Posted inTrending, ଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ପାକିସ୍ତାନ: ପୂର୍ବତନ ଅଧିନାୟକ କହିଲେ, ଏହା ଅସାଧାରଣ…

ନୂଆଦିଲ୍ଲୀ,୨୬।୧୧: ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂର ଚର୍ଚ୍ଚା ଏବେ କେବଳ ଭାରତରେ ସୀମିତ ନାହିଁ, ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ମାତ୍ର ୫୩ ବଲ୍‌ରେ ୨୦୪ ରନ୍‌ର ଐତିହାସିକ ପାଳି ଖେଳିଥିବା ୧୫ ବର୍ଷୀୟ ବୈଭବଙ୍କୁ ଏବେ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ।

ବୈଭବଙ୍କ ପ୍ରଦର୍ଶନକୁ ନେଇ ସଲମାନ ବଟ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱରେ କ୍ରିକେଟ ଖେଳାଯାଉଛି। କିନ୍ତୁ ଯେଉଁ ପିଚ୍‌ରେ ବୈଭବ ଯେଉଁ ଢଙ୍ଗରେ ବ୍ୟାଟିଂ କରୁଛନ୍ତି, ସେଭଳି ଖେଳୁଥିବା ଅନ୍ୟ କୌଣସି ଖେଳାଳି ନଜର ଆସୁନାହାନ୍ତି। ଭାରତ ଭଳି ଏକ ଶକ୍ତିଶାଳୀ ଦଳର ବ୍ୟାଟିଂ ଲାଇନଅପ ପୂର୍ବରୁ ହିଁ ବେଶ ମଜଭୁତ। ଯଦି ଏଭଳି ଦଳକୁ ବୈଭବଙ୍କ ଭଳି ଜଣେ ବ୍ୟାଟର୍‌ ମିଳିଯାଆନ୍ତି ଏବଂ ସେ ପ୍ରଥମ ୬ରୁ ୭ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଯାଆନ୍ତି, ତେବେ ଦଳକୁ ଏକ ଜବରଦସ୍ତ ଆରମ୍ଭ ମିଳିଥାଏ। ଏହାପରେ ପୂରା ଇନିଂସରେ ଦଳକୁ ଅଧିକ ଚିନ୍ତା କରିବାକୁ ପଡ଼େନାହିଁ। ବୈଭବଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ। ଏଭଳି ଷ୍ଟ୍ରାଇକ ରେଟ୍‌ରେ ଲଗାତାର ରନ କରିବା ଅତ୍ୟନ୍ତ କଷ୍ଟକର। ମାତ୍ର ୧୫ ବର୍ଷ ବୟସରେ ଏଭଳି ପ୍ରଦର୍ଶନ ତାଙ୍କ ଅସାଧାରଣ ପ୍ରତିଭାର ପରିଚୟ ବୋଲି ସଲମାନ କହିଛନ୍ତି।

ୟୁଏଇ-ଏ ବିପକ୍ଷ ଏହି ମ୍ୟାଚ୍‌ରେ ବୈଭବ ୫୩ ବଲ୍‌ରେ ୨୦୪ ରନ କରିଥିଲେ। ତାଙ୍କ ଇନିଂସ୍‌ରେ ୭ଟି ଚୌକା ଓ ୨୮ଟି ଛକା ସାମିଲ ଥିଲା। ମାତ୍ର ୨୮ ବଲ୍‌ରେ ଶତକ ପୂରଣ କରି ସେ ଲିଷ୍ଟ-ଏ କ୍ରିକେଟ୍‌ର ଦ୍ରୁତତମ ଶତକ ରେକର୍ଡ ହାସଲ କରିଥିଲେ। ଏହାସହ ୪୦ ବଲ୍‌ରେ ୧୫୦ ରନ ଏବଂ ୫୨ ବଲ୍‌ରେ ଦ୍ୱିଶତକ ପୂରଣ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହି ପାଳିରେ ସେ ଗୋଟିଏ ଓଭରର ସମସ୍ତ ୬ଟି ବଲ୍‌ରେ ଚୌକା ମାରିଥିଲେ। ସପ୍ତମ ଓଭରରେ ୬, ୪, ୪, ୬, ୬ ଓ ୪ ମାରି ମୋଟ ୩୦ ରନ ସଂଗ୍ରହ କରିଥିଲେ। ଗୋଟିଏ ଲିଷ୍ଟ-ଏ ଇନିଂସ୍‌ରେ ୨୮ଟି ଛକା ମାରି ସେ ଡାର୍ସି ସର୍ଟ ଓ ବେଭନ ଜାକବ୍ସଙ୍କ ଭଳି ଖେଳାଳିଙ୍କ ରେକର୍ଡକୁ ପଛରେ ପକାଇଛନ୍ତି।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁଏଇ-ଏ ହରପ୍ରୀତ ସିଂହ ଭାଟିଆଙ୍କ ୧୩୦ ରନ୍‌ର ଶତକୀୟ ପାଳି ବଳରେ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦ ଖାନ ୪ଟି ଉଇକେଟ ନେଇଥିଲେ। ଜବାବରେ ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ଭାରତ-ଏ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ଭାରତ-ଏ ଟୁର୍ନାମେଣ୍ଟର ସେମିଫାଇନାଲ୍‌ଷର ନିଜ ସ୍ଥାନ ପକ୍କା କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଟି-୨୦ ରାଙ୍କିଂରେ ବଡ଼ ପରିବର୍ତ୍ତନ: ପଛରେ ପଡ଼ିଗଲା ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ,୨୫।୧୧: ଆଇସିସି ଟି-୨୦ ରାଙ୍କିଂରେ ପୁଣି ଦେଖିବାକୁ ମିଳିଛି ଓଲଟପାଲଟ। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୮ ଉଇକେଟ୍‌ରେ…

ବେଆଇନ ମାରଣାସ୍ତ୍ର କାରବାର ରାକେଟ୍‌ର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଡ଼ଗାଁ,୨୪।୧୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂଚନା ଆଧାରରେ ଏକ ସଂଗଠିତ ବେଆଇନ ମାରଣାସ୍ତ୍ର ଯୋଗାଣ ରାକେଟ୍ର ପର୍ଦ୍ଦାଫାସ କରିଛି…

ମିଲ୍‌ରୁ ଉଠିନି ଚାଉଳ, ଆଶଙ୍କାରେ ଧାନ ଉଠାଣ: ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଛି। କେତେବେଳେ ଅଭାବି ବିକ୍ରି…

ଜାତୀୟ ବିଜ୍ଞାନ ମଞ୍ଚରେ କଳାହାଣ୍ଡି ପୁଅ ସ୍ବୟଂଜିତଙ୍କ କମାଲ: ଅହମ୍ମଦାବାଦରୁ ସିକନ୍ଦରାବାଦ…

ଭବାନୀପାଟଣା, ୨୫ା୧୧ (ଉତ୍ତମ କୁମାର ଦାଶ):ଜାତୀୟ ସ୍ତରର ବିଜ୍ଞାନ ମଞ୍ଚରେ ନିଜର ପ୍ରତିଭା, ସୃଜନଶୀଳତା ଓ ଗବେଷଣାମୂଳକ ଚିନ୍ତାଧାରାର ପରିଚୟ ଦେଇ କଳାହାଣ୍ଡି ଜିଲା ପାଇଁ ଗୌରବ…

ବୈଭବଙ୍କ ବିସ୍ଫୋରକ ଛକା ଦେଖି ଚକିତ ହେଲେ ପ୍ରିୟାଂଶ ଆର୍ଯ୍ୟ: ସୋସିଆଲ ମିଡିଆରେ କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ମଧ୍ୟରେ ବୟସର ନିଶ୍ଚିତ ଭାବେ ଫରକ ରହିଛି। କିନ୍ତୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଖୁବ ନିଆରା। ସବୁଠାରୁ…

୧୫ ବର୍ଷ ବୟସରେ ଏମିତି… ବୈଭବ ସୂର୍ଯ୍ୟବଂଶୀଙ୍କ କୋଚ ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୫।୧୧: କ୍ରିକେଟ ଜଗତରେ ଏବେ ଚର୍ଚ୍ଚାରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ-ଏ ବିପକ୍ଷରେ ତାଙ୍କ ବିସ୍ଫୋରକ ଦ୍ୱିଶତକ ସମସ୍ତଙ୍କୁ…

ଭାରତ-ପାକିସ୍ତାନ କ୍ରିକେଟରେ ପୁଣି ବିବାଦ: ଏହି ଭାରତୀୟ ଖେଳାଳିଙ୍କ ବିରୋଧରେ ପାକିସ୍ତାନ କଲା ଅଭିଯୋଗ

ନୂଆଦିଲ୍ଲୀ, ୨୫।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଜାରି ରହିଛି। ଏହି ଉତ୍ତେଜନା ଏବେ କ୍ରିକେଟ ପଡ଼ିଆରେ ମଧ୍ୟ ବଢ଼ିବାରେ ଲାଗିଛି। ଏସିଆ କପ…

ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କର ବଢିଲା ଚିନ୍ତା

ନୂଆଦିଲ୍ଲୀ, ୨୫।୧୧: କକରୋଚ ଜନତା ପାର୍ଟି ପୁଣିଥରେ ରାଲି କରିବାକୁ ପ୍ରସ୍ତୁତି ଚଳାଇଛି। ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଙ୍ଗଳବାର (ନଭେମ୍ବର ୨୪) ଦିନ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?