ଜମା, ଉଠାଣରେ ଚାର୍ଜ ନେବେ ବ୍ୟାଙ୍କ;କଂଗ୍ରେସ କହିଲା ସରକାରଙ୍କ ‘କମର ତୋଡ ତୋଫା’

ନୂଆଦିଲ୍ଲୀ: ଜମା ଏବଂ ଉଠାଣ କ୍ଷେତ୍ରରେ କିଛି ବ୍ୟାଙ୍କ ଗ୍ରାହକଙ୍କଠାରୁ ଚାର୍ଜ ଆଦାୟ କରିବେ। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦା ନିର୍ଦ୍ଧାରିତ ନେଣଦେଣଠାରୁ ଅଧିକ ଥର ନେଣଦେଣରେ ନଭେମ୍ବର ପହିଲାରୁ ଏଭଳି ନିୟମ ଲାଗୁ କରିଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଏହି ନିୟମ ମଧ୍ୟ ସେମାନଙ୍କ ଗ୍ରାହକଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଇବାକୁ ଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ବ୍ୟାଙ୍କଗୁଡିକ କେବେ ସୁଦ୍ଧା ଏହାକୁ ଲାଗୁ କରାଉଛନ୍ତି ତାହା ଦେଖିବାକୁ ବାକି ରହିଛି। ବ୍ୟାଙ୍କଗୁଡିକର ଏଭଳି ପଦକ୍ଷେପ ଗ୍ରାହକଙ୍କୁ ପ୍ରଭାବିତ କରିବ। କାରଣ ଫ୍ରି ଟ୍ରାଞ୍ଜାକଶନ ବାଦ ଯଦି ଜଣେ ନେଣଦେଣ କରିବେ ତେବେ ତାଙ୍କୁ ଅଧିକ ଅର୍ଥ ଗଣିବାକୁ ପଡିବ।
କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ଏହି ରିପୋର୍ଟ ଆସିବା ପରେ କଂଗ୍ରେସର ଜେନେରାଲ ସେକ୍ରେଟାରି ରଣଦୀପ ସିଂ ସୁର୍ଜଓ୍ବୋଲା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଲୋକଙ୍କ ପାଇଁ ‘କମର ତୋଡ ତୋଫା’ ବା ଜବରଦସ୍ତ ଉପହାର ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ମାସକୁ ୩ଥର ଉଠାଣ କ୍ଷେତ୍ରରେ ଲୋକଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ। ମାତ୍ର ଫ୍ରି ଉଠାଣ ସୀମା ପରେ ଟ୍ରାଞ୍ଜାକଶନ ଚାର୍ଜ ଭାବେ ଫ୍ଲାଟ ୧୫୦ ଟଙ୍କା ଗଣିବାକୁ ପଡିବ। ସେହିଭଳି ମାସରେ ୩ଥର ଜମାକୁ ଫ୍ରି କରାଯାଇଛି। ଏହା ପରେ ଜମା କରିବା ଉପରେ ପ୍ରତି ଟ୍ରାଞ୍ଜାକଶନ ପିଛା ଗ୍ରାହକଙ୍କୁ ୪୦ ଟଙ୍କା ଦେବାକୁ ପଡିବ। ଲୋକମାନେ ନିଜ ଟଙ୍କାକୁ ଜମା କିମ୍ବା ଉଠାଣ କରିବା ଉପରେ ଚାର୍ଜ ଦେବାକୁ ପଡୁଥିବା ସୁର୍ଜଓ୍ବୋଲା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri