Posted inଖେଳ

ପାକିସ୍ତାନ ୫ ଉଇକେଟରେ ବିଜୟୀ

ଦୁବାଇ,୫ା୯ : ମହମ୍ମଦ ରିଜଓ୍ବାନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପାକିସ୍ତାନ ରବିବାର ଅନୁଷ୍ଠିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ମ୍ୟାଚରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିଥିବାବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରି ନେଇଥିଲା। ଶେଷ ୨ ଓଭରରୁ ବିଜୟ ପାଇଁ ପାକିସ୍ତାନକୁ ୨୬ ରନ ଆବଶ୍ୟକ ହେଉଥିଲା। ୧୯ତମ ଓଭରରେ ଭୁବନେଶ୍ୱର କୁମାର ୧୯ ରନ ଦେବାରୁ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା। ରିଜଓ୍ବାନ ୫୧ ବଲ୍‌ରୁ ସର୍ବାଧିକ ୭୧ (୬ ଚୌକା, ୨ ଛକା), ମହମ୍ମଦ ନଓ୍ବାଜ ୨୦ ବଲ୍‌ରୁ ୪୨ (୬ ଚୌକା, ୨ ଛକା) ରନକରି ପାକିସ୍ତାନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ହାରିଥିବା ପାକିସ୍ତାନ ଏଠାରେ ବିଜୟୀ ହେବା ସହ ପରାଜୟର ମଧୁର ପ୍ରତିଶୋଧ ନେଇଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଲୋକେଶ ରାହୁଲ (୨୮) ଓ ରୋହିତ ଶର୍ମା(୨୮) ଭଲ ଆରମ୍ଭ କରିଥିଲେ। ୫ ଓଭରରେ ଉଭୟ ଖେଳାଳି ୫୪ ରନ ଯୋଡିଥିଲେ। ପ୍ରଥମ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବା ନଶିମ ଶାହଙ୍କୁ ଉଭୟ ଆରମ୍ଭରୁ ଟାର୍ଗେଟ କରିଥିଲେ। ଫର୍ମକୁ ଫେରିଥିବା ବିରାଟ କୋହଲି ଗୋଟିଏ ପଟୁ ଦୃଢ ବ୍ୟାଟିଂ କରିଥିବା ବେଳେ ମଧ୍ୟକ୍ରମରେ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। କୋହଲି ନିଜ ଟି୨୦ କ୍ୟାରିୟରର ୩୩ ତମ ଅର୍ଦ୍ଧଶତକ ହାସଲ କରିବା ସହିତ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୪୪ ବଲ ଖେଳି ସେ ୪ ଚୌକା ଓ ୧ ଛକା ସହ ୬୦ ରନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୭/୧୮୧ (ବିରାଟ କୋହଲି-୬୦, ରୋହିତ ଶର୍ମା-୨୮, ଲୋକେଶ ରାହୁଲ-୨୮, ଶଦାବ ଖାନ୍‌-୨/୩୧, ମହମ୍ମଦ ନଓ୍ବାଜ-୧/୨୫)। ପାକିସ୍ତାନ ୧୯.୫ ଓଭରରେ ୧୮୨/୫ (ମହମ୍ମଦ ରିଜଓ୍ବାନ-୭୧, ମହମ୍ମଦ ନଓ୍ବାଜ-୪୨, ଭୁବନେଶ୍ୱର କୁମାର-୧/୪୦, ଅର୍ଶଦୀପ ସିଂ-୧/୨୭, ରବି ବିଷ୍ଣୋଇ-୧/୨୬, ହାର୍ଦ୍ଦିକ ପାଣ୍ଡ୍ୟା-୧/୪୪, ୟୁଜବେନ୍ଦ୍ର ଚହଲ-୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?