Posted inଜାତୀୟ

ଆଧାର ନମ୍ବର ଅପବ୍ୟବହାର କରୁଛନ୍ତି ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୧୯।୪: ପାକିସ୍ତାନୀ ଆତଙ୍କବାଦୀମାନେ ନିଜ ପରିଚୟ ଲୁଚାଇବାକୁ ଆଧାର ନମ୍ବରର ଅପବ୍ୟବହାର କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଜାଣିବାକୁ ପାଇଛି। ଏନେଇ ବାୟୋମେଟ୍ରିକ ପରିଚୟପତ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ପୋଲିସ ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ଅନୁରୋଧ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ଦ୍ୱାରା ଅପବ୍ୟବହୃତ ଆଧାର କାର୍ଡ ପ୍ରସ୍ତୁତ ସମୟର ତଥ୍ୟ ଜାଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯିବ। ନିକଟରେ ଶ୍ରୀନଗରରରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେବା ପରେ ସେମାନେ ଆଧାର କାର୍ଡର ଅପବ୍ୟବହାର କରୁଥିବା ଜଣାପଡ଼ିଥିଲା। ଏନ୍‌କାଉଣ୍ଟର ସ୍ଥଳରୁ ଦୁଇଟି ଆଧାର କାର୍ଡ ମିଳିଥିଲା ଯେଉଁଥିରେ କଶ୍ମୀର ଠିକଣା ରହିଛି। କାର୍ଡର ନମ୍ବର ଅସଲି ହୋଇଥିବାବେଳେ ସେଥିରେ ଜାଲିଆତି କରି ଆତଙ୍କବାଦୀଙ୍କ ଫଟୋ ଛାପାଯାଇଥିଲା। ଉକ୍ତ ଆତଙ୍କବାଦୀ ମହମ୍ମଦ ଭାଇ ଓରଫ ଅବୁ କାସିମ ଏବଂ ଅବୁ ଅର୍ସଲାନ ଓରଫ ଖଲିଦ ଦୀର୍ଘଦିନ ହେଲା କଶ୍ମୀର ଉପତ୍ୟକାରେ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ

ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍‌ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ...

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଦିଆଯିବ କଡା ଯବାବ: ସିଡିଏସ୍‌

ନୂଆଦିଲ୍ଲୀ,୧୮ ।୧୨: ଚାଇନା ଓ ପାକିସ୍ତାନ ସହ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ କହିଛନ୍ତି, ଭବିଷ୍ୟତରେ...

ଜାମିନ ମିଳିବା ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୋମବାର ତାଙ୍କୁ ଜାମିନ ମିଳିଛି। ସୁରଟ କୋର୍ଟରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୨୩।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନ୍‌ସିଆର୍‌ ଭୟରେ ୬ ଜଣଙ୍କ ମୃତ୍ୟୁ...

ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ...

ଜେଲରେ ହଙ୍ଗର ଷ୍ଟ୍ରାଇକରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ

ନୂଆଦିଲ୍ଲୀ,୨୩ ।୭: ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲିକ ଜେଲ ଭିତରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ।...

ଭାଜପା ବିଧାୟକ ଗିରଫ

ହାଇଦ୍ରାବାଦ,୨୩।୮: ତେଲେଙ୍ଗାନାର ଭାଜପା ବିଧାୟକ ଟି ରାଜା ସିଂ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି। ନିକଟରେ ଟି ରାଜା ସିଂ...

Advertisement
Archives

Model This Week