Posted inଜାତୀୟ

ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…

ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ ଜୀବନ୍ତ କରୁଥିବା ଦେଖିବାକୁ ମିଳିବ। ଜାନୁଆରୀରେ ମଧ୍ୟ ରାମଲିଲା ଫିଲ୍ମର ଆୟୋଜନ କରାଯିବ। ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ସରଯୂ କୂଳରେ ଅବସ୍ଥିତ ରାମକଥା ପାର୍କରେ ରାମଲୀଳା ମଞ୍ଚସ୍ଥ ହେବ।

ରାମଲୀଳା କମିଟିର ଅଧ୍ୟକ୍ଷ ସୁଭାଷ ମଲିକ କହିଛନ୍ତି ପ୍ରଥମ ଥର ପାଇଁ ଚଳଚ୍ଚିତ୍ର କଳାକାରଙ୍କ ସହ ବିଦେଶୀ କଳାକାରମାନେ ମଧ୍ୟ ରାମଲୀଳାରେ ନଜର ଆସିବେ। ରୁଷିଆ, ମାଲେସିଆ, ଆମେରିକା, ଲଣ୍ଡନ, ଦୁବାଇ, ଇସ୍ରାଏଲ, ଆଫଗାନିସ୍ତାନ, ଜାପାନ, ଚାଇନା, ଜର୍ମାନୀ, ଆମେରିକା, ଥାଇଲାଣ୍ଡ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ପାକିସ୍ଥାନର କଳାକାରମାନେ ଅଯୋଧ୍ୟା ରାମଲୀଳାରେ ଅଭିନୟ କରିବେ।

ଏହା ପ୍ରଥମ ଥର ହେବ ଯେତେବେଳେ ଅନେକ ଦେଶର କଳାକାରମାନେ ଫିଲ୍ମ କଳାକାରଙ୍କ ସହ ରାମଲୀଳା ପରିବେଷଣ କରିବେ। ଏହା ପୁଣି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ହେବ। ସେନେଇ ଆଗ୍ରହର ଦହିତ ସଭିଏଁ ଅପେକ୍ଷା କରିଛନ୍ତି।

କମିଟିର ମହାସଚିବ ଶୁଭମ ମଲିକ କହିଛନ୍ତି ରାମଲୀଳାର ଉଦଘାଟନ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri