Posted inଜାତୀୟ

ପାକିସ୍ତାନ ଜିନ୍ଦାବାଦ ବରଦାସ୍ତ କରାଯିବ ନାହିଁ, କହିଲେ ଶିନ୍ଦେ…

ମୁମ୍ବାଇ, ୨୪।୯ : ପୁଣେର କଲେକ୍ଟର ଭବନରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନକୁ ନେଇ ମହାରାଷ୍ଟ୍ରର ରାଜନୀତିରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଭାଜପା ନେତାଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିନ୍ଦେ ଖୋଲାଖୋଲି ଭାବେ କହିଛନ୍ତି। ଶିବାଜୀଙ୍କ ମାଟିରେ ଏଭଳି ସ୍ଲୋଗାନକୁ ବରଦାସ୍ତ କରାଯିବ ନାହିଁ। ତେବେ ପ୍ରଶାସନ ଏଭଳି ସ୍ଲୋଗାନକୁ ଅସ୍ବୀକାର କରିଛି।

ସୂଚନାନୁସାରେ, ଗୁରୁବାର ଏନଆଇଏ ପିଏଫଆଇର ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହାକୁ ବିରୋଧ କରି ପିଏଫଆଇ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦର୍ଶାଯାଇଛି ଯେ ଶୁକ୍ରବାର ପୁଣେରେ ପିଏଫଆଇ ଦ୍ୱାରା ଆୟୋଜିତ ଏକ ବିକ୍ଷୋଭରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଥିଲା। ଯେଉଁଥିରେ ଭାଜପା ଏବଂ ମହାରାଷ୍ଟ୍ର ସରକାରଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶିନ୍ଦେ ଟୁଇଟ କରି କହିଛନ୍ତି, ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଉଥିବା ସାମାଜିକ କର୍ମୀଙ୍କ ଧାରାକୁ ବିରୋଧ କରିବା ପୁଣେରେ ଠିକ ନୁହେଁ। ପୋଲିସ ବ୍ୟବସ୍ଥା ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶିବାଜୀଙ୍କ ମାଟିରେ ଏଭଳି ସ୍ଲୋଗାନକୁ ବରଦାସ୍ତ କରାଯିବ ନାହିଁ।

ଅପରପକ୍ଷରେ, ଏହି ମାମଲା ଆସିବା ପରେ ଭାଜପା ନେତାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପୁଣେରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଭାଜପା ବିଧାୟକ ନୀତୀଶ ରାଣେ ଚେତାବନୀ ଦେଇଛନ୍ତି। ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି।

ଉଲ୍ଲେଖନୀୟ ଯେ, ପ୍ରଦର୍ଶନ ସମୟରେ ପୋଲିସ ପ୍ରାୟ ୪୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା। ପୁଣେ ପୋଲିସ କହିଛି ଯେ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଡେପୁଟି କମିଶନର ସାଗର ପାଟିଲ କହିଛନ୍ତି ଯେ ବେଆଇନ ସମାବେଶ ପାଇଁ ଆମେ ପିଏଫଆଇ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିସାରିଛୁ ଏବଂ ସ୍ଲୋଗାନ ଦେବା ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri