Posted inଖେଳ

ଅଷ୍ଟ୍ରେଲିଆ ମୁହଁରୁ ବିଜୟ ଛଡାଇ ଆଣିଲା ପାକିସ୍ତାନ

କରାଚି,୧୬।୩: ଅସମ୍ଭବକୁ ସମ୍ଭବ କରି ଦେଖାଇଛି ପାକିସ୍ତାନ କ୍ରିକେଟ ଦଳ। ୧୭୨ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ପରାଜୟରୁ ବଞ୍ଚାଇ ଦେଇଛି। ଜିତିବା ପାଇଁ ପାକିସ୍ତାନକୁ ଅଷ୍ଟ୍ରେଲିଆ ୫୦୬ ରନ୍‌ର ଟାର୍ଗେଟ ଦେଇଥିଲା। ଏହା ଏକ ଏପରି ଲକ୍ଷ୍ୟ ଥିଲା,ଯାହାକି କ୍ରିକେଟ ଇତିହାସର ୧୪୫ ବର୍ଷରେ କୌଣସି ଦଳ ହାସଲ କରିପାରି ନାହଁାନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଜିତିବ ବୋଲି ଆଶା କରାଯାଉଥିଲା। ପାକିସ୍ତାନକୁ ଅଲଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ମଧ୍ୟ ୧୭୨ ଓଭର କରିଥିଲା। କିନ୍ତୁ ପାକିସ୍ତାନର ଅପରାଜିତ ବ୍ୟାଟିଂ ଅଷ୍ଟ୍ରେଲିଆର ମୁଖରୁ ପ୍ରାୟ ନିଶ୍ଚିତ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ପାକିସ୍ତାନ ଜିତି ପାରି ନାହିଁ। କିନ୍ତୁ ଦଳ ଏହି ମ୍ୟାଚ୍‌ ଡ୍ର’ ରଖିବା କୌଣସି ବିଜୟଠାରୁ କମ ନୁହେଁ।
ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଅଧିନାୟକ ବାବର ଆଜମ ୧୯୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଓପନର୍‌ ଅବଦୁଲ୍ଲା ଶଫିକଙ୍କ ସହ ୨୦୮ ରନର ସହଭାଗୀତା ସହିତ ବାବର ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଯେ ମ୍ୟାଚ ଡ୍ର ହୋଇପାରିବ। ଏହା ପରେ ପାକିସ୍ତାନର ଷ୍ଟାର ଉଇକେଟ କିପର ଉଇକେଟ କିପର ମହମ୍ମଦ ରିଜୱାନ ଏକ ଶତକ ହାସଲ କରି ଦଳକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ।
ପଞ୍ଚମ ତଥା ଶେଷ ଦିନର ଖେଳ ଶେଷ ହେବା ବେଳକୁ ପାକିସ୍ତାନ ୭ ଉଇକେଟ୍‌ ହରାଇ ୪୪୩ ରନ୍‌ ସ୍କୋର କରିଥିଲେ। ଚତୁର୍ଥ ଇନିଂସରେ ପାକିସ୍ତାନର ଏହି ସ୍କୋର ଦ୍ୱିତୀୟ ସର୍ବାଧିକ ସ୍କୋର ଅଟେ। ଏହି ସଫଳତା ଇଂଲଣ୍ଡ ନାମରେ ଅଛି। ୧୯୩୯ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଇନିଂସରେ ଇଂରାଜୀ ଦଳ ୬୫୪/୫ ସ୍କୋର କରିଥିଲା। ପାକିସ୍ତାନ-ଅଷ୍ଟ୍ରେଲିଆ ଭଳି ଏହି ମ୍ୟାଚ ମଧ୍ୟ ଡ୍ର ରହିଥିଲା।
ଚତୁର୍ଥ ଇନିଂସରେ ଭାରତୀୟ ଦଳର ସର୍ବାଧିକ ସ୍କୋର ହେଉଛି ୪୪୫ ରନ। ୧୯୭୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ଏହି ସ୍କୋର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?