିଛି। ପରିବାର କାହାକୁ ନେଇ ଗଠିତ ଏବଂ କିପରି ଏହା ନୀତି ନିର୍ଦ୍ଧାରଣକୁ ପ୍ରଭାବିତକରେ ତାହା ବିଶ୍ଳେଷଣକରି ଅର୍ଜୁନଙ୍କ ସମସ୍ୟା ଦୂରକରିବାରେ କୃଷ୍ଣ ସାହାଯ୍ୟ କରିଛନ୍ତି। ମହାଭାରତ ସମୟରେ ଏହା ଯେଭଳି ଘଟିଥିଲା ଏବେ ବି ପାରିବାରିକ ବ୍ୟାପାରରେ ଏହା ଗୁରୁତ୍ୱପୂର୍ଣ୍ଣ ମନେହୁଏ।
ଅନେକ ଲୋକ ଘୋଷଣା କରନ୍ତି ଯେ,ହିଂସା କିମ୍ବା ଅହିଂସା, କର୍ତ୍ତବ୍ୟ କିମ୍ବା ଜାତି ସହ ଭଗବଦ୍‌ ଗୀତାର କୌଣସି ସମ୍ପର୍କ ନାହିଁ। ଅର୍ଜୁନ କେବଳ ପରିବାର ସଦସ୍ୟଙ୍କୁ ହତ୍ୟାକରିବା ଉଚିତ କି ଅନୁଚିତ ସେ ବିଷୟରେ ଚିନ୍ତା କରୁଛନ୍ତି, ଯେହେତୁ ସାମାଜିକ ନିୟମ ଅନୁଯାୟୀ ଜଣେ ଗୋଟିଏ ପରିବାରର ସୁରକ୍ଷା କରିବା କଥା। ମଧ୍ୟଭାଗରେ ଭଗବଦ୍‌ ଗୀତା ‘ମୋର’ ଅର୍ଥାତ୍‌ ମୋ ପରିବାର, ଆତ୍ମୀୟ ଓ ମୋ ସମ୍ପତ୍ତି ପଛରେ ଥିବା ଅର୍ଥ ଏବଂ ମହତ୍ତ୍ୱକୁ ଖୋଲିବାକୁ ଚେଷ୍ଟା କରିଛି। ଗୀତାର ଠିକ୍‌ ପ୍ରାରମ୍ଭରେ ଧୃତରାଷ୍ଟ୍ର ପଚାରିଛନ୍ତି, ‘ଯୁଦ୍ଧକ୍ଷେତ୍ରରେ ମୋ ପୁଅ ଏବଂ ପାଣ୍ଡୁ ପୁଅଙ୍କ ମଧ୍ୟରେ କ’ଣ ଘଟୁଛି?’ ସେ ପାଣ୍ଡୁଙ୍କ ସନ୍ତାନମାନଙ୍କୁ ତାଙ୍କ ପୁତୁରା ବୋଲି କହିନାହାନ୍ତି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଧୃତରାଷ୍ଟ୍ର ସେମାନଙ୍କୁ ବାହାର ଲୋକ ଭାବିଛନ୍ତି। କିନ୍ତୁ ଯେତେବେଳେ ଅର୍ଜୁନ ନିଜ ମନକଥା ପ୍ରକାଶ କରୁଛନ୍ତି ସେତେବେଳେ ତାଙ୍କର ଦ୍ୱନ୍ଦ୍ୱ ଆସିଛି। କାରଣ ସେ ଯୁଦ୍ଧକ୍ଷେତ୍ରର ଉଭୟ ପାର୍ଶ୍ୱରେ କେବଳ ନିଜ ପରିବାର ଲୋକଙ୍କୁ ଦେଖୁଛନ୍ତି। ଏଠାରେ କେହି ବାହାର ଲୋକ ନାହାନ୍ତି। ତା’ପରେ ଭଗବଦ୍‌ ଗୀତାର ମଧ୍ୟଭାଗରେ ଶ୍ରୀକୃଷ୍ଣ ତାଙ୍କ ବିଶ୍ୱରୂପ ଧାରଣ କରିଛନ୍ତି ଓ ସମସ୍ତେ କିପରି ତାଙ୍କ ଭିତରେ ଅଛନ୍ତି ତାହା ଦେଖାଇଦେଇଛନ୍ତି। ତେଣୁ ଭଗବାନ୍‌ଙ୍କ ପାଇଁ କେହି ବାହାର ଲୋକ ନୁହନ୍ତି। ତଥାପି ଈଶ୍ବର ସ୍ଥିର କରିବାକୁ ପଡ଼ିବ କିଏ ଜିତିବ ଏବଂ କିଏ ହାରିବ। କୃଷ୍ଣଙ୍କୁ ଏକ ବିତର୍କ କିମ୍ବା ଯୁଦ୍ଧରେ ସମର୍ଥନ କରିବାକୁ ପଡ଼ିଛି। ସେ ଯେଉଁମାନଙ୍କୁୁ ସମର୍ଥନ କରିଛନ୍ତି ସେମାନେ ହେଉଛନ୍ତି ତାଙ୍କ ପରିବାରର । ସେ ଯାହାଙ୍କୁ ବିରୋଧ କରନ୍ତି ସେମାନେ ମଧ୍ୟ ତାଙ୍କ ପରିବାରର। ଐଶ୍ୱରୀୟ ଜଗତରେ ବିଶ୍ୱସ୍ତତାର ଏକ ଭିନ୍ନ ଅର୍ଥ ଅଛି। ଅର୍ଜୁନ ଏବଂ ଧୃତରାଷ୍ଟ୍ରଙ୍କ ତୁଳନାରେ କୃଷ୍ଣଙ୍କ ଦୃଷ୍ଟିକୋଣ ବାସ୍ତବରେ ବ୍ୟାପକ।
ତେବେ କିଏ ପରିବାରର ଏବଂ କିଏ ବାହାର ଲୋକ, ତାହା ଆମେ କିପରି ସ୍ଥିର କରିବୁ ଏବଂ ଏହି ପ୍ରଶ୍ନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି କ୍ଷେତ୍ରରେ ଉତ୍ତରାଧିକାରୀ ବିଷୟ ସାମ୍ନାକୁ ଆସେ। ଯେଉଁମାନଙ୍କୁ ନିଜର ବୋଲି ବିବେଚନାକରୁ ସେମାନଙ୍କୁ ଆମେ ଆମ ସମ୍ପତ୍ତିର ଉତ୍ତରାଧିକାରୀ କରିଥାଉ। ମୃତ୍ୟୁକୁ ହରାଇବା ପାଇଁ ଏହା ଏକ ଚତୁର ସାଂସ୍କୃତିକ ଉଦ୍ଭାବନ କହିଲେ ଭୁଲ୍‌ ହେବ ନାହିଁ। ଆମ ସମ୍ପତ୍ତି ସହିତ ଆମେ ସବୁବେଳେ ନିଜକୁ ପରିଚିତ କରୁ। ଆମେ ମରିବା, କିନ୍ତୁ ଆମ ସମ୍ପତ୍ତି ମରିବ ନାହିଁ। ନିଜକୁ ଅମରତ୍ୱର ଭ୍ରାନ୍ତ ଧାରଣା ମଧ୍ୟରେ ରଖୁ। ସେଥିଯୋଗୁ ଆମ ସମ୍ପତ୍ତିକୁ ସେହିମାନଙ୍କୁ ଦେଇଥାଉ ଯାହାକୁ ଆମେ ନିଜ ଉତ୍ତରାଧିକାରୀ, ପରିବାର ସଦସ୍ୟ, ଓ ଆମ ସମ୍ପର୍କୀୟ ବୋଲି ବିବେଚନାକରୁ। ତେଣୁ ମହାଭାରତ ନିରନ୍ତର ଭାବେ ଉତ୍ତରାଧିକାର ପ୍ରସଙ୍ଗ ସହ ଜଡ଼ିତ ରହିଛି।
ଭଗବଦ୍‌ ଗୀତା ମହାଭାରତର ଏକ ଅଂଶ। ଏହା ବାରମ୍ବାର ଦର୍ଶାଏ ଯେ ପରିବାରର ନିଜ ଲୋକ କିଏ ଓ ତାହା ସ୍ଥିର କରିବା କେତେ କଷ୍ଟକର। କାରଣ ଯେଉଁମାନେ ନିଜକୁ କୁରୁବଂଶଜ ବୋଲି କହନ୍ତି ସେମାନଙ୍କୁ ନେଇ ସମ୍ପୂର୍ଣ୍ଣ ଯୁଦ୍ଧ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ କେହି ବି କୁରୁବଂଶର ରକ୍ତ ସମ୍ପର୍କୀୟ ନୁହନ୍ତି। ଏହି ରକ୍ତ ସମ୍ପର୍କ ପିତାମହ ଭୀଷ୍ମଙ୍କଠାରେ ଶେଷ ହୋଇଥିଲା, ଯିଏ ବ୍ରହ୍ମଚାରୀ ରହିବାକୁ ପ୍ରତିଜ୍ଞା କରିଥିଲେ। ଏଣୁ ସେମାନଙ୍କ ପିତାମାନଙ୍କ ପିତା ଥିଲେ ବ୍ୟାସ ଋଷି ଓ ମାତା ଥିଲେ ଶେଷ କୁରୁରାଜାଙ୍କ ବିଧବାମାନେ। ତେଣୁ ସେମାନେ ନିୟମ ଅନୁଯାୟୀ ମୂଳ କୁରୁବଂଶର ରକ୍ତ ସମ୍ପର୍କୀୟ ନୁହନ୍ତି। ମାତାମାନେ କୁରୁବଂଶର ହୋଇଥିବାରୁ ପାଣ୍ଡୁ ଓ ଧୃତରାଷ୍ଟ୍ର ଏବଂ ସେମାନଙ୍କର ପିଲାମାନଙ୍କୁ କୁରୁବଂଶଜ ଭାବେ ପରିଚିତ ଥିଲେ। ବାସ୍ତବରେ କିଏ କାହାର ଭାଇ ହେବ ତାହାକୁ ନେଇ କାହାଣୀଟି ବାରମ୍ବାର ଜଟିଳତାକୁ ଦର୍ଶାଏ । ଏହା ଜଣେ ସାଧାରଣ ପିତା କିମ୍ବା ମାତା ଥାଇ ନିର୍ଦ୍ଧାରିତ କରାଯାଇଛି କିି? ନକୁଳ ଏବଂ ସହଦେବ ଗୋଟିଏ ମାଆର ହୋଇଥିବାବେଳେ ଅନ୍ୟ ୩ ପାଣ୍ଡବଙ୍କ ମାଆ ଆଉ ଜଣେ। ସମସ୍ତଙ୍କର ପିତା ଅଲଗା, କିନ୍ତୁ ପାଣ୍ଡୁ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ତେବେ ଯେଉଁ ବ୍ୟକ୍ତିଙ୍କୁ ସେମାନେ ବାହାର ଲୋକ ବୋଲି ଭାବନ୍ତି ସେ ହେଉଛନ୍ତି କର୍ଣ୍ଣ। ସେମାନଙ୍କ ନିଜ ଭାଇ ଭାବେ କର୍ଣ୍ଣ ସାମ୍ନାକୁ ଆସିଛନ୍ତି, କାରଣ ସେ କୁନ୍ତୀଙ୍କଠାରୁ ଜନ୍ମ ହୋଇଥିଲେ ।
ତେଣୁ ମହାଭାରତ ଏବଂ ଭଗବଦ୍‌ ଗୀତା ନିଜ ତଥା ପର ଲୋକ, ଉତ୍ତରାଧିକାରୀ ଏବଂ ଅସ୍ବୀକାର ବା ବହିଷ୍କାର ବିଷୟରେ ପ୍ରଶ୍ନ ଉଠାଇଛନ୍ତି, ଯାହା ଆଜି ମଧ୍ୟ ଆମକୁ ଅସୁବିଧାରେ ପକାଉଛି, ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଅନେକ ସମୟରେ କେବଳ ରକ୍ତ ସମ୍ପର୍କ ଯୋଗୁ ପ୍ରତିଭା ନ ଥିବା ପିଲାମାନଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କରାଯାଇଥାଏ। ସେ କ୍ଷେତ୍ରରେ ପ୍ରକୃତ ଦକ୍ଷ ବ୍ୟକ୍ତିମାନେ ସେବା ପାଇଁ ଅର୍ଥ ନେଉଥିବାରୁ ସେମାନଙ୍କୁ ବାହାର ବ୍ୟକ୍ତି ଭାବେ ବିବେଚନା କରାଯାଏ । ଝିଇମାନେ ବର୍ତ୍ତମାନ ଦାବି କରୁଛନ୍ତି ଯେ ସେମାନେ ବାହାର ବା ପର ଲୋକ ନୁହନ୍ତି , ସେମାନଙ୍କୁ ପରିବାରର ଲୋକ ଭାବେ ଗ୍ରହଣ କରାଯାଉ ବୋଲି ଦାବି କରୁଛନ୍ତି। ସରକାର ତାଙ୍କ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା କିଏ ପରିବାରର ଓ କିଏ ବାହାରର ତାହା ସ୍ଥିର କରୁଛନ୍ତି।
କିଏ ଆଇନତଃ ପୁଅ ଏବଂ କିଏ ନୁହେଁ, ତାହା ସ୍ଥିର କରିବାରେ ଧର୍ମୀୟ ଆଇନ ସହ ଦେଶ ତଥା ସରକାର ସଂଘର୍ଷ କରୁଛି। ସମଲିଙ୍ଗୀ ବିବାହ ହୋଇପାରିବ କି ନାହିଁ ତାହା ଦେଶ ସ୍ଥିର କରେ। ଭାରତ ସରକାରଙ୍କ ପାଇଁ, ବିଚାରପତିଙ୍କ ଅନୁଯାୟୀ, ସମଲିଙ୍ଗୀ ପୁରୁଷଙ୍କ ଦୀର୍ଘମିଆଦୀ ପାର୍ଟନର ବା ଜୀବନସାଥୀ ବାହାର ଲୋକ ଭାବେ ରହିଆସିଥିବାରୁ ପୁରୁଷଙ୍କୁ ନିଜ ଲୋକ ହୋଇ ରହିବାକୁ ପରିବାର ଅସ୍ବୀକର କରେ , କାରଣ ସରକାର ସମଲିଙ୍ଗୀ ବିବାହକୁ ସ୍ବୀକୃତିଦେବାକୁ ମନା କରିଦେଇଛନ୍ତି। ସ୍ପଷ୍ଟତଃ, ତାହା ହିଁ ଭାରତୀୟ ସଂସ୍କୃତି କହେ। ଯେଉଁମାନେ ଏହି ଆଭିମୁଖ୍ୟକୁ ସମର୍ଥନ କରନ୍ତି ସେମାନେ ଭଗବଦ୍‌ ଗୀତା ଏବଂ ମହାଭାରତ ପଢ଼ିିବା ଆବଶ୍ୟକ। ପରିବାର ହେଉଛି ଏକ କୃତ୍ରିମ ସଂରଚନା, ପ୍ରାକୃତିକ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?