ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଇସଲାମାବାଦ,୭ା୭: ପାକିସ୍ତାନରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୭୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କେବଳ ବେଲୁଚିସ୍ତାନରେ ବର୍ଷା ଯୋଗୁ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ବର୍ଷା କାରଣରୁ ମୃତ୍ୟୁ ଏକ ଜାତୀୟ ଦୁଃଖଦ ଘଟଣା ବୋଲି କହିଛନ୍ତି। ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଶହ ଶହ ଘର ନଷ୍ଟ ହୋଇଯାଇଥିଲା। ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ବର୍ଷାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଶିଶୁ, ପୁରୁଷ ଏବଂ ମହିଳା ଅଛନ୍ତି। ଜାତୀୟ ଏବଂ ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସହାୟତାରେ ସରକାର ବର୍ଷା ହେତୁ ଦୁଃଖଦ ସମୟରେ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ଜଳସ୍ତର ଅଧିକ ଏବଂ ଲୋକମାନେ ସାବଧାନ ହେବା ଆବଶ୍ୟକ। କାରଣ ମୌସୁମୀର ଢାଞ୍ଚା ବଦଳୁଛି। ବର୍ତ୍ତମାନ ସମଗ୍ର ପାକିସ୍ତାନରେ ବୃଷ୍ଟିପାତ ହାରାହାରି ବୃଷ୍ଟିପାତ ତୁଳନାରେ ୮୭ ପ୍ରତିଶତ ଅଧିକ।

ମନ୍ତ୍ରୀ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଜାତୀୟ ମୌସୁମୀ ନେଇ ଏକ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିଛି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଯାହା ଦ୍ୱାରା ଅଧିକ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବନାହିଁ। ମନ୍ତ୍ରୀ କହିଛନ୍ତି, ମୃତ୍ୟୁକୁ ରୋକିବା ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁ ହିଁ ଏସବୁ ବିନାଶ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ୫ ବର୍ଷ ତଳେ ଉକ୍ତ ସ୍ଥାନରେ ହୋଇଥିଲା ବିସ୍ଫୋରଣ

ମୋଗାଡିଶୁ(ସୋମାଲିଆ),୩୦।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଟପିଛି। ପାଞ୍ଚବର୍ଷ ତଳେ...

ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ତାଇଓ୍ବାନ ପାଇଁ କ୍ଷତି ପହଞ୍ଚାଇଛି

ତାଇପେଇ,୨୫ା୯: ତାଇଓ୍ବାନ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଚାଇନାର ଆଚରଣରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ...

ମୂଳ ଭାରତୀୟ ଆମେରିକାରେ ଜିଲା ଜଜ୍‌…

ଓ୍ବାଶିଂଟନ,୨୮।୨ : ଆମେରିକାରେ ମୂଳ ଭାରତୀୟ ଶାମା ହାକିମ ମେସିୱାଲା ସର୍ବସମ୍ମତି କ୍ରମେ ଆମେରିକାର କାଲିଫର୍ନିଆରେ ଥିବା ଜିଲା ଅପିଲ କୋର୍ଟର ଆସୋସିଏଟ ଜଜ ଭାବରେ...

ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ...

ଚଳିତ ବର୍ଷ ଦିଆଯିବନି ରମଣ ମାଗାସେସ୍‌ ଆଓ୍ବାର୍ଡ: ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବନ୍ଦ

ମାନିଲା,୯।୬: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମଣ ମାଗାସେସ୍‌ ଆଓ୍ବାର୍ଡ ଚଳିତ ବର୍ଷ ଦିଆ ଯିବନାହିଁ। ଏହି ଫିଲିପାଇନ୍ସ୍‌ ଶାନ୍ତି ପୁରସ୍କାରକୁ କରୋନା ମହାମାରୀ ପାଇଁ...

୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ...

ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ...

ଚାଇନାର ଆଇଫୋନ୍‌ ସିଟିରେ କରୋନା ବେକାବୁ, ଲକ୍‌ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…

ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ...

Advertisement
Archives

Model This Week