ମନ୍ତ୍ରୀଙ୍କ ସହିତ ୨ ବିଦେଶୀ ନାଗରିକଙ୍କ ଅପହରଣ କଲେ ପାକିସ୍ତାନୀ ଆତଙ୍କବାଦୀ…

ଇସଲାମାବାଦ,୮।୧୦ : ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପସ୍ତୁନଖ୍ବାକୁ ଗିଲଗିଟ-ବଲ୍ଟିସ୍ତାନ ସହ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ଜେଲରେ ଥିବା ସାଥୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସେମାନେ ଜଣେ ବରିଷ୍ଠ ମନ୍ତ୍ରୀ ବାଗ ହୁଞ୍ଜା ଏବଂ ସେଠାରେ ଫସି ରହିଥିବା ଦୁଇ ଜଣ ବିଦେଶୀ ନାଗରିକଙ୍କୁ ଅପହରଣ କରି ନେଇଛନ୍ତିା। ବାଗ ହୁଞ୍ଜା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଜଣେ ବିଧାୟକ। ଏଥିସହ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଅପହରଣକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚାଲିଛି।

ପାକିସ୍ତାନୀ ଗଣମାଧ୍ୟମ କହିଛି ଯେ ଜିବିର ବହୁ ଚର୍ଚ୍ଚିତ ଆତଙ୍କବାଦୀ କମାଣ୍ଡର ହବିବୁର ରହମାନ ଦଳର ଆତଙ୍କବାଦୀମାନେ ଡାଇମେରର ଚିଲାସର ଠାକ ଗାଁରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ହବିବୁର ରହମାନ ନଙ୍ଗା ପର୍ବତରେ ୧୦ ଜଣ ବିଦେଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ ଯେ ଯେଉଁ ଆତଙ୍କବାଦୀଙ୍କ ମୁକ୍ତି ଦାବି ହେଉଛି ସେମାନେ ବିଦେଶୀଙ୍କ ହତ୍ୟାରେ ସମ୍ପୃକ୍ତ ଅଛନ୍ତି।

ଏଥିସହିତ ସୋସିଆଲ ମିଡିଆରେ ଜିବିର ବରିଷ୍ଠ ମନ୍ତ୍ରୀ ଅବଦୁଲ୍ଲା ବୈଗଙ୍କ ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଡିଓରେ ଶୁଣିବାକୁ ମିଳୁଛି ଯେ ସେ ଇସଲାମାବାଦରୁ ଗିଲଗିଟ ଯାଉଛନ୍ତି। କିନ୍ତୁ ଆତଙ୍କବାଦୀମାନେ ସେମାନଙ୍କ ସହଯୋଗୀଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରି ରାଜରାସ୍ତାକୁ ଅବରୋଧ କରିଥିଲେ। ତେବେ କିଛି ସମୟ ପରେ ଯେତେବେଳେ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ତାଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଅପହରଣକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚାଲିଛି।

୨୦୧୩ ରେ, ଏହି ବନ୍ଧୁକଧାରୀମାନେ ଗିଲଗିଟ-ବଲ୍ଟିସ୍ତାନର ନଙ୍ଗା ପାର୍ବତକୁ ଯାଉଥିବା ପର୍ବତାରୋହୀଙ୍କୁ ଟାର୍ଗେଟ କରିଥିଲେ। ବନ୍ଧୁକଧାରୀମାନେ ଚାଇନା, ୟୁକ୍ରେନ ଏବଂ ରୁଷିଆର ନାଗରିକଙ୍କ ସମେତ ପାକିସ୍ତାନୀ ଗାଇଡଙ୍କୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?