ଭାରତ ସହ ଆଲୋଚନା ପାଇଁ ଚାହୁଁଛି ପାକିସ୍ତାନ, ଗଣମାଧ୍ୟମ-ବାଣିଜ୍ୟକୁ ଗୁରୁତ୍ୱ ଦେଲେ ପୂର୍ବତନ ସେନା ମୁଖ୍ୟ…

ଇସଲାମାବାଦ,୨୦।୨ : ଖରାପ ଅର୍ଥନୈତିକ ଅବସ୍ଥା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ଚାହୁଁଛି। ପାକିସ୍ତାନର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଭାରତ ସହ କଥା ହେବା ଆବଶ୍ୟକ। ୧୪ ତମ କରାଚି ସାହିତ୍ୟ ମହୋତ୍ସବର ଶେଷ ଦିନରେ ଅବସରପ୍ରାପ୍ତ ମେଜର ଜେନେରାଲ ଅତହର ଅବ୍ବାସ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ସମୟରେ ଇଣ୍ଟର ସର୍ଭିସ ଲୋକସମ୍ପର୍କ ବିଭାଗର ପୂର୍ବତନ ଡିଜି (ଆଇଏସଆରପି) କହିଛନ୍ତି ଯେ ଆଜିର ସମୟରେ ସଂଳାପ ହେଉଛି ଦେଶର ଆବଶ୍ୟକତା। ସଂଳାପକୁ ଆଗକୁ ନେବା କେବଳ ସରକାର କିମ୍ବା ସେନାର କାମ ନୁହେଁ। କାରଣ ଯଦି ତୁମେ ସେମାନଙ୍କ ଉପରେ ସମସ୍ତ ଦାୟିତ୍ୱ ଛାଡିଦିଅ, ତେବେ ମାମଲା ଆଗକୁ ବଢ଼ିବ ନାହିଁ। ଗଣମାଧ୍ୟମ, ବ୍ୟବସାୟ ଏବଂ ବାଣିଜ୍ୟ ମାଧ୍ୟମରେ ଏହା ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ଏହା ଭାରତୀୟ ସମାଜରେ କଥାବାର୍ତ୍ତା ପାଇଁ ଏକ ପରିବେଶ ସୃଷ୍ଟି କରିବ । ଯେଉଁଥିପାଇଁ ଆଲୋଚନା ପାଇଁ ପାକିସ୍ତାନ ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ିବ। ଏଥିସହ ଆମେରିକା ଏବଂ ୟୁରୋପୀୟ ୟୁନିଅନ ମଧ୍ୟ ଏଥିରେ ବାହ୍ୟ ଚାପ ସୃଷ୍ଟି କରିପାରିବେ।

ଅବ୍ବାସ କହିଛନ୍ତି ଯେ ଅତୀତରେ ଭାରତ ଏବଂ ପାକିସ୍ତାନ ପାଇଁ ଆଲୋଚନା ଆରମ୍ଭ କରିବାର ଅନେକ ସୁଯୋଗ ଥିଲା କିନ୍ତୁ ବିଫଳ ରହିଥିଲେ। ଏଥିରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବସ ଯୋଗେ ଲାହୋରକୁ ଆସିବା ଏବଂ ପରେ ପାକିସ୍ତାନର ପୂର୍ବତନ ଜେନେରାଲ ପରଭେଜ ମୁଶରଫ ଆଗ୍ରା ଯିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି। ପାକିସ୍ତାନରେ ରାଜନୈତିକ ଅସ୍ଥିର ପରିସ୍ଥିତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତୁମେ ନିଜ ମଧ୍ୟରେ ଯୁଦ୍ଧ କରୁଛ, ଏପରି ପରିବେଶରେ ଆଲୋଚନା ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?