ପାକିସ୍ତାନକୁ ମିଳିବ ନୂଆ ସେନାମୁଖ୍ୟ

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ଶନିବାର କହିଛନ୍ତି ଯେ, ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ନୂଆ ସେନା ମୁଖ୍ୟ ନିଯୁକ୍ତ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ପରେ ନୂତନ ସରକାରଙ୍କ ଦ୍ୱାରା ଦେଶର ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତ କରିବାକୁ ଦାବି କରିବାର କିଛି ଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ନଓ୍ବାଜ ଶରିଫ୍‌ ଏହି ରାଜନୈତିକ ଦାୟିତ୍ୱକୁ ୪ ଥର ପୂରଣ କରିଛନ୍ତି ଏବଂ ଶେହବାଜ ଶରିଫ୍‌ ନଭେମ୍ବରରେ ଏହି ଦାୟିତ୍ୱ ପାଳନ କରିବେ। ସେ କହିଛନ୍ତି, ପାକିସ୍ତାନର ସମ୍ବିଧାନରେ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ନୀତି ଅତ୍ୟନ୍ତ ସ୍ପଷ୍ଟ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହାକୁ ଏକ ବିବାଦୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସେନା ମୁଖ୍ୟଙ୍କ ନିଯୁକ୍ତିକୁ ବିବାଦୀୟ କରିବାକୁ ଇମ୍ରାନ ଚାହୁଁଛନ୍ତି। ସେନା ମୁଖ୍ୟଙ୍କ ସମ୍ବିଧାନ ତଥା ଅନୁଷ୍ଠାନ ପ୍ରତି ବିଶ୍ୱସ୍ତତା ଉପରେ କୌଣସି ସନ୍ଦେହ ନାହିଁ। ରାଜନୀତି ଅଲଗା। ତଥାପ ଅନୁଷ୍ଠାନଗୁଡିକ ବିବାଦୀୟ ହେବା ଉଚିତ ନୁହେଁ। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାକ୍ଷାତକାରରେ କହିଥିଲେ, ସରକାର ଜଣେ ନୂତନ ସେନା ମୁଖ୍ୟ ନିଯୁକ୍ତ କରିବାରେ ଦକ୍ଷ ନୁହନ୍ତି ଏବଂ ଏହି ପ୍ରସଙ୍ଗ ପରବର୍ତ୍ତୀ ସରକାରଙ୍କୁ ଛାଡ଼ି ଦିଆଯିବା ଉଚିତ। ଇମ୍ରାନ ମଧ୍ୟ ଦେଶରେ ନୂତନ ନିର୍ବାଚନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଗାଦିସୁର ହୟାତ ହୋଟେଲରେ ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଆକ୍ରମଣ

ମୋଗାଦିସୁ,୨୦ ।୮: ସୋମାଲିଆର ମୋଗାଦିସୁରେ ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ବନ୍ଧୁକଧାରୀମାନେ ଏକ ହୋଟେଲ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ସୁରକ୍ଷା ଅଧିକାରୀ...

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ...

ହିଂସ୍ର ହେଉଛି ଇସ୍‌ଲାମୀୟ ଆନ୍ଦୋଳନ

ଇସ୍‌ଲାମାବାଦ/ଲାହୋର, ୧୫।୪: ଇସ୍‌ଲାମୀୟ ନେତାଙ୍କ ଗିରଫଦାରି ପ୍ରତିବାଦରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆନ୍ଦୋଳନ କ୍ରମଶଃ ହିଂସ୍ର ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପାକ୍‌ ସରକାର...

ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ...

ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କଲେ ପୁଟିନ୍‌

ମସ୍କୋ,୨୦।୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ପୁଟିନ୍‌ ମାଇନସ୍‌ ୨୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କରିଛନ୍ତି। ୬୮ ବର୍ଷ...

ଏହି ହୋଟେଲ୍‌ର ୫ମ ମହଲାକୁ ଯିବା ମନା: ଗଲେ ମିଳୁଛି ଛାତି ଥରିଗଲା ଭଳି ଦଣ୍ଡ

ଉତ୍ତର କୋରିଆକୁ ଏକ ରହସ୍ୟମୟ ଦେଶ ଭାବରେ ବେଶ୍‌ ଜଣାଶୁଣା। ସାଧାରଣତଃ ଅତିଥିମାନଙ୍କୁ ହୋଟେଲର କୌଣସି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ ଏଭଳି...

ରୁମ୍‌ ଭିତରକୁ ଶୋଇବାକୁ ଗଲେ ମହିଳା, ବେଡ୍‌ ତଳେ ଥିଲେ ୧୮ ସାପ; ଆଉ ତା’ ପରେ…

ଓ୍ବାଶିଂଟନ୍‌: ଭାବିଲେ ଆପଣ ରାତିରେ ସବୁ କାମ ସାରି ଶୋଇବାକୁ ବେଡ୍‌କୁ ଯିବେ। ଆଉ ବେଡ୍‌ ତଳେ ଦେଖିବେ ଗୋଟିଏ କି ଦୁଇଟି ନୁହେ, ଏକାବେଳକେ...

ଦେଖିବାକୁ ମିଳିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ବଚ୍ଛ ଛବି!

ମ୍ୟାଡ୍ରିଡ,୭।୯: ୟୁରୋପରେ ଥିବା ଏକ ଟେଲିସ୍କୋପ ସୂର୍ଯ୍ୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ସ୍ବଚ୍ଛ ଚବି ଉଠାଇବାରେ ସଫଳ ହୋଇଥିବା କୁହାଯାଉଛି। ସୂର୍ଯ୍ୟଙ୍କର ଉକ୍ତ ଛବିଟି...

Advertisement
Archives

Model This Week