Posted inଖେଳ

ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି: ଅନ୍ତର୍ଜାତୀୟ ଦିନିକିଆରେ ଇଫ୍‌ତିଖର ଅହମ୍ମଦଙ୍କ ପ୍ରଥମ ୫ଉଇକେଟ ସଫଳତା ଏବଂ ବାବର ଆଜାମଙ୍କ ଆକର୍ଷଣୀୟ ଅପରାଜିତ ୭୭ରନ ସହାୟତାରେ ପାକିସ୍ତାନ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଜିମ୍ବାଓ୍ବେକୁ ୬ ଉଇକେଟରେ ପରାସ୍ତ କରିଛି। ଏଥିସହ ଦଳ ୨-୦ରେ ଅଗ୍ରଣୀ ଲାଭ କରିଥିବାବେଳେ ୩ ମ୍ୟାଚବିଶିଷ୍ଟ ସିରିଜ ଆଗୁଆ ଜିତିନେଇଛି। ଅନ୍ତର୍ଜାତୀୟ ଦିନିକିଆରେ ପାକିସ୍ତାନର ଏହା ହେଉଛି କ୍ରମାଗତ ୮ମ ବିଜୟ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ସିନ୍‌ ଓ୍ବିଲିୟମ୍ସ (୭୦ବଲ୍‌ରୁ ୭୫ ରନ)ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ୨୦୬ ରନ କରି ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ଇଫତିକର ୪୦ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ମୁସା ୨ ଏବଂ ହାରିସ ରଫ୍‌, ଫହିମ ଅଶ୍ରଫ ଓ ଇମାଦ ଓ୍ବାସିମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୩୫.୨ ଓଭରରେ ୪ଉଇକେଟ ବିନିମୟରେ ୨୦୮ରନ କରି ମ୍ୟାଚ ଜିତି ନେଇଥିଲା।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ:୪୫.୧ ଓଭରରେ ୨୦୬/ଅଲ୍‌ଆଉଟ୍‌ (ସିନ୍‌ ଓ୍ବିଲିୟମ୍ସ-୭୫, ଇଫ୍‌ତିଖର ଅହମ୍ମଦ-୫/୪୦, ମହମ୍ମଦ ମୁସା-୨/୨୧)।
ପାକିସ୍ତାନ: ୩୫.୨ ଓଭରରେ ୨୦୮/୪ (ବାବର ଆଜାମ-୭୭*, ଇମାମୁଲ ହକ୍‌-୪୯, ଟେଣ୍ଡାଇ ଚିସୋରେ-୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଏଫ୍‌ସି ସହିତ ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫସି ସେଣ୍ଟର ଫରଓ୍ବାର୍ଡ ଡାନିଏଲ ଲାଲହିଲିମପୁଇଆଙ୍କ ଚୁକ୍ତି ମିଆଦ ୨୦୨୨ ପର୍ଯ୍ୟନ୍ତ...

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି।...

ରାଜ୍ୟ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୫ତମ ସନ୍ଦିପ ମହାନ୍ତି ମେମୋରିଆଲ ରାଜ୍ୟ ଓପନ ଚେସ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭...

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: ବ୍ରାଜିଲ ଚାମ୍ପିୟନ

ବ୍ରାସିଲା,୧୯।୧୧- ବ୍ରାଜିଲ ଚତୁର୍ଥ ଥର ପାଇଁ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଟାଇଟଲ ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ବ୍ରାଜିଲ ୨-୧ ଗୋଲରେ ମେକ୍ସିକୋକୁ...

ଭିନେଶଙ୍କୁ ଲଗାତର ୨ୟ ସ୍ବର୍ଣ୍ଣ

ଇସ୍ତାନବୁଲ, ୧୪।୭ (ପି.ଟି.)- ତାରକା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ପୋଗତ୍‌ ଏଠାରେ ଚାଲିଥିବା ୟାସର ଡୋଗୁ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ...

ଡେନମାର୍କ ଓପନ୍‌: ସିନ୍ଧୁଙ୍କ କଷ୍ଟସାଧ୍ୟ ବିଜୟ

ଓଡେନସେ, ୧୫।୧୦ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ୭୫ ହଜାର ଆମେରିକୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

ଭାରତରେ ପ୍ରଥମ ଥର ପାଇଁ ଖେଳିପାରେ ମାଞ୍ଚେଷ୍ଟର ୟୁନାଇଟେଡ୍‌

ନୂଆଦିଲ୍ଲୀ,୭।୨- ପ୍ରିମିୟର କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଚଳିତ ସିଜନ ପୂର୍ବରୁ ଭାରତରେ ପ୍ରଥମ ଥର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରେ। ଏହି କ୍ଲବ ଭାରତୀୟ ଆଇ...

ରୋହିତଙ୍କ ଆଣ୍ଠୁରେ ଲାଗିଛି ଆଘାତ? କେତେ ଗମ୍ଭୀର ସେ ନେଇ ହିଟ୍‌ମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍‌ ଇଣ୍ଡିଆ ଓପନର୍‌ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା...

Advertisement
Archives

Model This Week