ରାଗିଲେ ‘ଦ କଶ୍ମୀର ଫାଇଲ୍ସ’ ଫେମ ପଲ୍ଲବି

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ୧୯୯୦ରେ ଯେଉଁଭଳି ଭାବେ କଶ୍ମୀର ପଣ୍ଡିତଙ୍କୁ ଜେନୋସାଇଡ କରାଯାଇଥିଲା ତାହା ଫିଲ୍ମରେ ଦର୍ଶାଯାଇଛି । ତେଣୁ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । କ୍ରିଟିକ୍ସଙ୍କ ମଧ୍ୟରେ ବି ଏହାର ଖୁବ୍ ଚର୍ଚ୍ଚା ହେଉଛି । ଏବେ ପର୍ଯ୍ୟନ୍ତ ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଏମିତିକି ରାଜନେତାମାନେ ବି ସେମାନଙ୍କ ମତ ଦେବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ଏହି କ୍ରମରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ତାଙ୍କ ଶାସନ କାଳ ସମୟରେ କୌଣସି ମୁସଲମାନଙ୍କୁ ହତ୍ୟା କରାଯାଇ ନାହିଁ । ଯଦି ଏ ସମ୍ପର୍କରେ କୌଣସି ପ୍ରମାଣ ମିଳେ ତେବେ ସେ ଦେଶର ଯେକୌଣସି କୋଣରେ ଥିଲେ ବି ମୃତ୍ୟୁଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦ କଶ୍ମୀର ଫାଇଲ୍ସ ଫେମ ପଲ୍ଲବି ଯୋଶୀ । ସେ କହିଛନ୍ତି ପଲିଟିସିଆନ ବା ରାଜନେତାମାନଙ୍କୁ କିଭଳି ଜବାବ ଦିଆଯାଏ ତାହା ମୁଁ ଜାଣିନି । ହେଲେ ୭୦୦ ଶହ ଲୋକ କେବେ ଏକାଠି ମିଛ କହିବେ ନାହିଁ । ଆମେ ଫିଲ୍ମ ନିର୍ମାଣ ପୂର୍ବରୁ ସମସ୍ତ ପ୍ରକାର ରିସର୍ଚ୍ଚ କରିବା ସହ ଏହାର ଭିଡିଓ ଏଭିଡେନ୍ସ ବି ଆମ ପାଖରେ ରହିଛି ବୋଲି ସେ କହିଛନ୍ତି । ଏହାସହ ପଲ୍ଲବୀ ଆହୁରି ମଧ୍ୟ କହିଛନ୍ତି, ୧୯୯୦ରେ ଫାରୁକ ଅବଦୁଲ୍ଲାଙ୍କ ଶାସନ ସମୟରେ କଶ୍ମୀର ପଣ୍ଡିତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହେଲେ ଏହାର ଦୁଇ ଦିନ ପୂବରୁ ଫାରୁକ ଅବଦୁଲ୍ଲା ଇସ୍ତଫା ଦେବା ସହ ଲଣ୍ଡନ ଚାଲି ଯାଇଥିଲେ । ସେହି ସମୟରେ ସେଠାରେ କୌଣସି ଆଡମିନିଷ୍ଟ୍ରେଶନ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri