ପାକିସ୍ତାନ କ୍ରିକେଟ୍‌ ଦଳକୁ ଟ୍ରୋଲ୍‌ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଜିମ୍ବାୱେର ରାଷ୍ଟ୍ରପତି ଏମର୍ସନ ଡାମ୍ବୁଜୋ ମନ୍ନାଗୱା ଏକ ଟୁଇଟ କରି ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଜିମ୍ବାୱେ ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି, ଜିମ୍ବାୱେ ପାଇଁ ଚମକପ୍ରଦ ବିଜୟ। ଅଭିନନ୍ଦନ ଶେରଭନ। ପରବର୍ତ୍ତୀ ସମୟରେ ପ୍ରକୃତ ମିଷ୍ଟର ବିନ ପଠାଇବ। ଏହି ଟୁଇଟର ଜବାବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ବୋଧହୁଏ ଆମର ପ୍ରକୃତ ମିଷ୍ଟର ବିନ ନ ଥାଇ ପାରନ୍ତି, କିନ୍ତୁ ଆମର ପ୍ରକୃତ କ୍ରିକେଟ ଆତ୍ମା ଅଛି ଏବଂ ଆମର ପାକିସ୍ତାନୀମାନେ ପ୍ରତ୍ୟାବର୍ତ୍ତନ କରିବାର ଏକ ମଜାଳିଆ ଅଭ୍ୟାସ ରହିଛି। ଅଭିନନ୍ଦନ, ଆଜି ଆପଣଙ୍କ ଦଳ ଭଲ ଖେଳିଛି।
ଏହି ମ୍ୟାଚରେ ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୮ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଏହା ପରେ ପାକିସ୍ତାନ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିପାରିଥିଲା।

ମିଷ୍ଟର ବିନ୍‌ ବିବାଦ କ’ଣ?
୨୦୧୬ରେ ଜିମ୍ବାୱେର ହରାରେ ମଇଦାନରେ ଏକ ଶୋ’ ସମୟରେ ପାକିସ୍ତାନ ମହମ୍ମଦ ଆସିଫ ନାମକ ଜଣେ ବ୍ୟକ୍ତିଙ୍କୁ ମିଷ୍ଟର ବିନ ଭାବରେ ପଠାଇଥିଲା। ମହମ୍ମଦ ଆସିଫ ଦେଖିବାକୁ ପ୍ରକୃତ ମିଷ୍ଟର ବିନ୍‌ କୁହାଯାଉଥିବା ରୋହନ ଆଟ୍‌କିନସନ୍‌ଙ୍କ ଥିଲେ। ହରାରେ ଶୋ’ ପାଇଁ ଆସିଫ ମିଷ୍ଟର ବିନ୍‌ଙ୍କ ନାଁରେ ବହୁତ ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?