Posted inଜାତୀୟ

ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୫।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲଗାତାର ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଶନିବାର ପୁଞ୍ଚ୍‌ ଜିଲାର ବାଲାକୋଟ ସେକ୍ଟରରେ ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ପାକିସ୍ତାନ ପୋଷ୍ଟରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ଥଣ୍ଡା ଏବଂ ତୁଷାରପାତର ସୁଯୋଗ ନେଇ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଲାଗି ଯୋଜନାବଦ୍ଧ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ସନ୍ଦେହ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର କୁପଓ୍ବାରା ଜିଲାର କେରାନ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଜ୍ୟବସ୍ତୁ ଜମା କଲେ ମିଳିବ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିନ୍‌ ପୁରସ୍କାର

ରୁଦ୍ରପ୍ରୟାଗ,୭।୭: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ସ୍ବଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ ମଙ୍ଗେଶ୍‌...

କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୬: ଅନ୍‌ଲକ୍‌-୧ ମଧ୍ୟରେ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଥମ ଥର...

ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ୩ମାସର ଝିଅ

ଚଣ୍ଡିଗଡ଼,୧୭।୧: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ଉରି ସେକ୍ଟରରେ ମୁତୟନ ହୋଇଥିବା ୪୫ରାଷ୍ଟ୍ରୀୟ ରାଇଫଲ ଗ୍ରେନେଡିୟର ରଣଜୀତ ସିଂହ ଶହୀଦ ହୋଇଛନ୍ତି। ନିକଟରେ ବରଫ ଝଡ଼ରେ ଚାପି...

ସିଡିଏସ୍‌ ବିପିନ ରାଓ୍ବତଙ୍କୁ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୧।୩: ଦେଶର ପ୍ରଥମ ସିଡିଏସ୍‌ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନରେ ଚଳିତ ବର୍ଷର ପଦ୍ମ...

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ...

ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ...

ଗୁଜରାଟର ୬୭ ବିଧାୟକଙ୍କୁ ଜୟପୁର ନେଲା କଂଗ୍ରେସ

ଅହମଦାବାଦ, ୧୭।୩: ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନିଜ ୬୭ ବିଧାୟକଙ୍କୁ ଜୟପୁର ନେଇଯାଇଛି। ୧୮୨ଆସନ ବିଶିଷ୍ଟ ରାଜ୍ୟ...

ମନ୍ଦିରରେ ପାଣି ପିଇବାରୁ ମୁସଲମାନ ନାବାଳକଙ୍କୁ ନିସ୍ତୁକ ମାଡ଼

ଗାଜିଆବାଦ୍‌,୧୪।୩ : ଉତ୍ତର ପ୍ରଦେଶର ଗାଜିଆବାଦର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ନାବାଳକଙ୍କୁ ମନ ଦେଇକି ଜଣେ...

Advertisement
Archives

Model This Week