ମୃତ୍ୟୁଦଣ୍ଡକୁ ବିରୋଧ କରିପାରିବେ କୁଳଭୂଷଣ

ନୂଆଦିଲ୍ଲୀ, ୧୮।୧୧: ପାକିସ୍ତାନ ଜେଲରେ କଏଦ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଳିବାକୁ ଯାଉଛି ମୃତ୍ୟୁଦଣ୍ଡକୁ ବିରୋଧ କରିବାର ଅଧିକାର। ବୁଧବାର ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଏହି ସମ୍ପର୍କିତ ଏକ ବିଲ୍‌ ଗୃହୀତ ହୋଇଛି। ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଅପିଲ ଅଧିକାର ଦେବା ନିମନ୍ତେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ପାକ୍‌ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା।

ଗୁପ୍ତଚରଗିରି ଏବଂ ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ କୁଳଭୂଷଣ (୫୧)ଙ୍କୁ ୨୦୧୭ ଏପ୍ରିଲରେ ପାକିସ୍ତାନ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଭାରତ ସରକାର ଏହି ଦଣ୍ଡାଦେଶକୁ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲେ। ଏଥିସହିତ କୁଳଭୂଷଣଙ୍କୁ ନିଜ ଦେଶର ଦୂତାବାସ ଜରିଆରେ ଆଇନଗତ ସହାୟତାକୁ ପାକିସ୍ତାନ ଅନୁମତି ଦେଉ ନ ଥିବା ସମ୍ପର୍କରେ ନୂଆଦିଲ୍ଲୀ ଜାତିସଂଘ ଅଦାଲତଙ୍କୁ ଜଣାଇଥିଲା। ଆଇସିଜେଙ୍କ ନିର୍ଦ୍ଦେଶ ଅନୁଯାୟୀ କୁଳଭୂଷଣଙ୍କୁ ଅପିଲ୍‌ ଅଧିକାର ଦେବା ଲାଗି ଗତ ଜୁନ୍‌ରେ ପାକିସ୍ତାନ ଏକ ବିଲ୍‌ ଆଣିଥିଲା।

ତେବେ ଏହି ପ୍ରସ୍ତାବିତ ଆଇନରେ ଆଇସିଜେଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଲାଗି ବ୍ୟବସ୍ଥା ନ ଥିବା କହି ନୂଆଦିଲ୍ଲୀ ଏହାର ବିରୋଧ କରିଥିଲା। ଦଣ୍ଡାଦେଶର ଉପଯୁକ୍ତ ସମୀକ୍ଷା କରିବା ସହ ପୁନର୍ବିଚାର କରିବା ଲାଗି ଆଇସିଜେ ପାକ୍‌ ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ପାକ୍‌ ସରକାର ଆଇସିଜେ ରୁଲିଂକୁ ନେଇ ପାର୍ଲାମେଣ୍ଟରେ ଏକ ଅଧ୍ୟାଦେଶ ଉପସ୍ଥାପନ କରିଥିଲେ। ସେହିବର୍ଷ ମେ’ ୨୦ରେ ଉକ୍ତ ଅଧ୍ୟାଦେଶ କାର୍ଯ୍ୟକାରୀ ହୋଇଥିଲା। କୁଳଭୂଷଣଙ୍କ ମାମଲାରେ ଏହା ଫଳପ୍ରଦ ସମୀକ୍ଷା ଓ ପୁନର୍ବିଚାର ପାଇଁ ଉପଯୁକ୍ତ ବ୍ୟବସ୍ଥା ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସେତେବେଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?