Posted inଜାତୀୟ

ଆଧାର ନମ୍ବର ଅପବ୍ୟବହାର କରୁଛନ୍ତି ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୧୯।୪: ପାକିସ୍ତାନୀ ଆତଙ୍କବାଦୀମାନେ ନିଜ ପରିଚୟ ଲୁଚାଇବାକୁ ଆଧାର ନମ୍ବରର ଅପବ୍ୟବହାର କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଜାଣିବାକୁ ପାଇଛି। ଏନେଇ ବାୟୋମେଟ୍ରିକ ପରିଚୟପତ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ଅନୁରୋଧ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ଦ୍ୱାରା ଅପବ୍ୟବହୃତ ଆଧାର କାର୍ଡ ପ୍ରସ୍ତୁତ ସମୟର ତଥ୍ୟ ଜାଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯିବ। ନିକଟରେ ଶ୍ରୀନଗରରରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେବା ପରେ ସେମାନେ ଆଧାର କାର୍ଡର ଅପବ୍ୟବହାର କରୁଥିବା ଜଣାପଡ଼ିଥିଲା। ଏନ୍‌କାଉଣ୍ଟର ସ୍ଥଳରୁ ଦୁଇଟି ଆଧାର କାର୍ଡ ମିଳିଥିଲା ଯେଉଁଥିରେ କଶ୍ମୀର ଠିକଣା ରହିଛି। କାର୍ଡର ନମ୍ବର ଅସଲି ହୋଇଥିବାବେଳେ ସେଥିରେ ଜାଲିଆତି କରି ଆତଙ୍କବାଦୀଙ୍କ ଫଟୋ ଛାପାଯାଇଥିଲା। ଉକ୍ତ ଆତଙ୍କବାଦୀ ମହମ୍ମଦ ଭାଇ ଓରଫ ଅବୁ କାସିମ ଏବଂ ଅବୁ ଅର୍ସଲାନ ଓରଫ ଖଲିଦ ଦୀର୍ଘଦିନ ହେଲା କଶ୍ମୀର ଉପତ୍ୟକାରେ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri