୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ ଭଙ୍ଗ କରିବା ନିଷ୍ପତ୍ତି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏଥିସହ ନିର୍ବାଚନ କରିବା ନିଷ୍ପତ୍ତିକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଏପ୍ରିଲ ୯ ପୂର୍ବାହ୍ନ ୧୦ଟାରେ ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି। ଫଳରେ ଇମ୍ରାନ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ। ଅନ୍ୟପକ୍ଷେ ଅନାସ୍ଥା ପ୍ରସ୍ତାବ ଖାରଜ କରିବା ନିଷ୍ପତ୍ତି ଉପରେ ଉପବାଚସ୍ପତି ଦେଇଥିବା ନିିଷ୍ପତ୍ତି ଅସାମ୍ବିଧାନିକ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଯଦି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତେବେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚନ ହେବ। ତେବେ କୋର୍ଟଙ୍କ ଏହି ରାୟକୁ ପିଟିଆଇ ନେତା ସ୍ବାଗତ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଦୂତାବାସ ସ୍ଥାନାନ୍ତର

ସିଡ୍‌ନୀ,୧୪।୨: ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସକୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମ ୟୁକ୍ରେନର ଲଭିଭ୍‌ ସହରର...

୨ ଘଣ୍ଟାରେ ଦୁଇଥର ଭୂକମ୍ପ

କାଠମାଣ୍ଡୁ,୨୮ା୪: ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ...

ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ: ଚାଇନାର ବିରୋଧ

ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ...

ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…

ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି...

ଆଷ୍ଟ୍ରାଜେନିକାକୁ ଅବିଶ୍ୱାସ

ଜେନେଭା, ୧୭ା୩: ଭାରତର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ଟିକାର ବ୍ୟବହାର ଉପରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ୟୁରୋପିଆନ ୟୁନିୟନର ଅନେକ ଦେଶ...

ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା...

୭୫ ବର୍ଷ ତଳେ ରାଓ୍ବଲପିଣ୍ଡିରୁ ଅମୃତସର ଟ୍ରେନ ଭଡ଼ା ମାତ୍ର ୪ ଟଙ୍କା…

ନୂଆଦିଲ୍ଲୀ/ଇସଲାମାବାଦ,୨୩।୧ : ଭାରତ ଏବଂ ପାକିସ୍ତାନର ସ୍ବାଧୀନତା ସମୟ ଏକ ରେଳ ଟିକଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟ ପାକିସ୍ତାନର...

୩୨ଦିନ ମୃତ୍ୟୁ ସହ ଛକାପଞ୍ଝା

ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍‌ ଚଳଚ୍ଚିତ୍ରର କାହାଣୀ ପରି...

Advertisement
Archives

Model This Week