ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା ପରସ୍ପର ମଧ୍ୟରେ ମାଡଗୋଳ ଆରମ୍ଭ କରି ଦେଲେଣି । ପାକିସ୍ତାନ ଏବେ ସାରା ଦେଶକୁ ସାହାଯ୍ୟ ମାଗୁଥିବା ବେଳେ ଦେଶରେ ଏବେବି ଏମିତି କେତେଜଣ ନେତା ରହିଛନ୍ତି ଯେଉଁମାନେ ସବୁ ଯିବା ପରେ ବି ବିଷ ଓଗାଳିବାରେ କୌଣସି ସୁଯୋଗ ଛାଡୁ ନାହାନ୍ତି ।
ପାକିସ୍ତାନ କଟ୍ଟରପନ୍ଥି ତହରିକ-ଏ-ଲବୈକର ଇସଲାମି ନେତା ଅମିର ହାଫିଜ ସାଦ ହୁସୈନ ରିଜବି ନିକଟରେ ଏକ ବୟାନ ଦେଇଛନ୍ତି, ଯେଉଁଥିରେ ସେ ବିଶ୍ୱକୁ ନ୍ୟୁକ୍ଲିୟର ବୋମା ଦେଖାଇ ଡରାଇବାକୁ କହୁଛନ୍ତି । ଅମିର ହାଫିଜ ତାଙ୍କ ବୟାନରେ କହୁଛନ୍ତି, ପାକିସ୍ତାନ ବିଶ୍ୱକୁ ଭୟ ଦେଖାଇ ତା’ର ଆବଶ୍ୟକତାକୁ ପୁରଣ କରିବା ଦରକାର ନା ଭିକ ମାଗିବା ଦରକାର । ଗତ ୪୮ ବର୍ଷର ମହଙ୍ଗା ମାଡର ରେକର୍ଡ ଭାଙ୍ଗିଥିବା ପାକିସ୍ତାନର ଏଭଳି ସ୍ଥିତି ସମୟରେ ହାଫିଜଙ୍କ ଏହି ବୟାନ ଚର୍ଚ୍ଚାର ବିଷୟ ହୋଇଛି । ଏବେ ପାକିସ୍ତାନ ପରିସ୍ଥିତି ଏମିତି ହୋଇଛି ଯେ ଶିଶୁମାନଙ୍କୁ କ୍ଷୀର ଟୋପାଏ ବି ମିଳିବା କଷ୍ଟକର ହୋଇଯାଉଛି ।
କଟ୍ଟରପନ୍ଥୀ ସମୁହ ତହରିକ-ଏ-ଲବୈକର ନେତା ଅମିର ହାଫିଜ ସାଦ ହୁସୈନ ତାଙ୍କ ବୟାନରେ କହିଛନ୍ତି, ଭିକ ମାଗିବା ପରିବର୍ତ୍ତେ ପାକିସ୍ତାନ ସରକାର ଓ ସେନା ଗୋଟିଏ ହାତରେ କୋରାନ ଓ ଅନ୍ୟ ହାତରେ ନ୍ୟୁକ୍ଲିୟର ବୋମା ନେଇ ବିଶ୍ୱକୁ ଭୟ ଦେଖାଇବା ଦରକାର ଓ ନିଜର ଆବଶ୍ୟକତା ପୁରଣ ହେଉଥିବା ଦେଖିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri